Crime In Odisha / ନମ୍ବର ବିହୀନ ଗାଡ଼ିରେ ଖସି ପଳାଇଥିଲା ସିକନ୍ଦର, ମାଟି ତଳେ ପୋତିଥିଲା ପାସପୋର୍ଟ
·4 months ago·2 min read

Key Points
ଏକାଧିକ ମେଟ୍ରୋ ସିଟିରେ ସିକନ୍ଦରର ବ୍ୟାଙ୍କ ଆକାଉଣ୍ଟ ରହିଥିବା ବେଳେ ବିଦେଶରୁ ଆସୁଥିଲା ଟଙ୍କା । ଆଉ ସେହି ଟଙ୍କାରେ କୁଆଡ଼େ ଚାଲିଥିଲା ବେହେରାମପୁରରେ ବେଆଇନ୍ ମଦ୍ରାସା ।
ଜଗତସିଂହପୁର/ବିଞ୍ଝାରପୁର: ଜଗତସିଂହପୁରରେ ବାଂଲାଦେଶୀଙ୍କୁ ବେଆଇନ୍ ଭାବେ ରଖିଥିବା ସିକନ୍ଦର ଆଲାମ ଗିରଫ ପରେ ଗୁମର ଖୋଲୁଛି । ଏକାଧିକ ମେଟ୍ରୋ ସିଟିରେ ସିକନ୍ଦରର ବ୍ୟାଙ୍କ ଆକାଉଣ୍ଟ ରହିଥିବା ବେଳେ ବିଦେଶରୁ ଆସୁଥିଲା ଟଙ୍କା । ଆଉ ସେହି ଟଙ୍କାରେ କୁଆଡ଼େ ଚାଲିଥିଲା ବେହେରାମପୁରରେ ବେଆଇନ୍ ମଦ୍ରାସା ।
ସିକନ୍ଦର ଆଲାମ ଓ ତାର ସାନ ଭାଇ ଅବଦୁଲ ମୋତାଲିଫ ଖାନକୁ ଗିରଫ ପରେ ପୋଲିସ ଛାନଭିନ୍କୁ ଜୋରଦାର କରିଛି । ମାଟି ତଳେ ସିକନ୍ଦର ଲୁଚାଇ ଥିବା ପାସପୋର୍ଟକୁ ଜବତ କରିଛି ପୋଲିସ । ଏଥିସହ ସିକନ୍ଦର ବ୍ୟବହାର କରୁଥିବା ନମ୍ବର ବିହୀନ ଗାଡ଼ି ଲାଗିଛି ପୋଲିସ ହାତରେ ।
ଏଥିସହ ପଢ଼ନ୍ତୁ: ୭ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ସିକନ୍ଦର; ବାଂଲାଦେଶୀ ଲିଙ୍କ୍ରେ ମାଡ଼ି ବସିଲା ପୋଲିସ
୭ ଦିନ ହେବ ପୋଲିସ ଲୁଚକାଳି ଖେଳ ପରେ ଶନିବାର ବନ୍ଧା ହୋଇଥିଲା ସିକନ୍ଦର ଓ ତାର ଭାଇ ଅବଦୁଲ । ସିକନ୍ଦର ଯାଜପୁରରୁ ଧରାପଡ଼ିଥିବା ବେଳେ ଖୋର୍ଦ୍ଧାରୁ ଗିରଫ ହୋଇଥିଲା ଅବଦୁଲ । ଦୁହିଁଙ୍କୁ ଗିରଫ ପରେ ଆଳି ପିଙ୍ଗଳ ଜେଲ୍ ପଠାଇ ଦିଆଯାଇଛି ।
ପୋଲିସ ସିକନ୍ଦରର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି । ସିକନ୍ଦରର ଲାପଟପ୍ରୁ ପୋଲିସକୁ ମିଳିଛି ଅନେକ ତଥ୍ୟ । କୋଲକାତା, ମୁମ୍ବାଇ, ଚେନ୍ନାଇ ଭଳି ମେଟ୍ରୋ ସିଟିରେ ସିକନ୍ଦର ବ୍ୟାଙ୍କ ଆକାଉଣ୍ଟ ଖୋଲି ବିଦେଶରୁ ମଦ୍ରାସା ପାଇଁ ଫଣ୍ଡି ଆଣୁଥିଲା । ଏବେ ସେହି ସବୁ ଆକାଉଣ୍ଟର ଦେଣନେଣକୁ ଟ୍ରାକ୍ ପାଇଁ ପୋଲିସ ବ୍ୟାଙ୍କକୁ ଯୋଗାଯୋଗ କରିଛି ।
ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ସିକନ୍ଦର ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଅଳକୁଣ୍ଡ ଥାନା ଅଞ୍ଚଳର ଏସକେ ମୁସଲିମଙ୍କ ଘରେ ଆତ୍ମ ଗୋପନ କରିଥିଲା ସିକନ୍ଦର । ଜଗତସିଂହପୁରରୁ ନମ୍ବର ବିହୀନ ବାଇକ୍ରେ ଯାଇ ସେକ ମୁସଲିମ ଘରେ ସିକନ୍ଦର ଲୁଚିଥିଲା । ସେକ ମୁସଲିମ ପୂର୍ବରୁ ରାଉରକେଲାରେ ସିକନ୍ଦର ଆଲାମର ଗାଡ଼ି ଡ୍ରାଇଭର ଭାବେ କାମ କରୁଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ବାଂଲାଦେଶୀଙ୍କ ସର୍ଦ୍ଦାର ସାଜିଥିଲା ସିକନ୍ଦର; ଜଗତସିଂହପୁର ଆଣି କରୁଥିଲା ଥଇଥାନ
ସେପଟେ ଜଗତସିଂହପୁରରେ ତଲାସୀ ବେଳେ ଅନେକ ସନ୍ଦିଗ୍ଧ ବାଂଲାଦେଶୀ ଧରାପଡ଼ିଥିଲେ । ଶହ ଶହ ନକଲି ଆଧାର କାର୍ଡ ପ୍ରଶାସନକୁ ମିଳିଥିଲା । ଆଧାର ଯାଞ୍ଚ ପରେ ଜିଲ୍ଲା ପ୍ରଶାସନ ୧୨ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରି ବାଗଲପୁର ସ୍ଥିତ ଆଶ୍ରୟ ସ୍ଥଳୀରେ ରଖିଛି ।
ସେମାନଙ୍କୁ ଆଠଗଡ଼ ସ୍ଥିତ କେନ୍ଦ୍ରୀୟ ସେଲଟର ହୋମକୁ ସ୍ଥାନାନ୍ତର କରାଯିବ । ସେଠାରୁ ସେମାନଙ୍କୁ ବିଏସଏଫ୍ ମାଧ୍ୟମରେ ବାଂଲାଦେଶକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories