Ashok Kharat Arrest News / ସ୍ୱଘୋଷିତ ଧର୍ମଗୁରୁ ଅଶୋକ ଖରାତ ଗିରଫ; କାରନାମା ଶୁଣିଲେ ହୋଇଯିବେ ଚକିତ
·3 months ago·2 min read

Key Points
"କ୍ୟାପ୍ଟେନ୍" ଭାବରେ ଜଣାଶୁଣା ଅଶୋକ ଖରାତଙ୍କୁ ପ୍ରମୁଖ ରାଜନେତା, ବ୍ୟବସାୟୀ ଏବଂ ସେଲିବ୍ରିଟିଙ୍କ ନିକଟତର ବୋଲି ବିବେଚନା କରାଯାଏ।
Ashok Kharat Arrest News: ସ୍ୱଘୋଷିତ ଧର୍ମଗୁରୁ ଏବଂ ଜ୍ୟୋତିଷ କ୍ୟାପ୍ଟେନ ଅଶୋକ ଖରାତଙ୍କୁ ରାଜ୍ୟର ନାସିକ ଜିଲ୍ଲାରୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ଏହି ତଥାକଥିତ ଜ୍ୟୋତିଷଙ୍କ ବିରୋଧରେ ମହିଳାଙ୍କୁ ଯୌନ ଶୋଷଣ ଏବଂ ଆପତ୍ତିଜନକ ସ୍ଥିତିରେ ସେମାନଙ୍କ ଭିଡିଓ ରେକର୍ଡିଂ କରିବାର ଅଭିଯୋଗ ଆସିଛି। ଏନେଇ ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ପାଖରୁ ପ୍ରାୟ ୫୮ ଆପତ୍ତିଜନକ ଭିଡିଓ ଜବତ କରାଯାଇଛି। ଅଶୋକ ଖରାତଙ୍କ ଅନେକ ରାଜନେତା, ଶିଳ୍ପପତି ଏବଂ ସେଲିବ୍ରିଟିଙ୍କ ସହ ସମ୍ପର୍କରେ ରହିଥିବାର କୁହାଯାଉଛି। ଯେଉଁମାନେ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ପରାମର୍ଶ ଲୋଡୁଥିଲେ। ତାଙ୍କ ଗିରଫଦାରୀ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି କରିଛି।
ଭିଡିଓ ରେକର୍ଡିଂ କରି ମହିଳାଙ୍କୁ କରୁଥିଲେ ବ୍ଲାକମେଲିଂ
ପୋଲିସ କହିବା ଅନୁଯାୟୀ, ଅଶୋକ ଖରାତ ମହିଳାଙ୍କୁ ନିଶା ଔଷଧ ଦେଇ ସେମାନଙ୍କର ଭିଡିଓ ରେକର୍ଡିଂ କରିବା, ପରେ ଏହାକୁ ସେ ବ୍ଲାକମେଲିଂ ଏବଂ ଶୋଷଣ କରିବା ପାଇଁ ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ଔପଚାରିକ ଭାବେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।
ରାଜନେତାଙ୍କ ସହ ରହିଛି ଫଟୋ ଏବଂ ଭିଡିଓ
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅନେକ ସେଲିବ୍ରିଟି, ଶିଳ୍ପପତି ଏବଂ ରାଜନେତା ବିଭିନ୍ନ ମାମଲାରେ ତାଙ୍କ ପରାମର୍ଶ ନେବା ପାଇଁ ତାଙ୍କୁ ଭେଟୁଥିଲେ। ସେ ନାସିକ ଏବଂ ଅନ୍ୟାନ୍ୟ ମହାନଗର ଅଞ୍ଚଳରେ ଅନେକ ଏକର ଜମି ମଧ୍ୟ କିଣିଥିଲେ। "କ୍ୟାପ୍ଟେନ୍" ଭାବରେ ଜଣାଶୁଣା ଅଶୋକ ଖରାତଙ୍କୁ ପ୍ରମୁଖ ରାଜନେତା, ବ୍ୟବସାୟୀ ଏବଂ ସେଲିବ୍ରିଟିଙ୍କ ନିକଟତର ବୋଲି ବିବେଚନା କରାଯାଏ।
ବୈବାହିକ ଜୀବନ ବଞ୍ଚାଇବା ଯାଇ ବର୍ବାଦ ହେଲେ ମହିଳା
ନାସିକ୍ ପୋଲିସ କ୍ରାଇମ୍ ବ୍ରାଞ୍ଚର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ଅଶୋକ ଖରାତଙ୍କ ବିରୋଧରେ ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ୨୭ ବର୍ଷୀୟ ମହିଳାଙ୍କୁ ବଳାତ୍କାର ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ପୀଡିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ତାଙ୍କ ବୈବାହିକ ସମସ୍ୟାର ସମାଧାନ ପାଇଁ ଅଶୋକ ଖରାତଙ୍କ ଠାରୁ ପରାମର୍ଶ ମାଗିଥିଲେ। ଯାହା ପରେ ସେ ତାଙ୍କ ସମ୍ପର୍କରେ ଆସିଥିଲେ। ସେ ତାଙ୍କୁ ପ୍ରଲୋଭିତ କରିଥିଲେ ଏବଂ ତାଙ୍କ ଇଚ୍ଛା ପୂରଣ କଲେ ତାଙ୍କର ସମସ୍ତ ସମସ୍ୟାର ସମାଦାନ ଧିରେ ଧିରେ ହୋଇଯିବ ବୋଲି ପ୍ରତିଶୃତି ଦେଇ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏହି ବାହାନାରେ ସେ ଗତ ୨୦୨୨ରୁ ୨୦୨୫ ମଧ୍ୟରେ ତାଙ୍କୁ ବହୁବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।
ଅଶୋକ ଖରାତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪ (ବଳାତ୍କାର) ଏବଂ ୬୯ (ପ୍ରତାରଣା କିମ୍ବା ମିଥ୍ୟା ପ୍ରତିଶୃତି ଦେଇ ଯୌନ ସମ୍ପର୍କ) ସହିତ ମହାରାଷ୍ଟ୍ର ମାନବ ବଳି ଏବଂ ଅନ୍ୟାନ୍ୟ ଅମାନବୀୟ, ଦୁଷ୍ଟ ଏବଂ ଅଘୋରୀ ଅଭ୍ୟାସ ଏବଂ କଳା ଯାଦୁ ନିବାରଣ ଆଇନ ୨୦୧୩, ଧାରା ୩ ଅନୁଯାୟୀ ଅଭିଯୋଗ ଦାଏର କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories