Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ

Crime

Midday Meal Rice / ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ
Villagers Catch Headmistress Stealing Midday Meal Rice

Key Points

କାର୍ ଲଗାଇ ଚାଉଳ କରୁଥିଲେ ଚୋରା ଚାଲାଣ । ଧରିଦେଲେ ଗ୍ରାମବାସୀ । ନିଲମ୍ବିତ ହେଲେ ପ୍ରଧାନଶିକ୍ଷଯିତ୍ରୀ ।
ଆଠଗଡ଼ (କଟକ): ଛଅଗାଁ ସ୍କୁଲ୍‌ରୁ ଚାଉଳ ଚୋରି । କାର୍ ଲଗାଇ ଚାଉଳ କରୁଥିଲେ ଚୋରା ଚାଲାଣ । ଧରିଦେଲେ ଗ୍ରାମବାସୀ । ନିଲମ୍ବିତ ହେଲେ ପ୍ରଧାନଶିକ୍ଷଯିତ୍ରୀ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛଅଗାଁର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇଙ୍କୁ ନିଲମ୍ବିତ କରିଛି ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ ।

ଅଭିଯୋଗ ଅନୁସାରେ, ଶୁକ୍ରବାର ସକାଳେ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ କାର୍ ଲଗାଇ ଚାଉଳ ନେଉଥିଲେ । ୫ ବସ୍ତା ପ୍ରାୟ ଅଢ଼େଇ କ୍ଵିଣ୍ଟାଲ୍ ଚାଉଳ ଯାହା ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିଲା କାର୍‌ରେ ରଖିବା ବେଳେ ଧରିଥିଲେ ଗ୍ରାମବାସୀ ।

ଏଥିସହ ପଢ଼ନ୍ତୁ: ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !

ଯାହା ପରେ ସ୍କୁଲ୍ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକଙ୍କ ବିରୋଧ ପରେ ସେଠାରୁ ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ ପଳାଇଥିଲେ । ଖବର ପାଇ ଆଠଗଡ଼ ବିଇଓ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ତେବେ ପ୍ରଥମଥର ରିନା ଦେଇ ଏଭଳି ଭାବେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳକୁ ଚାଲାଣ କରୁଥିଲେ କି ? ନା ଆଗରୁ ଏଭଳି ବାରମ୍ବାର ଚାଉଳ ଚୋରି କରୁଥିବା ବେଳେ ଧରାପଡ଼ୁ ନଥିଲେ । ଏବେ ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ଏଥିସହ ପଢ଼ନ୍ତୁ: ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି
 
ତେବେ ସ୍କୁଲ୍‌ ଆଗରେ କଳା ରଙ୍ଗର କାର୍ ଲଗାଇ ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ ଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ରୋକିବାକୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିକୁ ଅବଗତ କରାଇ କାର୍‌ରେ ଚାଉଳ ନେଉଥିଲେ କି ପ୍ରଧାନଶିକ୍ଷୟିତ୍ରୀ ? ତାକୁ ନେଇ ବି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Headmistress Caught Stealing Midday Meal Rice, Suspended | Argus News | Argus News