ATM Loot Telangana / ଏଟିଏମ ମେସିନ୍ ତାଡି ଲୁଟିନେଲେ ଟଙ୍କା; ଚୋରଙ୍କୁ ରହିଲାନି ସିସିଟିଭି ଭୟ
·1 hour ago·2 min read

Key Points
ଚୋରଙ୍କୁ ଠାବ କରିବା ପାଇଁ ତଦନ୍ତକାରୀ ଅଧିକାରୀ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ଉପଲବ୍ଧ ପ୍ରମାଣ ଯାଞ୍ଚ କରୁଛନ୍ତି। ଚୋର ଏତେ ବିପୁଳ ପରିମାଣର ଟଙ୍କା କିପରି ଚୋରି କଲେ ସେ ବିଷୟରେ ମଧ୍ୟ ତଦନ୍ତ ଚାଲିଛି।
ଏଟିଏମ ମେସିନ୍ ତାଡି କଳା କନା ବୁଲାଇ ଦେଇଛନ୍ତି ଚୋର। ଏଟିଏମ କାଉଣ୍ଟର ପରିସରରେ ସିସିଟିଭି ଲାଗିଥିବା ସତ୍ତ୍ୱେ ଚୋର ପ୍ରାୟ ୩୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଲୁଟି ନେଇଛନ୍ତି। ସଦ୍ୟ ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠାରେ ଚୋର ସ୍ଥାନୀୟ ଶମଶାବାଦ ଅଞ୍ଚଳରେ ରହିଥିବା ଏକ ଏଟିଏମ ମେସିନ ତାଡି କଳାଖନା ବୁଲାଇ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଲୁଟପାଟ ଘଟଣା ବାବଦରେ କାହାକୁ କୌଣସି ସୋର ଶବ୍ଦ ଶୁଣିବାକୁ ମିଳିନଥିଲା। ଚୋର ପ୍ରାୟ ୩୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଚୋରି କରି ନେଇ ପଳାଇଥିଲେ। ପରେ ଚୋରି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ଲୁଟ ଘଟଣାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏଟିଏମ୍ ମେସିନ୍ ର ସମ୍ପୂର୍ଣ୍ଣ ଉପର ଅଂଶ ଗାଏବ ହୋଇଯାଇଛି। ଏଥିରୁ ଅନୁମାନ କରାଯାଇ ପାରେ ଯେ ଚୋର ପ୍ରଥମେ ଏକ ଧାରୁଆ ହତିଆର ସାହାଯ୍ୟରେ ଏଟିଏମ ମେସିନ୍ ଉପର ଅଂଶକୁ କାଢି ଦେଇଥିଲେ। ଏହା ପରେ ଏଟିଏମ କ୍ୟାସ୍ ବକ୍ସ ମଧ୍ୟରେ ରଖାଯାଇଥିବା ସମସ୍ତ ନଗଦ ଟଙ୍କାକୁ ଲୁଟି ନେଇଥିଲେ।
ଏଟିଏମ୍ ମେସିନ ତାଡ଼ି ନେଇଗଲେ ୩୦ ଲକ୍ଷରୁ ଅଧିକ
ଅଜ୍ଞାତ ଲୁଟେରା ବିଳମ୍ବିତ ରାତିରେ ଏଟିଏମ୍ ମେସିନ୍ ଥିବା କ୍ୟାବିନ ମଧ୍ୟରେ ପ୍ରବେଶ କରି ଏଟିଏମ୍ ମେସିନ୍ ଟ୍ୟାମ୍ପରିଂ କରିଥିଲେ। ଏହା ପରେ ସେଥିରୁ ନଗଦ ଟଙ୍କା ନେଇ ପଳାୟନ କରିଥିଲେ। ବ୍ୟାଙ୍କ ଅଧିକାରୀ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସେମାନେ ତୁରନ୍ତ ଥାନାରେ ଘଟଣା ସମ୍ପର୍କରେ ଜଣାଇଥିଲେ। ଶମଶାବାଦ ପୋଲିସ 'କ୍ଲୁ ଟିମ୍' (Shamshabad Police Clues Team) ସହିତ ଘଟଣାସ୍ଥଳରେ ପହଞ୍ଚି ଚୋରଙ୍କ ସମ୍ପର୍କରେ ପ୍ରମାଣ ସଂଗ୍ରହ କରିଥିଲା।
ଏହା ସହ ପଢନ୍ତୁ: ଗ୍ୟାସ୍ କଟର ସହାୟତାରେ କାଟିଦେଲେ ଏଟିଏମ; ଲୁ଼ଟିନେଲେ ୯ ଲକ୍ଷ
ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ହେବେ ଚୋର
ଏହି ଲୁଟ ଘଟଣାରେ ସାମିଲ ରହିଥିବା ଚୋରଙ୍କୁ ଚିହ୍ନଟ କରିବା ଏବଂ ଅନୁସନ୍ଧାନ କରିବା ପାଇଁ ତଦନ୍ତକାରୀ ଅଧିକାରୀ ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରୁଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚୋର ଏଟିଏମ ତାଡି଼ କିପରି ଏତେ ପରିମାଣର ଟଙ୍କା ଚୋରି କରିନେଲେ ପୋଲିସ ତାହାର ତଦନ୍ତ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ଅଗଷ୍ଟ ମାସରେ ହୋଇଥିଲା ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ ଲୁଟ୍
ଗତ ଅଗଷ୍ଟ ମାସରେ ତାମିଲନାଡୁ ସ୍ଥିତ କାଞ୍ଚିପୁରମ ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟିଥିଲା। ଅଜ୍ଞାତ ଚୋର ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ ରୁ ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଅଭିଯୁକ୍ତ ଗ୍ୟାସ କଟର ବ୍ୟବହାର କରି ଏଟିଏମ୍ କ୍ୟାସ୍ ବକ୍ସ ଭାଙ୍ଗିବା ପରେ ଏହା ମଧ୍ୟରେ ରଖାଯାଇଥିବା ନଗଦ ଟଙ୍କା ଲୁଟି ନେଇଥିଲେ।

Related Topics
Explore more stories