Puri Law and Order / ପାର୍ବଣ ପୂର୍ବରୁ ପୁରୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ୧୦ ଦିନରେ ୩ ବଡ଼ ଆକ୍ରମଣ
·1 day ago·2 min read

Key Points
ପାର୍ବଣ ପୂର୍ବରୁ ଅଶାନ୍ତ ଶ୍ରୀକ୍ଷେତ୍ର
ବ୍ୟାକ୍-ଟୁ-ବ୍ୟାକ୍ ଅପରାଧ ପରେ ହଜିଲା ପୁରୀ ପୋଲିସର ନିଦ
ଶ୍ରୀମନ୍ଦିର ନିକଟରେ ଖୁଲମଖୁଲା ଗୋଷ୍ଠୀ ସଂଘର୍ଷ

ପାର୍ବଣ ପୂର୍ବରୁ ପର୍ଯ୍ୟଟନ ନଗରୀରେ ଆଇନ ଶୃଙ୍ଖଳାକୁ ଖୋଲା ଚ୍ୟାଲେଞ୍ଜ । ଅଶାନ୍ତ ହେଲାଣି ଗଳିକନ୍ଦିରୁ ଆରମ୍ଭ କରି ବଡ଼ଦାଣ୍ଡ । ରାଜରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଖୁଲମଖୁଲା ଚାଲିଛି ଭାଇଗିରି । ସୁରକ୍ଷିତ ମଣୁ ନାହାନ୍ତି ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା । ଗତ ୧୦ ଦିନ ଭିତରେ ୩ ଘଟଣା ପୋଲିସର ନିଦ ହଜାଇଲାଣି ।
ଅଗଷ୍ଟ ୨୧ରେ ଶ୍ରୀମନ୍ଦିର ଠାରୁ ୧୦୦ ମିଟର ଦୂରରେ ଖଜା ବ୍ୟବସାୟୀଙ୍କୁ ନେଇ ଗୋଷ୍ଠୀ ସଂଘର୍ଷ । ଖଜା, ଫୋଟୋ ମାଳି ବ୍ୟବସାୟକୁ କେନ୍ଦ୍ର କରି ବଡ଼ଦାଣ୍ଡରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ ।
ଅଗଷ୍ଟ ୨୮ରେ ସ୍ପଷ୍ଟ ଦିବାଲୋକରେ ଜଣେ ଅଟୋ ଚାଳକଙ୍କୁ ଲୁହ ପାଇପରେ ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଦୁର୍ବୃତ୍ତଙ୍କୁ ଆକୁଳ ନିବେଦନ କରିଥିଲେ ଅଟୋଚାଳକ । ଗାଡ଼ି ସାଇଡ୍ ମରାକୁ ନେଇ ଜନଗହଳି ପୂର୍ଣ୍ଣ ମାଟିମଣ୍ଡପ ସାହି ଭୋଗଜାଗା ନିକଟରେ ଘଟିଥିଲା ଘଟଣା ।
ଅଗଷ୍ଟ ୩୧ରେ ରାତି ୧୦ଟାରେ ଶ୍ରୀମନ୍ଦିର ନିକଟ ମାର୍କଣ୍ଡେଶ୍ୱର ସାହିର ଶଗଡ଼ିଆ ଲେନରେ ଦୁବୃର୍ତ୍ତମାନେ ହାତ ହତିଆର ଧରି ସୃଷ୍ଟି କରିଥିଲେ ଆତଙ୍କରାଜ । ଅଭିଯୋଗକାରୀଙ୍କ ପାପୁଲି ଓ ଛାତିରେ ଲାଗିଥିଲା ଗୁରୁତର ଆଘାତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଗଷ୍ଟ ୨୪ ତାରିଖରେ କୁମ୍ଭାରପଡ଼ାରେ ମାଆକୁ ୫ ଦିନ ତଳୁ ମାରି ଭଡ଼ାଘର ସ୍ଲାବ ତଳେ ପୋତି ଦେଇଥିଲେ ଅଭିଯୁକ୍ତ ପୁଅ । ଘଟଣାର ୭ ଦିନ ପରେ ମହିଳାଙ୍କ ପରିଚୟ ମିଳିଥିବା ବେଳେ ଏବେ ବି ଫେରାର ଅଛନ୍ତି ଅଭିଯୁକ୍ତ ପୁଅ । ସେହିପରି ଜଗନ୍ନାଥ ବଲ୍ଲଭ ମଧ୍ୟରେ ଫାଣ୍ଡିଠାରୁ ୧୦ ମିଟର ଦୂରରେ ଜଣେ ଭିକ୍ଷୁକକୁ ପଥର ଛେଚି ମାରି ଦିଆଗଲା । ଯାହାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟର ସଞ୍ଚାର ହୋଇଛି ।
ଆକ୍ରମଣ ଘଟଣାଗୁଡିକରେ ଅଭିଯୋଗକାରୀଙ୍କୁ ଗିରଫ କରାଯାଇଥିବା ବେଳେ ବ୍ୟାକ ଟୁ ବ୍ୟାକ ଘଟଣା ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି । କୁମ୍ଭାରପଡ଼ା ଘଟଣାରେ ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ନ ଧରି ପାରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାର୍କଣ୍ଡେଶ୍ୱର ସାହି ଆତଙ୍କ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ୫ ଫେରାର ଅଛନ୍ତି । ସେପଟେ ଅପରାଧୀଙ୍କୁ ଚେତାବନୀ ଦେଇଛନ୍ତି ପୋଲିସ ଏସପି ।
ଏବେ ପାର୍ବଣ...ଆଗକୁ ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଫେସ୍ ରିଡିଙ୍ଗ ସିଷ୍ଟମ୍ ଓ ଆମ ପୋଲିସ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅପରାଧ ନିୟନ୍ତ୍ରଣ ଏବେ ବି ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Related Topics
Explore more stories