Revenge Killing / ଶୋଇଥିବା ବେଳେ କାଟିଦେଲେ ଜଣଙ୍କ ପରେ ଜଣଙ୍କ ତଣ୍ଟି, ପୁଣି ଲଗାଇଦେଲେ ନିଆଁ
·3 months ago·3 min read

Key Points
ପାରିବାରିକ କଳହ ଯେବେ ସହିବାର ସବୁ ସୀମା ପାର୍ କରେ । ଯେବେ ପୁଅଝିଅଙ୍କୁ ବାପାର ସ୍ନେହ ନ ମିଳେ । ଯେବେ ସ୍ତ୍ରୀକୁ ମିଳେନି ସ୍ଵାମୀଠୁ ଅଧିକାର । ସେବେ କ'ଣ ହୁଏ ? ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ...
ନୂଆଦିଲ୍ଲୀ: ଅତ୍ୟାଚାରରୁ ୪ ଜଣଙ୍କୁ ହତ୍ୟା । ମାଆ ପାଇଁ ପ୍ରତିଶୋଧ ନେଲେ ପୁଅଝିଅ । ବାପା ସହ ଜେଜେମାଆ, ସାବତ ମାଆ ଓ ଭଉଣୀର ତଣ୍ଟି କାଟିଦେଲେ । ହତ୍ୟାକାଣ୍ଡ ଲୁଚାଇବାକୁ ଯାଇ ସ୍କର୍ପିଓରେ ୩ ମୃତଦେହ ରଖି ନିଆଁ ଲଗାଇଦେଲେ । ତେବେ ପୁଅଝିଅଙ୍କ ମଧ୍ୟରେ ଏତେ କ୍ରୋଧ କାହିଁକି ଆସିଲା ? କ'ଣ ପାଇଁ ପ୍ରତିଶୋଧ ପରାୟଣ ହୋଇ ନେଇଗଲେ ୪ ଜଣଙ୍କ ଜୀବନ ।
ରାଜସ୍ଥାନର ଆଜମେର ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ଵାମୀ ସହ ଦ୍ଵିତୀୟ ସ୍ତ୍ରୀ, ମାଆ ଓ ଭାଣେଜୀଙ୍କୁ ହତ୍ୟା ପରେ ମୃତଦେହକୁ ଗାଡ଼ିରେ ରଖି ନିଆଁ ଲଗାଇ ଦିଆଯାଇଛି । ଆଉ ଏହି ମାମଲାରେ ପୋଲିସ ପ୍ରଥମ ସ୍ତ୍ରୀ ସହ ଦୁଇ ଛୁଆଙ୍କୁ ଗିରଫ କରିଛି । ଘରୋଇ କଳହ ଶେଷରେ ଚାରି ଚାରୋଟି ଜୀବନ ନେଇ ଯାଇଛି ।
ଆଜମେର ଠାରୁ ୬୦ କିଲୋମିଟର ଦୂର ଶ୍ରୀରାମପୁରା ଗାଁରେ ଏହି ଲୋମହର୍ଷକାରୀ ହତ୍ୟାକାଣ୍ଡ ଘଟିଛି । ଜାତୀୟ ରାଜପଥ କଡ଼ରେ ଏବଂ ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ଜଳି ଯାଇଥିବା ସ୍କର୍ପିଓରୁ ୩ ଜଣଙ୍କ ମୃତଦେହ ମିଳିଛି । ପ୍ରଥମେ ଦୁର୍ଘଟଣା ଭଳି ଲାଗୁଥିବା ଏହି ଘଟଣା ପୋଲିସକୁ ବି ସ୍ତବ୍ଧ କରିଛି ।
ଏଥିସହ ପଢ଼ନ୍ତୁ: ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବାବେଳେ ଜଳିଗଲା କାର…୪ ଜୀବନ୍ତ ଦଗ୍ଧ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍କର୍ପିଓରେ ୩ ଦଗ୍ଧ ମୃତଦେହ
ମୃତକ ହେଉଛନ୍ତି ପୂର୍ବତନ ସରପଞ୍ଚ ରାମ ସିଂହ ଚୌଧୁରୀ, ରାମ ସିଂହଙ୍କ ମାଆ ପୁଷି ଦେବୀ, ରାମ ସିଂହଙ୍କ ଦ୍ଵିତୀୟ ସ୍ତ୍ରୀ ସୂର୍ଯ୍ୟଜ୍ଞାନ ଦେବୀ ଏବଂ ଭାଣେଜୀ ମହିମା ଚୌଧୁରୀ । ସ୍କର୍ପିଓରୁ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ନିକଟରେ ଥିବା ଜମିରୁ ସୂର୍ଯ୍ୟଜ୍ଞାନଙ୍କ ତଣ୍ଟି କଟା ଯାଇଥିବା ମୃତଦେହ ମିଳିଛି ।
ଘରୋଇ କଳିରୁ ଗଡ଼ିଲା ୪ ମୁଣ୍ଡ
ପୋଲିସ ସୂଚନା ଅନୁସାରେ, ମୃତ ରାମ ସିଂହ ଗୋଟିଏ ଘରେ ପ୍ରଥମ ଓ ଦ୍ଵିତୀୟ ସ୍ତ୍ରୀଙ୍କୁ ନେଇ ରହୁଥିଲା । ଯେଉଁଥିପାଇଁ ସମୟ ସମୟରେ ଝଗଡ଼ା ହେଉଥିଲା । ୨୦୦୫ରେ ରାମ ସିଂହ ପ୍ରଥମେ ସୁନୀତାଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛି । ୨୦୧୯ରେ ସୂର୍ଯ୍ୟଜ୍ଞାନଙ୍କୁ ସୁନୀତାଙ୍କ ଅନିଚ୍ଛା ସତ୍ତ୍ଵେ ବାହା ହୋଇଥିଲେ ରାମ ସିଂହ ।
ଆଜମେର ଏସ୍ପି ହର୍ଷ ବର୍ଦ୍ଧନ ଅଗ୍ରୱାଲଙ୍କ ଅନୁସାରେ, "ପ୍ରଥମେ ଏହି ମାମଲା ଏକ ଦୁର୍ଘଟଣା ବା ଅଗ୍ନିକାଣ୍ଡ ଲାଗୁଥିଲା । କିନ୍ତୁ ପୋଲିସ ମୃତକଙ୍କ ଘରେ ପହଞ୍ଚିବା ପରେ ସୁନୀତାଙ୍କ ନାବାଳକ ପୁଅ ପୂରା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଥିଲା । ଦ୍ଵିତୀୟ ବିବାହ ପରେ ରାମ ସିଂହ, ସୁନୀତାଙ୍କୁ ମାରଧର୍ କରିବା ସହ ଦୁଇ ଛୁଆଙ୍କ ଉପରେ ଅତ୍ୟାଚାର କରୁଥିଲେ ।"
ଯାହା ଦିନକୁ ଦିନ ଅସହ୍ୟ ହୋଇ ପଡ଼ିଥିଲା । ଏପରିକି ସୁନୀତା ଓ ତାଙ୍କ ଦୁଇ ଛୁଆଙ୍କ ଘରୁ ବାହାରିବାକୁ ଦେଉନଥିଲେ ରାମ ସିଂହ । ଯାହାକୁ ନେଇ ୩ ଜଣ ଅବିଚଳିତ ହୋଇ ପଡ଼ିଥିଲେ । ରାମ ସିଂହଙ୍କୁ ମାରିବା ଲାଗି ଅନଲାଇନ୍ରେ ଏକ ଛୁରୀ ମଗାଇଥିଲେ । ଆଉ ଯୋଜନା ମୁତାବକ ମେ ୨୭ ତାରିଖରେ ସମସ୍ତେ ଶୋଇଥିବା ବେଳେ ସୁନୀତାଙ୍କ ନାବାଳକ ପୁଅ ପ୍ରଥମେ ରାମ ସିଂହଙ୍କ ଉପରେ ଆକ୍ରମଣ କରିଥିଲା ।
ଏଥିସହ ପଢ଼ନ୍ତୁ: ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ଶୌଚାଳୟରେ ସିକ୍ରେଟ୍ କ୍ୟାମେରା, ଅବାକ୍ କର୍ମଚାରୀ

ରାମ ସିଂହଙ୍କ ତଣ୍ଟି କାଟି ଦେଇଥିଲା । ନିକଟରେ ଶୋଇଥିବା ସୂର୍ଯ୍ୟଜ୍ଞାନ ଉଠିଯିବାରୁ ତାଙ୍କ ତଣ୍ଟି ବି କାଟି ଦେଇଥିଲେ । ଏହାପରେ ଚିତ୍କାର ଶୁଣି ପୁଷି ଦେବୀ ଓ ମହିମା ଆସିଥିଲେ । ଯାହା ଦେଖି ସୁନୀତା ଓ ତାଙ୍କ ଝିଅ ମିଶି ପୁଷି ଦେବୀ ଓ ମହିମାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଥିଲେ ।
ପ୍ରମାଣ ନଷ୍ଟ ପାଇଁ ପ୍ରୟାସ
ଗୋଟିଏ ରାତିରେ ଚାରି ଚାରି ଜଣଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ କରିଥିଲେ । ଘର ବାହାରେ ଥିବା ଟ୍ରାକ୍ଟରରୁ ଡିଜେଲ୍ ଆଣିଥିଲେ । ସ୍କର୍ପିଓରେ ମୃତଦେହକୁ ଘରଠାରୁ ୫୦୦ ମିଟର ଦୂରକୁ ନେଇ ଯାଇଥିଲେ । ଦୁର୍ଘଟଣା ଓ ଅଗ୍ନିକାଣ୍ଡର ରୂପ ଦେବାକୁ ସୂର୍ଯ୍ୟଜ୍ଞାନଙ୍କ ମୃତଦେହ ରାସ୍ତା କଡ଼ରେ ଜମିରେ ଫିଙ୍ଗିବା ସହ ସ୍କର୍ପିଓରେ ନିଆଁ ଲଗାଇ ଦେଇଥିଲେ ।
ଆଉ ପୋଲିସ ଓ ଫରେନସିକ୍ ଯାଞ୍ଚ ବେଳେ ପ୍ରମାଣ ନଷ୍ଟ ପାଇଁ କରାଯାଇଥିବା ପ୍ରୟାସ ଧରା ପଡ଼ିଛି । ଘର କାନ୍ଥରେ ରକ୍ତ ଛିଟା ପଡ଼ିଥିବା ଦେଖା ଯାଇଛି । ମାମଲାରେ ପୋଲିସ ରାମ ସିଂହଙ୍କ ପ୍ରଥମ ସ୍ତ୍ରୀ, ଝିଅ ଓ ନାବାଳକ ପୁଅକୁ ଗିରଫ କରିଛି ।

Related Topics
Explore more stories