Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ISRO / ସବୁଠାରୁ ଭାରୀ ସାଟେଲାଇଟ ଲଞ୍ଚ କରିବ ISRO, ସୁଦୃଢ଼ ହେବ ସାମୁଦ୍ରିକ ସଂଯୋଗ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ସବୁଠାରୁ ଭାରୀ ସାଟେଲାଇଟ ଲଞ୍ଚ କରିବ ISRO, ସୁଦୃଢ଼ ହେବ ସାମୁଦ୍ରିକ ସଂଯୋଗ

Key Points

ଦେଶରେ ଡିଜିଟାଲ୍ ଯୋଗାଯୋଗ, ଇଣ୍ଟରନେଟ୍ ଏବଂ ସାମୁଦ୍ରିକ ସଂଯୋଗ ସୁଦୃଢ଼ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ରବିବାର ଏହାର ୪ ହଜାର ୪୧୦ କିଲୋଗ୍ରାମ ଓଜନର ଉପଗ୍ରହ CMS-03 ଉତକ୍ଷେପଣ କରିବ ।
ନୂଆଦିଲ୍ଲୀ: CMS-03 ସାଟେଲାଇଟ ଲଞ୍ଚ ପାଇଁ ପ୍ରସ୍ତୁତ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନ । ଆସନ୍ତାକାଲି ଇସ୍ରୋର ସବୁଠାରୁ ଭାରୀ ସାଟେଲାଇଟ୍ ଲଞ୍ଚ ହେବ । ରବିବାର ଅପରାହ୍ଣ ୫ଟା ୨୬ ମିନିଟରେ ଇସ୍ରୋର ଶକ୍ତିଶାଳୀ LMV3-M5 ରକେଟରୁ ଉତକ୍ଷେପଣ କରାଯିବ ।

ଏହା ଦ୍ଵାରା ଦେଶରେ ଡିଜିଟାଲ୍ ଯୋଗାଯୋଗ, ଇଣ୍ଟରନେଟ୍ ଏବଂ ସାମୁଦ୍ରିକ ସଂଯୋଗ ସୁଦୃଢ଼ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ରବିବାର ଏହାର ୪ ହଜାର ୪୧୦ କିଲୋଗ୍ରାମ ଓଜନର ଉପଗ୍ରହ CMS-03 ଉତକ୍ଷେପଣ କରିବ । ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ ।

ଏଥିସହ ପଢ଼ନ୍ତୁ: ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥାଇ ଚାଲିଛି ଏକାଧିକ ଅନୁଷ୍ଠାନ; ଚିଠି ଲେଖି କାହିଁକି ଚୁପ୍ ଅଗ୍ନିଶମ ବିଭାଗ ?

ଏହାକୁ ଇସ୍ରୋର ଶକ୍ତିଶାଳୀ ରକେଟ୍, LVM3-M5 ଦ୍ୱାରା ପୃଥିବୀର ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥରେ ଅବସ୍ଥାପିତ କରାଯିବ । CMS-03 ଯୋଗାଯୋଗ ଉପଗ୍ରହ ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିବ । ବଡ଼ ଅଭିଯାନ ପୂର୍ବରୁ ଇସ୍ରୋ ପରମ୍ପରା ରକ୍ଷା କରି ମନ୍ଦିର ଯାଇ ଶୁଭକାମନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ।

CMS-03 ଉପଗ୍ରହ କ'ଣ ?

ISRO ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ ନୂତନ ଉପଗ୍ରହ GSAT-7R ବା CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଯାହା ଭାରତୀୟ ସ୍ଥଳଭାଗ ସହିତ ବିଶାଳ ସମୁଦ୍ର ଅଞ୍ଚଳରେ ସେବା ପ୍ରଦାନ କରିବ । ଏହାକୁ ଅତ୍ୟନ୍ତ ଉନ୍ନତ ଉପକରଣ ଏବଂ ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ପେଲୋଡ୍ ସହିତ ସଜ୍ଜିତ କରାଯାଇଛି ।

ଏହା ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ନୌସେନା ବିମାନ ମଧ୍ୟରେ ଭଏସ୍, ଭିଡିଓ ଏବଂ ତଥ୍ୟ ପ୍ରସାରଣ ପାଇଁ UHS, S, C ଏବଂ Ku ବ୍ୟାଣ୍ଡ ଭଳି ଅନେକ ଫ୍ରିକ୍ଵେନ୍ସିର ବ୍ୟବହାର କରିବ । ଏହି ଉପଗ୍ରହର ଉନ୍ନତ କଭରେଜ୍ ଭାରତର ନେଟୱର୍କ-କେନ୍ଦ୍ରିକ ଯୁଦ୍ଧ କ୍ଷମତାକୁ ବହୁଗୁଣିତ କରିବା ସହ ନୌସେନାକୁ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ କ୍ଷେତ୍ରରେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସକ୍ଷମ କରିବ । CMS-03 ଏକ ବିଶାଳ ସାମୁଦ୍ରିକ-ସ୍ଥଳ ଅଞ୍ଚଳରେ ନୌସେନା ଅଭିଯାନ, ବାୟୁ ପ୍ରତିରକ୍ଷା ଏବଂ କମାଣ୍ଡ ନିୟନ୍ତ୍ରଣ ପାଇଁ ପ୍ରକୃତ-ସମୟ ଯୋଗାଯୋଗ ପ୍ରଦାନ କରିବ ।

ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ପରିବେଶ ସୁରକ୍ଷାକୁ ଗୁରୁତ୍ଵ, ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା

ଦୂରଦୂରାନ୍ତକୁ ପହଞ୍ଚିବ ହାଇସ୍ପିଡ୍‌ କନେକ୍ଟିଭିଟି । CMS-03 ଉପଗ୍ରହ କାର୍ଯ୍ୟକ୍ଷମ ହେବା ପରେ ରଣନୈତିକ ଓ ସାମୁଦ୍ରିକ ବ୍ୟବହାରକାରୀ ସମସ୍ତେ ଉନ୍ନତ ଯୋଗାଯୋଗ ସେବାରୁ ଉପକୃତ ହେବେ । ଭାରତର ଡିଜିଟାଲ ପହଞ୍ଚକୁ ବିସ୍ତାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ CMS-03 ସାଟେଲାଇଟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ISRO Set to Launch CMS-03, India’s Heaviest Communication Satellite | Argus News | Argus News