Satyabrata Pradhan Murder Case / ସତ୍ୟବ୍ରତ ପ୍ରଧାନ ହତ୍ୟାକାଣ୍ଡର ଖୁଲାସା, ପ୍ରେମିକାକୁ ପର ପୁରୁଷ ସହ ଦେଖି ଅଭିଯୁକ୍ତ ଖେଳିଥିଲା ରକ୍ତର ହୋଲି
·5 months ago·2 min read

Key Points
ତ୍ରିକୋଣୀୟ ପ୍ରେମ କାହାଣୀର THE END
ଭୁବନେଶ୍ବରରେ ପ୍ରେମ ସପ୍ତାହରେ ପରକିୟା ପ୍ରୀତିରୁ ଗଲା ପ୍ରାଣ
ଗାଡି ଡ୍ରାଇଭର ସତ୍ୟବ୍ରତ ପ୍ରଧାନ ହତ୍ୟାକାଣ୍ଡର ଖୁଲାସା

ଜଣେ ଯୁବତୀ, ଦୁଇ ଜଣ ଯୁବକ । ଲଭ୍, ସେକ୍ସ ଓ ମର୍ଡର । ପ୍ରେମିକାକୁ ଅନ୍ୟ ଯୁବକ ସହ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇଲା ପ୍ରେମିକ । ଭୁବନେଶ୍ବରର ଗାଡ଼ି ଡ୍ରାଇଭର ସତ୍ୟବ୍ରତ ପ୍ରଧାନ ହତ୍ୟାକାଣ୍ଡର ପର୍ଦ୍ଦଫାସ୍ ହୋଇଛି । ପ୍ରେସମିଟ୍ କରି ପୋଲିସ ହତ୍ୟାକାଣ୍ଡ ବାବଦରେ ପୂରା ସୂଚନା ଦେବା ସହ ହତ୍ୟାକାରୀ ଦିନେଶକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଛି ।
ଏକ ତ୍ରିକୋଣୀୟ ପ୍ରେମ କାହାଣୀର ଅନ୍ତ ଏମିତି ହେବ ହୁଏତ କେହି ଅନୁମାନ କରିନଥିବେ । ପୂରା କାହାଣୀ କିଛି ଏହିପରି । କାହାଣୀରେ ୩ଟି ଚରିତ୍ର । ଦିନେଶ, ସତ୍ୟବ୍ରତ ଓ ଲିଜା । ୩ ବର୍ଷ ଧରି ଦିନେଶ ଓ ଲିଜା ପ୍ରେମ ସମ୍ପର୍କରେ ଥିଲେ । ଦୁଇ ମାସ ହେଲା ଦିନେଶଠୁ ଦୂରେଇ ରହୁଥିଲା ଲିଜା । ପ୍ରେମିକା ଉପରେ ଦିନେଶର ସନ୍ଦେହ ବଢିଲା । ରବିବାର ବାରମ୍ବାର ଲିଜାକୁ କଲ୍ ଆଉ ଭିଡିଓ କଲ୍ କରିଥିଲା ଦିନେଶ । ଭିଡିଓ କଲ୍ କିମ୍ବା ଫୋନ କଲ୍ ଲିଜା ଉଠାଇ ନଥିବାରୁ ଦିନେଶର ସନ୍ଦେହ ଘନେଇଲା । ରାତି ୧ଟା ବେଳେ ଲିଜା ଘରେ ପହଂଚିବା ବେଳକୁ ସତ୍ୟବ୍ରତ ଓ ଲିଜା ଅସଂଯତ ଅବସ୍ଥାରେ ଥିଲେ ।
ପ୍ରେମିକାକୁ ଅନ୍ୟ ଯୁବକ ସହ ଦେଖି ରାଗି ଯାଇଥିଲା ଦୀନେଶ । ରୁମ ବାହାରୁ ଲକ କରିଦେଲା । ଅନ୍ୟ ଏକ ରୁମରୁ ଛୁରି ଆଣିଥିଲା । କବାଟ ଖୋଲିବା ପରେ ଦୀନେଶ ଓ ସତ୍ୟବ୍ରତ ଧସ୍ତାଧସ୍ତି ହୋଇଥିଲେ । ନିଶାଶକ୍ତ ଥିବା ସତ୍ୟବ୍ରତର ତଣ୍ଟି ଓ ଛାତିକୁ ବାରମ୍ବାର ଛୁରା ମାଡ଼ କରିଥିଲା ଦିନେଶ । ଏହାପରେ ସତ୍ୟବ୍ରତ ଗୁରୁତର ଅବସ୍ଥାରେ ଘରୁ ଦୌଡ଼ିଥିଲା । ଲିଜା ପଡୋଶୀକୁ ଡାକିବାକୁ ଯାଇଥିବା ବେଳେ ଦିନେଶ ଛୁ ମାରିଥିଲା ।
ଗତକାଲି ଜଗତସିଂହପୁରରୁ ଦିନେଶ ନାୟକକୁ ଧରିଥିଲା କମିଶନରେଟ ପୋଲିସ । ଦିନେଶ ମର୍ଡର ପରେ ବ୍ୟବହାର କରିଥିବା ଏକ ଧଳା ରଙ୍ଗର ମାରୁତି କାର ଜବତ କରିଛି ପୋଲିସ । ଲିଜା ବିରୋଧରେ ତଥ୍ୟ ପ୍ରମାଣ ଅଭାବରୁ ତାଙ୍କୁ ଛାଡ଼ିଛି ପୋଲିସ। ଆବଶ୍ୟକସ୍ଥଳେ ତାଙ୍କୁ ରାଜସାକ୍ଷୀ ବନାଯିବ ବୋଲି କହିଛନ୍ତି ଜୋନ୍ ଏସିପି ।
ତ୍ରିକୋଣୀୟ ଲଭ୍ ଷ୍ଟୋରୀର ଦି' ଏଣ୍ଡ ହୋଇଛି । ଜଣେ ପ୍ରାଣ ହରାଇଛି । ଆଉ ପାର୍ଲରରେ କାମ କରୁଥିବା ଯୁବତୀ ପାଇଁ ଆଉ ଜଣଙ୍କ ହାତରେ ପଡିଛି ହାତକଡି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories