|
logo
Live

Argus News - ବାଂଲାଦେଶରେ ଫସିଛନ୍ତି ପୁରୀର ଆରବୀ; ଧର୍ମ ପରିବର୍ତ୍ତନ ପାଇଁ କରାଯାଉଛି ବାଧ୍ୟ

Crime

Love Trap / ବାଂଲାଦେଶରେ ଫସିଛନ୍ତି ପୁରୀର ଆରବୀ; ଧର୍ମ ପରିବର୍ତ୍ତନ ପାଇଁ କରାଯାଉଛି ବାଧ୍ୟ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ବାଂଲାଦେଶରେ ଫସିଛନ୍ତି ପୁରୀର ଆରବୀ; ଧର୍ମ ପରିବର୍ତ୍ତନ ପାଇଁ କରାଯାଉଛି ବାଧ୍ୟ
Puri Girl Trapped in Bangladesh

Key Points

ପୁରୀରୁ ଯାଇ ବାଂଲାଦେଶରେ ଫସିଛନ୍ତି ୨୧ ବର୍ଷର ଆରବୀ । ବାଂଲାଦେଶରେ ଇସଲାମ୍ ଧର୍ମ ଗ୍ରହଣ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ଆରବୀ ଫୋନ୍ ଯୋଗେ ମାଆ ଅଞ୍ଜଳି ପରିଡ଼ାଙ୍କୁ କହିଛନ୍ତି ।
ପୁରୀ: ଏପଟେ ମାଆ କାନ୍ଦୁଛି, ସେପଟେ ଝିଅ ବି କାନ୍ଦୁଛି । ସମୁଦ୍ର ସେପାରିରୁ ଝିଅ କହୁଛି, "ମାଆ ମୋତେ ନେଇ ଯା, ନ ହେଲେ ମାରିଦେବେ ।" ପୁରୀରୁ ଯାଇ ବାଂଲାଦେଶରେ ଫସିଛନ୍ତି ୨୧ ବର୍ଷର ଆରବୀ । ବାଂଲାଦେଶରେ ଇସଲାମ୍ ଧର୍ମ ଗ୍ରହଣ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ଆରବୀ ଫୋନ୍ ଯୋଗେ ମାଆ ଅଞ୍ଜଳି ପରିଡ଼ାଙ୍କୁ କହିଛନ୍ତି । ଇସଲାମ୍ ଧର୍ମ ଗ୍ରହଣ ନ କଲେ ଝିଅକୁ ମାରିଦେବେ, ଶୀଘ୍ର ଉଦ୍ଧାର ପାଇଁ ପୁରୀ ଏସ୍‌ପିଙ୍କ ନିକଟରେ ଗୁହାରି କରିଛନ୍ତି ଆରବୀଙ୍କ ମାଆ ।

ସୂଚନା ଅନୁସାରେ, ୨୦୨୧ ନଭେମ୍ବର ୨୭ରେ ନିଖୋଜ ହୋଇ ଯାଇଥିଲେ ପୁରୀର ଆରବୀ । ସେତେବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା । ବେଙ୍ଗଲି ବୋଲି କହି ଆପ୍ ଜରିଆରେ ଆରବୀକୁ ପ୍ରେମରେ ଫସାଇ ଥିଲେ ସବୀର ନାମକ ଯୁବକ । ଯାହାକୁ ନେଇ ସେତେବେଳେ ଥାନାରେ ଏତଲା ଦେଇଥିଲେ ପରିବାର ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଲଭ୍ ଜିହାଦ୍ ! ଜୟରାମ ଶର୍ମା ପରିଚୟ ଦେଇ ହିନ୍ଦୁ ଝିଅଙ୍କୁ ଫସାଉଥିଲା ଇରଫାନ

ପରେ ଝିଅ ପଶ୍ଚିମବଙ୍ଗର କୁଚବିହାରରେ ଥିବା ଖବର ପାଇ ପୋଲିସ ସହାୟତାରେ ସେଠାକୁ ଯାଇଥିଲେ । କିନ୍ତୁ ସେଠାରେ ପୋଲିସ ଥାନା ଅଧକାରୀଙ୍କ ସମ୍ପର୍କୀୟ ବୋଲି ଖସାଇ ଦିଆଯାଇଥିବା ଏବେ ଅଭିଯୋଗ କରିଛନ୍ତି ଅଞ୍ଚଳି । ସେବେଠୁ ଝିଅ ଆରବୀ ସହ ମାଆ ସମୟ ସମୟରେ ଫୋନ୍‌ରେ କଥା ହୁଅନ୍ତି । ଝିଅ ନିର୍ଯାତନା ଦିଆ ଯାଉଥିବା କଥା କୁହେ ।

ହେଲେ ଅଞ୍ଚଳଙ୍କୁ ଆଉ ୮ ଦିନ ହେଲା ଫୋନ୍ କରୁନି ଆରବୀ । ମାର୍ଚ୍ଚ ୨ରେ ଝିଅ ସହ ମାଆ ଅଞ୍ଚଳି ଶେଷଥର ପାଇଁ କଥା ହୋଇଥିଲେ । ସେତବେଳେ ଝିଅ କହିଥିଲା, "ମୋତେ ଏଠାରୁ ଉଦ୍ଧାର ନ କଲେ, ମାରିଦେବେ... ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଛନ୍ତି ।" ଏବେ ଅଞ୍ଜଳି ଝିଅ ପାଇଁ ପୁରୀ ଏସ୍‌ପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ସ୍ତ୍ରୀକୁ ଗୁଳି କରି ହତ୍ୟା, ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଗୁରୁତର

ପୁରୀ ଏସ୍‌ପି ପ୍ରତୀକ ସିଂ କହିଛନ୍ତି, "ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ପୋଲିସ ଏହାକୁ ଅତି ଗୁରୁତର ସହ ନେଇଛି । ଏନେଇ ଆମେ ସ୍ପେଶାଲ୍ ବ୍ରାଞ୍ଚ ମାଧ୍ୟମରେ ଦୂତାବାସ ସହ ଯୋଗାଯୋଗ କରିବୁ । ଆରବୀ କେଉଁ ସ୍ଥିତିରେ ଅଛି ତଦନ୍ତ ପରେ ଫେରାଇ ଆଣିବାକୁ ପ୍ରୟାସ କରାଯିବ ।"

ଦୀର୍ଘ ୫ ବର୍ଷ ହେଲା ବାଂଲାଦେଶରେ ନିର୍ଯାତିତ ପୁରୀର ଝିଅ । ଆରବୀ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ କୋଭିଡ୍ ସମୟରେ ଅନଲାଇନ୍ ପଢ଼ା ଆଳରେ କୌଣସି ଆପ୍‌ରେ ପ୍ରେମରେ ପଡ଼ିଥିଲେ । ଆଉ ଏବେ ସେଇ ପ୍ରେମ ଆରବୀଙ୍କୁ ପୁରୀରୁ ପଶ୍ଚିମବଙ୍ଗ ଦେଇ ବାଂଲାଦେଶରେ ନେଇ ଛିଡ଼ା କରିଛି । ସମୁଦ୍ର ସେପାରିରେ ଥିବା ଆରବୀ ସେଠି ନିର୍ଯାତନାର ଶିକାର ହୋଇଥିବା ବେଳେ ଏଠି ପରିବାର ଆଖିରୁ ଲୁହ ଶୁଖୁନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Love Trap: ବାଂଲାଦେଶରେ ଫସିଛନ୍ତି ପୁରୀର ଆରବୀ; ଧର୍ମ ପରିବର୍ତ୍ତନ ପାଇଁ କରାଯାଉଛି ବାଧ୍ୟ | Argus News