Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ସିନିୟରଙ୍କୁ ଛୁରୀ ଭୁସି ହତ୍ୟା କଲା ଜୁନିୟର, ହ୍ବାଟ୍ସଆପ୍‌ରେ ଚାଟ୍‌ କରି ସାଙ୍ଗ କହିଦେଲା ସବୁ ସତ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
ସିନିୟରଙ୍କୁ ଛୁରୀ ଭୁସି ହତ୍ୟା କଲା ଜୁନିୟର, ହ୍ବାଟ୍ସଆପ୍‌ରେ ଚାଟ୍‌ କରି ସାଙ୍ଗ କହିଦେଲା ସବୁ ସତ

Key Points

ସିନିୟରଙ୍କୁ ହତ୍ୟା କଲା ଜୁନିୟର

ଚାଟିଂ କରି ସାଙ୍ଗକୁ କହିଦେଲା ସବୁ ସତ

ଗିରଫ କରି ତଦନ୍ତ କରୁଛି ପୋଲିସ୍

ଗୁଜୁରାଟର ଅହମ୍ମଦାବାଦର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା ମାମଲା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ସ୍କୁଲର ଜଣେ ଜୁନିଅର ଛାତ୍ର ୧୫ ବର୍ଷୀୟ ନୟନଙ୍କୁ ଛୁରୀ ଭୁସି ହତ୍ୟା କରିଛି । ତେବେ ଏହି ମାମଲାରେ ଅଭିଯୁକ୍ତ ଛାତ୍ରଙ୍କ ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅପରାଧ ସ୍ୱୀକାର କରୁଥିବାର ଦେଖିବାକୁ ମିଳିଛି ।


ପ୍ରାଥମିକ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହି ଅପରାଧ କରିବା ପରେ, ଅଭିଯୁକ୍ତ ଛାତ୍ର ତା'ର ଜଣେ ସାଙ୍ଗଙ୍କ ସହ ହ୍ୱାଟ୍ସଆପ୍ ଚାଟ୍ କରିଥିଲେ, ଯେଉଁଥିରେ ସେ ଅପରାଧ ସ୍ୱୀକାର କରିଥିଲେ । ଆଉ ପୋଲିସ ହାତରେ ଲାଗିଛି ସେହି ହ୍ବାଟ୍ସଆପ୍‌ ଚାଟ୍‌ । ଯେଉଁଥିରେ ଲେଖାଅଛି,


ସାଙ୍ଗ: ଭାଇ, ଆଜି ତୁମେ କିଛି କରିଛ କି ?

ଅଭିଯୁକ୍ତ: ହଁ

ସାଙ୍ଗ: ତୁମେ କାହାକୁ ଛୁରା ମାରିଛ କି ?

ଅଭିଯୁକ୍ତ: ତୁମକୁ କିଏ କହିଲା ?

ସାଙ୍ଗ: ଦୟାକରି ଟିକେ ଫୋନ୍ କର

ଅଭିଯୁକ୍ତ: ନା, ନା । ମୁଁ ମୋ ଭାଇ ସହିତ ଅଛି । ସେ ଜାଣିନାହିଁ କି ଆଜି କ'ଣ ଘଟିଛି

ସାଙ୍ଗ: ସେ (ପିଡ଼ୀତ) ମରିଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୁକ୍ତ ତା'ପରେ ପଚାରିଲା ଯେ ସେ ଏହି ଘଟଣା ବିଷୟରେ କିପରି ଜାଣିଲା । ଅଭିଯୁକ୍ତର ସାଙ୍ଗ କହିଥିଲେ ଯେ ସେ ରାସ୍ତାରେ ଏ ଘଟଣା ବିଷୟରେ ଜାଣିଥିବା ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଯିଏ ତାଙ୍କୁ ଏ ବିଷୟରେ କହିଥିଲେ। ଏହା ଉପରେ ଅଭିଯୁକ୍ତ କହିଲା ଯେ ସେହି ଲୋକଟିକୁ କୁହ ଯେ ମୁଁ ତାକୁ ହତ୍ୟା କରିଛି।

ସାଙ୍ଗ: ପ୍ରକୃତରେ କ'ଣ ଘଟିଥିଲା?

ଅଭିଯୁକ୍ତ: ସେ (ପିଡ଼ୀତ ନୟନ) ମୋତେ ପଚାରିଲା ଯେ ତୁମେ କିଏ ଏବଂ ତୁମେ କ'ଣ କରିବ? ଇତ୍ୟାଦି

ସାଙ୍ଗ: ଏଥିପାଇଁ ତୁମେ କାହାକୁ ଛୁରା ମାରି ପାରିବ ନାହିଁ। ତୁମେ ତାକୁ କେବଳ ପିଟି ପାରିଥାନ୍ତ, ମାରି ପାରିନଥାନ୍ତ।

ଅଭିଯୁକ୍ତ: ଏବେ ଯାହା ଘଟିବାର ଥିଲା, ଘଟିଯାଇଛି

ସାଙ୍ଗ: ନିଜର ଯତ୍ନ ନିଅ। କିଛି ସମୟ ପାଇଁ ଫେରାର ହୋଇଯାଅ । ଏହି ଚାଟ୍‌ଗୁଡ଼ିକୁ ଡିଲିଟ୍ କରିଦିଅ।

ଅଭିଯୁକ୍ତ: ଠିକ୍ ଅଛି


ସୂଚନା ଅନୁସାରେ ଏହି ଘଟଣାଟି ଅହମ୍ମଦାବାଦର ଖୋଖରାରେ ଅବସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଛି । ଏଠାରେ, ଦଶମ ଶ୍ରେଣୀର ପଢ଼ୁଥିବା ୧୫ ବର୍ଷୀୟ ଛାତ୍ର ନୟନଙ୍କୁ ମଙ୍ଗଳବାର ଦିନ ନବମ ଶ୍ରେଣୀର ଜଣେ ଛାତ୍ର ଛୁରୀରେ ଆକ୍ରମଣ କରିଥିଲେ। ନୟନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ନୟନଙ୍କ ମୃତ୍ୟୁ ହୋଇଥିଲା ।


ମୃତ ଛାତ୍ର ସିନ୍ଧି ସମ୍ପ୍ରଦାୟର ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ର ମୁସଲମାନ । ଯାହା ଯୋଗୁଁ ସାମ୍ପ୍ରଦାୟିକ ଉତ୍ତେଜନା ବ୍ୟାପିଛି। ଏହି ଘଟଣା ପରେ ସିନ୍ଧି ସମ୍ପ୍ରଦାୟର ହଜାର ହଜାର ଲୋକେ ସ୍କୁଲ ପରିସରରେ ହଙ୍ଗାମା କରିଥିବା ବେଳେ ହିନ୍ଦୁ ସଙ୍ଗଠନ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମମତ୍ତାମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନକାରୀମାନେ ସ୍କୁଲ ପରିସରରେ ଭଙ୍ଗାରୁଜା କରିବା ସହ ସ୍କୁଲ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୋଲିସ୍ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ନାବାଳକ ଅପରାଧ ଆଇନ ଅନୁଯାୟୀ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ।

Sponsored
Ahmedabad School Murder: WhatsApp Chat Reveals Teen Confession, Sparks Protests | Argus News