Buffalo Theft Case / ବନ୍ଧୁକ ମୁନରେ ଲୁଟିଲେ ୬୦ ମଇଁଷି, ମାଡ଼ି ବସିଲା ଡ୍ରୋନ୍ କ୍ୟାମେରା
·4 months ago·3 min read

Key Points
ମୁରୈନାରେ ସଶସ୍ତ୍ର ଅପରାଧି ଜଣେ ପଶୁପାଳକଙ୍କୁ ବନ୍ଧକ କରି ତାଙ୍କର ୬୦ ମଇଁଷି ଚୋରି କରିନେଇଥିଲେ। ମୁରୈନା ପୋଲିସ ଧୌଲପୁରର ବସାଇ ଡାଙ୍ଗ ଅଞ୍ଚଳରେ ଡ୍ରୋନ୍ ସାହାଯ୍ୟରେ ଏକ ସନ୍ଧାନ ଅଭିଯାନ ଚଳାଇ ସମସ୍ତ ମଇଁଷିଙ୍କୁ ଉଦ୍ଧାର କରିଛି।
Buffalo Theft Case Chambal MP: ଚମ୍ବଲ ଘାଟିରେ ପୁଣି ଥରେ ଡକାୟତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଏକ ଫିଲ୍ମ ଷ୍ଟାଇଲ ଘଟଣା ପୁଣିଥରେ ଦେଖିବାକୁ ମିଳିଛି। ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲା ପୋଲିସ, ରାଜସ୍ଥାନର ଧୌଲପୁର ଅଞ୍ଚଳର ବସଇ ଡାଙ୍ଗ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ୬୦ ମଇଁଷିଙ୍କୁ ଉଦ୍ଧାର କରିଛି। ଜଙ୍ଗଲରୁ ଉଦ୍ଧାର ହୋଇଥିବା ମଇଁଷିଙ୍କୁ ବନ୍ଧୁକ ମୁନରେ ଜଣେ ପଶୁ ଚରାଳୀଙ୍କ ଠାରୁ ଚୋରି କରି ନିଆଯାଇଥିଲା। ପ୍ରାୟ ୩୫ ଲକ୍ଷ ଟଙ୍କା ମୂଲ୍ୟର ଏହି ମଇଁଷିଙ୍କୁ ଠାବ କରିବା ପାଇଁ ଡ୍ରୋନ କ୍ୟାମେରା ଏବଂ ୭୦ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।
ରାତି ଅଧରେ ହୋଇଥିଲା ମଇଁଷି ଚୋରି
ଗତ ବୁଧବାର-ଗୁରୁବାର ମଧ୍ୟରାତ୍ରୀରେ ପ୍ରାୟ ୫-୭ ଜଣ ଅଜ୍ଞାତ ଅପରାଧିଙ୍କ ନଜର ଜତାୱର-ସିକରୌଦା ପୋଲ ପାଖରେ ରହିଥିବା ଏକ ଚାରଣ ଭୂମି ଉପରେ ପଡ଼ିଥିଲା। ସେମାନେ ସେଠାରେ ଜଣେ ପଶୁ ଚରାଳୀଙ୍କୁ ବନ୍ଧକ ରଖି ବନ୍ଧୁକ ମୁନରେ ପ୍ରାୟ ୬୦ ମଇଁଷି ବଳପୂର୍ବକ ଚୋରି କରି ନେଇଥିଲେ। ଏହି ଘଟଣା ପରେ ସମ୍ପୃକ୍ତ ପଶୁ ଚରାଳୀ ଜଣଙ୍କ ଆଲାର୍ମ ବଜାଇଥିଲେ। ଏହି ଆଲାର୍ମ ଶୁଣିବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ ପଶୁ ଚରାଳୀ ହାତ ଗୋଡ଼ ବାନ୍ଧି ଦିଆ ଯାଇଥିବ ବେଳେ ମଇଁଷି ନିଖୋଜ ହୋଇ ଯାଇଛନ୍ତି। ହାତ ଗୋଡ଼ ବନ୍ଧା ହୋଇ ରହିଥିବା ପଶୁ ଚରାଳୀ ମୁକ୍ତ ହେବା ପରେ ପୁରା ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଯାହା ପରେ ଗ୍ରାମବାସୀ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ।
୬୦ ମଇଁଷିଙ୍କୁ ଖୋଜୁଥିଲେ ୭୦ ପୋଲିସ ଯବାନ
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରାୟ ୭୦ ଜଣ ପୋଲିସ ଯବାନ ଡ୍ରୋନ୍ କ୍ୟାମେରା ସହାୟତାରେ ଆଖପାଖର ୩୦ ଗାଁ ଉପରେ ସତର୍କ ନଜର ରଖିଥିଲେ। ଏହି ଘଟଣାର ଗମ୍ଭୀରତାକୁ ଅନୁଭବ କରି, ମୁରୈନା ଜିଲ୍ଲା ଏସପି ଟିଆଇ ସିଭିଲ୍ ଲାଇନ୍ସ ଉଦୟଭାନ ସିଂହ ଯାଦବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଥିଲେ। ପ୍ରାୟ ୭୦ ଜଣଙ୍କୁ ନେଇ ଗଠିତ ପୋଲିସ ଟିମ୍ ମଇଁଷି ଚୋରି କରିଥିବା ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ। ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା ଯେ ରାଜସ୍ଥାନର ଡାଙ୍ଗ ବସାଇ ଥାନା ଅଧିନସ୍ଥ ନାଗର ଗ୍ରାମରେ ଚୋର ସେମାନେ ଚୋରି କରିଥିବା ମଇଁଷିଙ୍କ ସହ ଲୁଚି ରହିଛନ୍ତି। ଏହା ପରେ ପୋଲିସ ନାଗର ଗ୍ରାମ ସମେତ ଆଖପାଖର ଆଉ ୩୦ ଗ୍ରାମକୁ ଘେରି ରହିଥିଲା। ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ପୋଲିସ ସେଠାରେ ସର୍ଚ୍ଚ ଅପରେସନ କରିଥିଲା।
ଡ୍ରୋନ୍ କ୍ୟାମେରା ନଜରରୁ ଖସି ପାରିଲେ ନାହିଁ ଚୋର
ପୋଲିସ ନାଗର ଗ୍ରାମ ସମେତ ଆଖପାଖର ପ୍ରାୟ ୩୦ ଗ୍ରାମକୁ ଘେରି ରହିଥିଲା। ଡ୍ରୋନ୍ ସାହାଯ୍ୟରେ ଘାଟିରେ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା। ଘାଟିରେ ଡ୍ରୋନ୍ ଉଡୁଥିବାର ଦେଖି ଡକାୟତ ଭୟଭୀତ ହୋଇଯାଇଥିଲେ। ନିଜକୁ ଘେରି ରହିଥିବା ଦେଖି ସେମାନେ ଚୋରି କରିଥିବା ମଇଁଷିକୁ ଛାଡି ପଳାଇ ଯାଇଥିଲେ। ଅପରେସନ୍ ଚାଲିଥିବା ସମୟରେ ପୋଲିସ ଜଙ୍ଗଲରୁ ଆସୁଥିବା ମଇଁଷି ପଲକୁ ଦେଖିଥିଲା। ପାଖକୁ ଯିବା ପରେ ମଇଁଷି ମାଲିକ ସେମାନଙ୍କ ମଇଁଷି ଚିହ୍ନଟ କରିଥଲେ। ଗଣନା କରିବା ମଇଁଷିଙ୍କ ସଂଖ୍ୟା ୬୦ ରହିଥିଲା। ପ୍ରାୟ ୧୨ ରୁ ୨୪ ଘଣ୍ଟା ଧରି ଚାଲିଥିବା ଏହି ଅପରେସନ୍ ରେ ପୋଲିସ ସମସ୍ତ ୬୦ ମଇଁଷି ଉଦ୍ଧାର କରି ସେମାନଙ୍କର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାରି ରହିଛି ସନ୍ଧାନ
ଏହି ଘଟଣାରେ ପ୍ରତିକ୍ରିୟା ରଖି ଟିଆଇ ଉଦୟଭାନ ସିଂହ ଯାଦବ କହିଛନ୍ତି ଯେ ପୋଲିସ ଏହି ଘଟଣାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବା ଚୋରି ହୋଇଥିବା ସମସ୍ତ ମଇଁଷିଙ୍କୁ ଉଦ୍ଧାର କରିଥିଲା। ଯଦିଓ ଅପରାଧି ଘାଟିର ସୁଯୋଗ ନେଇ ଖସି ପଳାଇବାରେ ସଫଳ ହୋଇଛନ୍ତି। ହେଲେ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ଅଭିଯୁକ୍ତ ଲୁଚି ରହିଥିବା ବିଭିନ୍ନ ସମ୍ଭାବିତ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ।
ଏଥିସହ ପଢ଼ନ୍ତୁ: ଜାଲ ବିଛାଇଥିଲେ, ଫସିଗଲେ ଯବାନ; ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣ

Related Topics
Explore more stories