Crime In Odisha / ବଜାର ଯାଇ କୁଆଡ଼େ ଗାଏବ ହୋଇଗଲେ ଦିଲୀପ ? କେନାଲରୁ ମିଳିଲା ବାଇକ୍, ମିଳୁନି ଖୋଜ ଖବର
·8 months ago·2 min read

Key Points
କେନାଲ ବନ୍ଧ ସାରା ରକ୍ତ ଛିଟା, କେନାଲରୁ ବାଇକ୍ ମିଳିବା ପରେ ସମୟ ଗଡ଼ିବା ସହ ସନ୍ଦେହ ବଢ଼ିବାରେ ଲାଗିଛି । ପୁଅକୁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି ବାପାମାଆ ।
ସାଲେପୁର (କଟକ): ନିଖୋଜ ନା ଅପହରଣ ? ଦିଲୀପ ଭୋଇ ଏବେ କେଉଁଠି ? ଜୀବିତ ଅଛନ୍ତି ନା ମୃତ ? କେନାଲ ବନ୍ଧ ସାରା ରକ୍ତ ଛିଟା, କେନାଲରୁ ବାଇକ୍ ମିଳିବା ପରେ ସମୟ ଗଡ଼ିବା ସହ ସନ୍ଦେହ ବଢ଼ିବାରେ ଲାଗିଛି । ପୁଅକୁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି ବାପାମାଆ ।
କଟକ କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗାଁରେ ଦିଲୀପ କୁମାର ଭୋଇଙ୍କ ଘର । ଶୁକ୍ରବାର ପୁଅର ଦେହ ଭଲ ନଥିବାରୁ ଡାକ୍ତରଙ୍କୁ ଦେଖାଇବା ପରେ ସ୍ତ୍ରୀ ସହ ଘରେ ଛାଡ଼ିଥିଲେ ଦିଲୀପ । କିଛି କାମ ଅଛି କହି ଦିଲୀପ ବଜାରକୁ ସନ୍ଧ୍ୟାରେ ଯାଇଥିଲେ । ହେଲେ ଆଉ ଘରକୁ ଫେରିଲେନି । ଘର ଲୋକ ଦିଲୀପଙ୍କୁ ଫୋନ୍ କରିବାରୁ ସ୍ଵିଚ୍ ଅଫ୍ ଆସିଥିଲା ମୋବାଇଲ୍ ।
ଏଥିସହ ପଢ଼ନ୍ତୁ: ଜଙ୍ଗଲ ମଧ୍ୟରୁ ମିଳିଲା ଅଧା ପୋତା କଙ୍କାଳ, ଏଣେତେଣେ ପଡ଼ିଛି ହାଡ଼ ଓ ଖପୁରି
ଯାହାକୁ ନେଇ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା । ଫଳରେ ଦିଲୀପଙ୍କ ପତ୍ନୀ, ସ୍ଵାମୀଙ୍କ ସାଙ୍ଗ ବାବୁ (ପ୍ରମୋଦ)ଙ୍କୁ ଫୋନ୍ କରିଥିଲେ । କିନ୍ତୁ ପ୍ରମୋଦ କହିଥିଲେ ଦିଲୀପ ତାଙ୍କ ସାଙ୍ଗରେ ନାହାନ୍ତି । ଆଉ ଶନିବାର ସକାଳୁ ସୋମପୁର ନିକଟ ତାଳଦଣ୍ଡା କେନାଲରୁ ମିଳିଛି ବାଇକ୍ । ବନ୍ଧ ସାରା ରକ୍ତ ଛିଟା ପଡ଼ିଥିବା ବେଳେ ଦିଲୀପଙ୍କ କିଛି ଖୋଜ ଖବର ମିଳୁନି ।
ଖବର ପାଇ କିଶନନଗର ଥାନା ପୋଲିସ, ଅଗ୍ନିଶମ ବାହିନୀ କେନାଲରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସଫଳତା ମିଳିନାହିଁ । ତେବେ କେନାଲ ନିକଟ ବନ୍ଧ ସାରା ରକ୍ତ ଛିଟା ପଡ଼ିଥିବା ବେଳେ ମଦ ବୋତଲ ପଡ଼ିଛି । କେନାଲରେ ଖସି ପଡ଼ିଥିବା ବାଇକ୍କୁ ପୋଲିସ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏଥିସହ ପଢ଼ନ୍ତୁ: ୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ
ପାରିପାର୍ଶ୍ଵିକ ସ୍ଥିତି ହତ୍ୟା ଆଡ଼କୁ ଇଙ୍ଗିତ କରୁଥିବା ବେଳେ ସବୁ ଦିଗକୁ ନଜରରେ ପୋଲିସ ତଦନ୍ତ କରୁଥିବା କହିଛନ୍ତି ଏସଡିପିଓ ବିରଞ୍ଚି ନାରାୟଣ ପତି । ପରିବାର ଆଣୁଥିବା ହତ୍ୟା ଅଭିଯୋଗ ଦିଗରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ତେବେ ଦିଲୀପ ନିଖୋଜକୁ ୨୪ ଘଣ୍ଟା ବିତିବାକୁ ଯାଉଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ ।
ଦିଲୀପଙ୍କୁ ଅପହରଣ କରାଯାଇଛି କି ? ନା ଦୁର୍ଘଟଣାଗ୍ରସ୍ତ ହୋଇ କେନାଲକୁ ବାଇକ୍ ସହ ଖସିବା ପରେ ଭାସି ଯାଇଛନ୍ତି ଦିଲୀପ ? ନା ହତ୍ୟା କରାଯାଇ ଦିଆଯାଇଛି ଦୁର୍ଘଟଣାର ରୂପ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଦିଲୀପଙ୍କ ଖୋଜ ଖବର ନ ମିଳିବା ଦ୍ଵନ୍ଦ୍ଵ ଆହୁରି ବଢ଼ାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: