Videos
|
Crime

Bangladeshi Suspects / ୩ ମାସ ହୋଟେଲରେ ଲୁଚିଥିଲେ, ଶାଢୀ ପିନ୍ଧି ବୁଲୁଥିଲେ ୪ ବାଂଲାଦେଶୀ

Debashree Debasmita Sahoo
Browse all articles by Debashree Debasmita Sahoo
·56 mins ago·2 min read
୩ ମାସ ହୋଟେଲରେ ଲୁଚିଥିଲେ, ଶାଢୀ ପିନ୍ଧି ବୁଲୁଥିଲେ ୪ ବାଂଲାଦେଶୀ
Bangladeshi Suspects

Key Points

ବଢୁଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା
ଲୁଚିଛପି ହୋଟେଲରେ ରହୁଥିଲେ
୪ ବାଂଲାଦେଶୀଙ୍କୁ ଧରିଲା ପୋଲିସ
କୋଲକାତା: ପଶ୍ଚିମବଙ୍ଗର ପୁରୁଲିଆରେ ୪ ଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଧରିଛି ପୋଲିସ । ପୋଲିସ କହିଛି ଯେ ଏମାନେ ଗତ ୩ ମାସ ଧରି ଛଦ୍ମବେଶରେ ଏକ ହୋଟେଲରେ ରହୁଥିଲେ । ନିଜ ପ୍ରକୃତ ପରିଚୟ ଲୁଚାଇବା ଲାଗି ଏମାନେ ମହିଳାଙ୍କ ପୋଷାକ ପିନ୍ଧୁଥିଲେ । କେହି ଯେପରି ଏମାନଙ୍କୁ ଚିହ୍ନିବେ ନାହିଁ ସେଥିଲାଗି ଶାଢୀ, ନାଇଟି ଓ ସଲୱାର ସୁଟ୍ ପିନ୍ଧି ହୋଟେଲରୁ ବାହାରକୁ ବାହାରୁଥିଲେ ।

ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ହୋଟେଲ ଉପରେ ଚଢାଉ କରିଥିଲେ । ସେପ୍ଟେମ୍ବର ୧୩ ତାରିଖରେ ଏମାନଙ୍କୁ ଅଟକ ରଖିଥିଲା । ରଘୁନାଥପୁରରେ ପୋଲିସ ଶାଢୀ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲା । ପୋଲିସ ତାକୁ ପ୍ରଥମେ ଅଟକାଇ ପଚରାଉଚୁରା କରିଥିଲା । ସେ ନିଜ ପରିଚୟ ମହମ୍ମଦ ତୌହିଦ ମଣ୍ଡଳ ବୋଲି କହିଥିଲା । ତୌହିଦ ବାଂଲାଦେଶର ରାଜୱାଡୀ ଅଞ୍ଚଳର ଅଧିବାସୀ । ପଚରାଉଚୁରା ବେଳେ ସେ ଅନ୍ୟ କିଛି ଜଣଙ୍କ ସହ ଭାରତ ଆସିଥିଲା ବୋଲି କହିଥିଲା । ଏମାନେ ସେପ୍ଟେମ୍ବର ପହିଲାରେ ନଦିଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ । ତୌହିଦଠାରୁ ସବୁ ଶୁଣିବା ପରେ ପୋଲିସ ପୁରୁଲିଆ ଟାଉନ ଥାନା ଅଞ୍ଚଳର ଏକ ହୋଟେଲରେ ଚଢାଉ କରିଥିଲା । ଏଠାରୁ ଅନ୍ୟ ୩ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ହେପାଜତକୁ ନେଇଛି ।

  • ଛଦ୍ମ ନାଁରେ ହୋଟେଲରେ ରହୁଥିଲେ
ପୋଲିସ କହିଛି ଯେ ଧରାପଡ଼ିଥିବା ବାଂଲାଦେଶୀଙ୍କ ନାମ ମହମ୍ମଦ ଜାହିଦ ଇମନ, ସୁମନ ଶେଖ ଓ ଶାନ୍ତ ହୁସୈନ ବୋଲି ଜଣାପଡ଼ିଛି । ଏମାନେ ବାଂଲାଦେଶର ରାଜୱାଡି ଓ କୁଶଟିଆ ଜିଲ୍ଲାର ଅଧିବାସୀ । ତଦନ୍ତରୁ ଜଣାପଡ଼ିଛି ଯେ ଏହି ୪ ଜଣ ଯେଉଁ ହୋଟେଲରେ ରହୁଥିଲେ, ସେହି ରୁମ୍‌ଟି କମରା ମଣି ସରକାର ନାମକ ଜଣେ ମହିଳାଙ୍କ ଆଧାର କାର୍ଡରେ ବୁକ୍ ହୋଇଛି । ମନି ସରକାର ଉତ୍ତର ୨୪ ପ୍ରଗଣାର ଅଧିବାସୀ । ହୋଟେଲ ମାଲିକ କହିଛନ୍ତି ଯେ ରୁମ୍ ବୁକିଂ ଲାଗି କେବଳ ଜଣେ ବ୍ୟକ୍ତିଙ୍କ ଆଧାର କାର୍ଡ ନିଆଯାଇଥିଲା, ହେଲେ ସେଠାରେ ୪ଜଣ ରହୁଥିଲେ ।

ପଢନ୍ତୁ ଏହି ଖବର: ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ,ଓଡ଼ିଶାରୁ ହଟିବେ ବାଂଲାଦେଶ ଅନୁପ୍ରବେଶକାରୀ

  • କେମିତି ଜାଣିପାରିଲେନି ହୋଟେଲ କର୍ମଚାରୀ ?
ହୋଟେଲ ମାଲିକ ନଜରୁଲ୍ ହକ୍ ପୋଲିସକୁ କହିଛନ୍ତି ଯେ ଏମାନେ ବାଂଲାଦେଶୀ ବୋଲି ସେ ଜାଣିନଥିଲେ । ସେମାନେ କେତେବେଳେ ହୋଟେଲରେ ୨ଦିନ ରହୁଥିଲେ ଓ ପରେ କେଉଁଆଡ଼େ ଚାଲିଯାଉଥିଲେ । ହୋଟେଲର ସୁରକ୍ଷାକର୍ମୀ ମାନେ କିଛି ଜାଣିପାରିନଥିଲେ । ଏମାନେ ହୋଟେଲ ବାହାରକୁ ଯିବା ସମୟରେ ଶାଢୀ, ନାଇଟି ଓ ସଲୱାର-ପଞ୍ଜାବୀ ପିନ୍ଧି ବାହାରୁଥିଲେ । ସେମାନେ ଟୋଟୋରେ ବାହାରକୁ ଯାଉଥିଲେ ଓ ପୁଣି ଫେରିଆସୁଥିଲେ । ସେମାନଙ୍କ ଚାଲିଚଳଣି ସମ୍ପୂର୍ଣ୍ଣ ମହିଳାଙ୍କ ପରି ଥିଲା, ଏଣୁ ସେମାନଙ୍କ ସନ୍ଦେହ ହୋଇନଥିଲା । ଏହି ୪ ସନ୍ଦିଗ୍ଧଙ୍କୁ ବର୍ତ୍ତମାନ ରଘୁନାଥପୁରର ଏକ ଡିଟେନ୍ସନ ସେଣ୍ଟରରେ ରଖାଯାଇଛି । ସେମାନେ କେମିତି ସୀମା ପାର କରି ରାଜ୍ୟରେ ପହଞ୍ଚିଲେ ସେ ନେଇ ପୋଲିସ ତଦନ୍ତ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: