Passenger Death / ଜେନେରାଲ ବଗିରେ ବାଡ଼ିଆପିଟା; ପିଟିପିଟି ନେଲେ ଯାତ୍ରୀଙ୍କ ଜୀବନ
·2 months ago·2 min read

Key Points
ଦିଲ୍ଲୀ ଶାହଦରା ରେଳ ଷ୍ଟେସନରେ ଗଣ୍ଡଗୋଳ
ଜେନେରାଲ ବଗିରେ ଯାତ୍ରୀଙ୍କ ମଧ୍ୟରେ ବାଡ଼ିଆପିଟା
ପିଟିପିଟି ନେଇଗଲେ ଜଣେ ଯାତ୍ରୀଙ୍କ ଜୀବନ

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଶାହଦରା ରେଲୱେ ଷ୍ଟେସନରେ ଟ୍ରେନ୍ ଧରିବା ସମୟରେ ହୋଇଥିବା ବିବାଦରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ପ୍ଲାଟଫର୍ମ ନମ୍ବର-୩ରେ ୟୋଗା ଏକ୍ସପ୍ରେସର ଜେନେରାଲ ବଗିରେ ଚଢିବା ଉଦ୍ୟମ ବେଳେ ଜଣେ ଯାତ୍ରୀଙ୍କୁ ଅନ୍ୟ ସହଯାତ୍ରୀ ଅତି ନିର୍ଦ୍ଦୟ ଭାବେ ପିଟିପିଟି ହତ୍ୟା କରିଛନ୍ତି । ଏବେ ଏହି ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆରପିଏଫ କର୍ମଚାରୀ ଯାତ୍ରୀଙ୍କୁ ଭିଡ଼ ଭିତରୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଛି ।
ଏହି ଘଟଣାଟି ଶାହଦରା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୩ରେ ସକାଳ ପ୍ରାୟ ୬ଟାରେ ଘଟିଥିଲା । ହରିଦ୍ଵାର ଯାଉଥିବା ୟୋଗା ଏକ୍ସପ୍ରେସ ଯେତେବେଳେ ଆସି ପ୍ଲାଟଫର୍ମରେ ଅଟକିଥିଲା, ସେତେବେଳେ ଜେନେରାଲ ବଗିରେ ଚଢି ତୁରନ୍ତ ସିଟ୍ ଧରିବା ଲାଗି ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ଏହି ସମୟରେ ଉତ୍ତର ପ୍ରଦେଶର ବାଗପତ ଅଞ୍ଚଳର ପଙ୍କଜ ଧାମାଙ୍କର କିଛି ଅନ୍ୟ ଯାତ୍ରୀଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଝିମିଟି ଖେଳରୁ ମହାଭାରତ ପରି ଏହି ସାଧାରଣ ଘଟଣା ଶେଷରେ ହିଂସାକାଣ୍ଡରେ ପରିଣତ ହୋଇଥିଲା । କ୍ରୋଧିତ ସହଯାତ୍ରୀ ପଙ୍କଜକୁ ନିର୍ମମ ଭାବେ ମାଡ଼ ମାରିଥିଲେ । ତାଙ୍କୁ ପ୍ଲାଟଫର୍ମ ଚଟାଣରେ ପକାଇଥିଲେ ଓ ମାଡ଼ ମାରିବା ଆରମ୍ଭ କରିଥିଲେ ।

- ଭିଡିଓ ହେଉଛି ଭାଇରାଲ
- ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଟ୍ରେନ ଯାତ୍ରା ସମୟରେ ଏହି ଭୁଲ: ଆପଣଙ୍କୁ ଜେଲ୍ ପଠାଇପାରେ ନଚେତ୍ ଗଣିବେ ମୋଟା ଅଙ୍କର ଫାଇନ୍
ପୋଲିସ ଏହି ଘଟଣାରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ (ହତ୍ୟା) ଓ ଧାରା ୩(୫) ଅନୁଯାୟୀ ମାମଲା ରୁଜୁ କରିଛି । ବର୍ତ୍ତମାନ ପୋଲିସ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ମାରପିଟ କରିଥିବା ଲୋକଙ୍କୁ ଚିହ୍ନଟ କରୁଛି । ଚିହ୍ନଟ ପରେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି ।

Related Topics
Explore more stories