|
logo
Live
Argus News App
GET APP

Argus News - "Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ

Crime

Murder / "Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ

Sushanta Sahoo
Browse all articles by Sushanta Sahoo
·6 months ago·2 min read
"Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ

Key Points

ପ୍ରିନ୍ସ ଫେସବୁକ୍ ଷ୍ଟାଟସ୍‌ରେ ଦେଇଥିବା ଫଟୋରେ ତାଙ୍କ ଗାଁର ବିପିନ କୁମାର ରାଜିନ୍ଦର ଗଣ୍ଡ ଏକ ହସ ଇମୋଜି ଦେଇଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ପ୍ରିନ୍ସ ଓ ବିପିନ । ପ୍ରଥମେ ଇମୋଜିକୁ ନେଇ ଫୋନ୍‌ରେ କଥା କଟାକଟି ପରେ ଦୁହେଁ ହାତାହାତି ହୋଇଥିଲେ ।

ଅହମଦାବାଦ: ଫେସ୍‌ବୁକ୍‌ରେ ଗୋଟିଏ ଷ୍ଟାଟସ୍ ଆଉ ସେଥିରେ ହସ ଇମୋଜି । ଯାହା ଇମୋସନକୁ ଭାରି ପଡ଼ିଲା, ବେଶ ବାଧିଲା । ଇମୋଜିକୁ ନେଇ ବଚସା ଆଉ ଶେଷରେ ଛୁରି ଭୁସି ହତ୍ୟା । ଜେଜେଙ୍କୁ ମନେ ପକାଇ ତାଙ୍କ ଫଟୋ ପୋଷ୍ଟ ପାଇଁ ଶେଷରେ ଚାଲି ଯାଇଛି ନାତିର ଜୀବନ ।


ଏଭଳି ମାମଲା ଆସିଛି ଗୁଜରାଟର ରାଜକୋଟରୁ । ମୃତକ ବିହାରର ୨୦ ବର୍ଷୀୟ ପ୍ରିନ୍ସ । ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିନ୍ସ ଆଖି ବୁଜିଛନ୍ତି । ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଫେରାର୍ ରହିଛି ।


ବିହାରର ୨୦ ବର୍ଷୀୟ ପ୍ରିନ୍ସ ୩ ଜଣ ସମ୍ପର୍କୀୟଙ୍କ ସହ ଗୁଜରାଟ ରାଜକୋଟର ଏକ କାରଖାନାରେ କାମ କରୁଥିଲେ । ୪ ମାସ ତଳେ ପ୍ରିନ୍ସଙ୍କ ଜେଜେ ବାପା ରୂପନାରାୟଣ ଭିଣ୍ଡଙ୍କ ଦେହାନ୍ତ ହୋଇଥିଲା । ଆଉ ଜେଜେଙ୍କ କଥା ମନେ ପଡ଼ିବାରୁ ଫେସବୁକ୍‌ ଷ୍ଟାଟସରେ ରୂପନାରାୟଣଙ୍କ ଫଟୋ ରଖିଥିଲେ ପ୍ରିନ୍ସ ।


ଏଥିସହ ପଢ଼ନ୍ତୁ: ଶୁଭମିତ୍ରା ହତ୍ୟା ମାମଲାରେ ନୂଆ ଖୁଲାସା, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ


ଆଉ ପ୍ରିନ୍ସ ଫେସବୁକ୍ ଷ୍ଟାଟସ୍‌ରେ ଦେଇଥିବା ଫଟୋରେ ତାଙ୍କ ଗାଁର ବିପିନ କୁମାର ରାଜିନ୍ଦର ଗଣ୍ଡ ଏକ ହସ ଇମୋଜି ଦେଇଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ପ୍ରିନ୍ସ ଓ ବିପିନ । ପ୍ରଥମେ ଇମୋଜିକୁ ନେଇ ଫୋନ୍‌ରେ କଥା କଟାକଟି ପରେ ଦୁହେଁ ହାତାହାତି ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସରେ ଏତଲା ଅନୁସାରେ, ସେପ୍ଟେମ୍ବର ୧୨ ତାରିଖ ରାତି ପ୍ରାୟ ୧୨ଟା ୩୦ ସମୟରେ କାରଖାନା ବାହାରେ ପ୍ରିନ୍ସ ଏକ ଅଟୋରେ ବସିଥିଲେ । ସେହି ସମୟରେ ବିପିନ ତାଙ୍କ ଆଡ଼କୁ ଆସୁଥିବା ପ୍ରିନ୍ସ ଦେଖିଥିଲେ । ବିପିନଙ୍କୁ ଦେଖି ପ୍ରିନ୍ସ କାରଖାନା ଭିତରକୁ ଯାଉଥିବା ବେଳେ ବାଟ ଜଗିଥିଲା ବିପିନଙ୍କ ସହଯୋଗୀ ବ୍ରିଜେଶ ଗଣ୍ଡ । ଆଉ ହତ୍ଯା ଧମକ ବି ଦେଇଥିଲା ।


ଆଉ ସେହି କାରଖାନା ବାହାରେ ହିଂ ବିପିନ, ପ୍ରିନ୍ସକୁ ଛୁରି ଭୁସି ଦେଇଥିଲା । ପ୍ରିନ୍ସଙ୍କ ଚିତ୍କାର ଶୁଣି କାରଖାନା କର୍ମଚାରୀ ଦଉଡ଼ି ଆସିବା ସହ ତାଙ୍କ ନିକଟସ୍ଥ ମେଡିକାଲ୍ ନେଇ ଯାଇଥିଲେ । ପରେ ପ୍ରିନ୍ସଙ୍କୁ ରାଜକୋଟ ସ୍ଥାନାନ୍ତର କରାଯାଇଥିଲା ।


ଏଥିସହ ପଢ଼ନ୍ତୁ: 'ଯେଉଁ ମାମଲା ଜୀବନ କିମ୍ବା ମୃତ୍ୟୁ ସହ ଜଡ଼ିତ ନୁହେଁ, ସେହିଦିନ ମାମଲାର ଶୁଣାଣି କରିବା ସମ୍ଭବ ନୁହେଁ'


ପୋଲିସ ଅନୁସାରେ, "ପ୍ରିନ୍ସଙ୍କ ପିଠିରେ ଆଘାତ ଲାଗିଥିଲା । ୨ ଇଞ୍ଚ୍ ଗଭୀରର କ୍ଷତ ହୋଇଥିଲା । ମେଡିକାଲ୍‌ରେ ଭର୍ତ୍ତି ସମୟରେ ପ୍ରିନ୍ସଙ୍କ ଚେତା ଥିଲା । ହସ୍ପିଟାଲ୍‌ରେ ପୋଲିସକୁ ବୟାନ ଦେଇଥିଲା ପ୍ରିନ୍ସ । ମେଡିକାଲରେ ୪ ଦିନର ଚିକିତ୍ସା ପରେ ପ୍ରିନ୍ସର ଅବସ୍ଥା ବିଗିଡ଼ିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୨୨ ସେପ୍ଟେମ୍ବର ରାତି ୨ଟା ୩୦ରେ ପ୍ରିନ୍ସର ମୃତ୍ୟୁ ହୋଇଛି ।"


ଏହି ମାମଲାରେ ପୋଲିସ ଭାରତୀୟ ନ୍ୟାୟ ସଂହିତା-୨୦୨୩ର ଧାରା ୧୦୩ (୧)ରେ ମାମଲା ରୁଜୁ କରିଛି । ସୋମବାର ରାତିରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବିପିନକୁ ଗିରଫ କରିଥିବା ବେଳେ ଫେରାର୍ ରହିଛି ସହଯୋଗୀ ବିଜେଶ । ପ୍ରିନ୍ସଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ।

Related Topics

Explore more stories

Sponsored
Murder: "Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ | Argus News