Videos
|
Crime

Police SI Exam Scam / SI ପରୀକ୍ଷା କେଳେଙ୍କାରୀ: ନେପାଳ ସୀମାରୁ ବନ୍ଧା ହେଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

Sushanta Sahoo
Browse all articles by Sushanta Sahoo
·10 months ago·2 min read
SI ପରୀକ୍ଷା କେଳେଙ୍କାରୀ: ନେପାଳ ସୀମାରୁ ବନ୍ଧା ହେଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

Key Points

SI ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼଼ ସଫଳତା । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ନେପାଳ ସୀମା ନିକଟ ଉତ୍ତରାଖଣ୍ଡରୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଗିରଫ ପରେ ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି ।
ଭୁବନେଶ୍ଵର: SI ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼଼ ସଫଳତା ମିଳିଛି । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ନେପାଳ ସୀମା ନିକଟ ଉତ୍ତରାଖଣ୍ଡରୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଗିରଫ ପରେ ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି । ସ୍କାମ୍ ପରଠାରୁ ଶଙ୍କର ପୃଷ୍ଟି ଫେରାର୍ ରହିଥିଲା । ଶଙ୍କର କରିଥିବା ଜାମିନ ଆବେଦନକୁ ହାଇକୋର୍ଟ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ହେଉଛି ଶଙ୍କର ପୃଷ୍ଟିର ଘର । ପଞ୍ଚସଫ୍ଟ କମ୍ପାନୀର ନିର୍ଦ୍ଦେଶକ ହେଉଛି ଶଙ୍କର ପୃଷ୍ଟି । OPRB, ଆଇଟିଆଇକୁ SI ପରୀକ୍ଷା ପରିଚାଳନା ଦାୟିତ୍ଵ ଦେଇଥିଲା । ପରେ ଆଇଟିଆଇ, ସିଲିକନକୁ ଦେଇଥିଲା ପରିଚାଳନା ଦାୟିତ୍ଵ । ଏହାପରେ ସିଲିକନ୍ ଠାରୁ ପଞ୍ଚସଫ୍ଟ ଦାୟିତ୍ଵ ନେଇଥିଲା । ପଞ୍ଚସଫ୍ଟ ଓ ସିଲିକନ୍ ମିଶି ପୋଲିସ SI ପରୀକ୍ଷା କେଳେଙ୍କାରୀ ଷଡ଼ଯନ୍ତ୍ର କରିଥିଲେ ।

ସପ୍ତାହକ ତଳେ ପୋଲିସ SI ସ୍କାମ୍‌ ମାମଲାକୁ CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି । ପୋଲିସ ଓ ଅନ୍ୟାନ୍ୟ ପୋଷାକଧାରୀ କର୍ମଚାରୀ ଚୟନ ପାଇଁ ହେବ ସ୍ଥାୟୀ ଆୟୋଗ ।

ଏଥିସହ ପଢ଼ନ୍ତୁ: ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି, ଏଣିକି CBI କରିବ ତଦନ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସଂଧାନରୁ ଜଣାଯାଇଛି ଯେ ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ। ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।

ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସି.ବି.ଆଇକୁ ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସବୁଠାରୁ ଭାରୀ ସାଟେଲାଇଟ ଲଞ୍ଚ କରିବ ISRO, ସୁଦୃଢ଼ ହେବ ସାମୁଦ୍ରିକ ସଂଯୋଗ

ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୧୨୦ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମଧ୍ୟରୁ ୧୧୪ ଜଣଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି ।

Related Topics

Explore more stories