Spy Camera / ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ଶୌଚାଳୟରେ ସିକ୍ରେଟ୍ କ୍ୟାମେରା, ଅବାକ୍ କର୍ମଚାରୀ
·1 hour ago·2 min read

Key Points
ସରକାରୀ କାର୍ଯ୍ୟାଳୟ ମହିଳା ବାଥରୁମରେ କ୍ୟାମେରା
ଶୌଚାଳୟରେ କ୍ୟାମେରା ଦେଖି ଅବାକ୍ କର୍ମଚାରୀ
ଏତଲା ପାଇ କାର୍ଯ୍ୟାଳୟରେ ପହଞ୍ଚିଲା ସ୍ଥାନୀୟ ପୋଲିସ
ଶୌଚାଳୟରେ କ୍ୟାମେରା ଦେଖି ଅବାକ୍ କର୍ମଚାରୀ
ଏତଲା ପାଇ କାର୍ଯ୍ୟାଳୟରେ ପହଞ୍ଚିଲା ସ୍ଥାନୀୟ ପୋଲିସ
ମହିଳା ଶୌଚାଳୟରେ ସିକ୍ରେଟ୍ କ୍ୟାମେରା । ହଠାତ୍ ଟଏଲେଟରେ କ୍ୟାମେରା ଦେଖି ଅବାକ୍ କର୍ମଚାରୀ । ସରକାରୀ କାର୍ଯ୍ୟାଳୟ ଭିତରେ କେଉଁଠୁ କ୍ୟାମେରା ଆସିଲା ତାକୁ ନେଇ ଏବେ ବେଶ ଚର୍ଚ୍ଚା । ତେବେ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ତଥା ଡିଆରଡିଏ ଭବନରେ ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଉଦ୍ଧାର କରାଯାଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନଥିବା ବେଳେ ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି ।
ପଢନ୍ତୁ ଏହି ଖବର: ଘର ମାଲିକର କଳା କାରନାମା, ବାଥ୍ରୁମ୍ ବଲ୍ବରେ ଲଗାଇଥିଲେ ଗୁପ୍ତ କ୍ୟାମେରା
ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବେହେରା କହିଛନ୍ତି, "ଏହାର ତଦନ୍ତ କରାଯିବ । ଯିଏ ଦୋଷୀ ତାକୁ ଉଚିତ ଦଣ୍ଡ ମିଳିବା ଦରକାର ।" ତେବେ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ।
- କ୍ୟାମେରା ଦେଖି ଅବାକ୍ ମହିଳା କର୍ମଚାରୀ
- ତଦନ୍ତ ପାଇଁ ୪ଜଣିଆ ଟିମ୍ ଗଠିତ
ପଢନ୍ତୁ ଏହି ଖବର: ଘର ମାଲିକର କଳା କାରନାମା, ବାଥ୍ରୁମ୍ ବଲ୍ବରେ ଲଗାଇଥିଲେ ଗୁପ୍ତ କ୍ୟାମେରା
ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବେହେରା କହିଛନ୍ତି, "ଏହାର ତଦନ୍ତ କରାଯିବ । ଯିଏ ଦୋଷୀ ତାକୁ ଉଚିତ ଦଣ୍ଡ ମିଳିବା ଦରକାର ।" ତେବେ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories