Videos
|
Crime

Ketan Agarwal murder / କେତନ ହତ୍ୟାକାଣ୍ଡରେ ଅଭିଯୁକ୍ତାଙ୍କ ମା’ଙ୍କ ବଡ଼ ବୟାନ ''ସିଆକୁ ପାହାଡ଼ ଉପରୁ ଠେଲି ଦିଅ''

Rashmita Mishra
Browse all articles by Rashmita Mishra
·1 month ago·2 min read
କେତନ ହତ୍ୟାକାଣ୍ଡରେ ଅଭିଯୁକ୍ତାଙ୍କ ମା’ଙ୍କ ବଡ଼ ବୟାନ ''ସିଆକୁ ପାହାଡ଼ ଉପରୁ ଠେଲି ଦିଅ''
Ketan Agarwal murder

Key Points

ମୋଝିଅ ଯଦି ଦୋଷୀ ତାହାଲେ ତାକୁ ଫାଶୀ ଦିଅ...
ମୋ ଝିଅ ଯଦି କେତନକୁ ମାରିଛି ତାହାଲେ ତାକୁ ସେଇ ପାହାଡ଼ରୁ ଠେଲିଦିଅ..
ଦୋଷୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ।

ମୋଝିଅ ଯଦି ଦୋଷୀ ତାହାଲେ ତାକୁ ଫାଶୀ ଦିଅ... ମୋ ଝିଅ ଯଦି କେତନକୁ ମାରିଛି ତାହାଲେ ତାକୁ ସେଇ ପାହାଡ଼ରୁ ଠେଲିଦିଅ.. ଦୋଷୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର । ସେ ମୋ ଝିଅ ହେଉ କି ଆଉ ଯିଏ ବି ହେଉ । ମୁଁ ଗୋଟିଏ ମା' କହୁଛି । ମୋ ଭାବି ଜ୍ଵାଇଁ କେତନକୁ ଯିଏ ମାରିଛି ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର । ମୋ ଝିଅ ଯଦି ଦୋଷୀ ତାହାଲେ ତାକୁ ଫାଶୀ ଦିଅ କିମ୍ବା କେତନକୁ ଯେଉଁ ଠାରୁ ଧକ୍କା ଦେଇ ମାରିଦିଆଯାଇଛି ସେହି ପାହାଡ଼ ଉପରୁ ଠେଲି ମାରିଦିଆଯାଉ ।

ଦୋଷୀ ମାନେ ନଖସିବା ଦରକାର । ବିବାହ ପୂର୍ବରୁ କେତନ ଅଗ୍ରଓ୍ବାଲଙ୍କୁ ଲୋହାଗଡ଼ ପୋର୍ଟ ଉପରୁ ଠେଲି ହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ଅଭିଯୁକ୍ତା ସିଆ ଗୋୟଲଙ୍କ ମା'ଙ୍କ ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସିଆଙ୍କର ଏଭଳି ଷଡ଼ଯନ୍ତ୍ର ଶୁଣିଲା ପରେ ତାଙ୍କ ମୁଣ୍ଡ କାମ କରୁନାହିଁ । ତାଙ୍କ ମା ମଧ୍ୟ ପୁରା ଭାଙ୍ଗି ପଡ଼ିଛନ୍ତି ।

ତାଙ୍କ କହିବା ମୁତାବକ ସିଆ ଯଦି କିଛି ଭୁଲ କରିଛି ତାହାଲେ ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ନିହାତି ଦରକାର । ସିଆ ଯଦି କେତନକୁ ମାରିଛି ତାହାଲେ ତାକୁ ଫାଶୀ ଦିଅ କିମ୍ବା କେତନକୁ ଯେଉଁଠୁ ଠେଲି ହତ୍ୟା କରାଯାଇଛି ତାକୁ ସେହି ଠାରୁ ଠେଲିଦିଅ । ମୁଁ ଗୋଟିଏ ମା', ମୁଁ ବୁଝୁଛି ଗୋଟିଏ ସନ୍ତାନକୁ ହରାଇବା କେତେ କଷ୍ଟ ।

ଏଥିସହ ପଢ଼ନ୍ତୁ: କେତନଙ୍କୁ ନ୍ୟାୟ ଦେବେ ଉଜ୍ଜ୍ଵଳ; ସେ ଲଢ଼ିଥିବା ୩୭ ମାମଲାରେ ଦୋଷୀଙ୍କୁ ମିଳିଛି ମୃତ୍ୟୁଦଣ୍ଡ

ସିଆଙ୍କ ମା' ଆହୁରି କହିଛନ୍ତି କି ସେମାନେ ଚେତନ ଚୌଧୁରୀଙ୍କ ବିଷୟରେ କୌଣସି କଥା ଜାଣିନଥିଲେ । ଯଦି ସେମାନେ ପୂର୍ବରୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ କିଛି ଜାଣିଥାନ୍ତେ ତାହାଲେ ଏହି ସମ୍ପର୍କରେ କେବେବି ରାଜି ହୋଇନଥାନ୍ତେ । ଏହି ବାହାଘରରେ ଦୁଇଟି ପରିବାର ବହୁତ ଖୁସିଥିଲେ । ଏମିତି ହେବ ବୋଲି କେହି ଚିନ୍ତା ମଧ୍ୟ କରି ନଥିଲେ ।

ଯଦି ଦେଖିବା ସିଆ ଏବଂ ପ୍ରେମିକ ଚେତନ ମିଶି କେତନଙ୍କୁ ଲୋହାଗଡ଼ ପୋର୍ଟ ଉପରୁ ଠେଲି ହତ୍ୟା କରିଛନ୍ତି । ଗୋଟିଏ କାଫେରେ ବଶି ହତ୍ୟା ଷଡ଼ଯନ୍ତ୍ର କରିଥିଲେ ସିଆ ଏବଂ ଚେତନ । ଯାହାପରେ ପୁରା ଦେଶରେ ଏଭଳି ହତ୍ୟାର ଷଡ଼ଯନ୍ତ୍ରକୁ ନେଇ ଚହଳ ପଡ଼ିଛି । ପ୍ରି ବାର୍ଥଡେ ସେଲିବ୍ରେସନ କରିବାକୁ ଡାକି କେକ୍‌ କାଟିଲେ ।

ଆଉ ତାପରେ ଟ୍ରେକିଂ କରି ପାହାଡ଼ ଉପରକୁ ନେଇ ଏମିତି ହତ୍ୟା କରିଥିଲେ । ପୋଲିସର ଜେରା ପରେ ସବୁ ସତ କଥା କହିଛନ୍ତି ସିଆ । ଏମିତି ସବୁ କଥା ଶୁଣିଲା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଛି। ତେବେ ଆଗକୁ ତଦନ୍ତ କେଉଁ ମୋଡ଼ ନେଉଛି ତାହା ସମୟ କହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ketan Agarwal murder | Ketan Murder Case: Accused Sia’s Mother Speaks Out | Argus News