Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୋସିଆଲ ମିଡିଆରେ ଚକ୍‌ଚକ୍ ବିଜ୍ଞାପନ ପଛରେ ବସିଛି ଡିଜିଟାଲ୍ ପକେଟମାର୍

Crime

Cyber Crime / ସୋସିଆଲ ମିଡିଆରେ ଚକ୍‌ଚକ୍ ବିଜ୍ଞାପନ ପଛରେ ବସିଛି ଡିଜିଟାଲ୍ ପକେଟମାର୍

Rashmita Mishra
Browse all articles by Rashmita Mishra
·1 hour ago·2 min read
ସୋସିଆଲ ମିଡିଆରେ ଚକ୍‌ଚକ୍ ବିଜ୍ଞାପନ ପଛରେ ବସିଛି ଡିଜିଟାଲ୍ ପକେଟମାର୍
Cyber Crime

Key Points

ସୋସିଆଲ ମିଡିଆରେ ଚକ୍‌ଚକ୍ ବିଜ୍ଞାପନ ପଛରେ ବସିଛି ଡିଜିଟାଲ୍ ପକେଟମାର୍
ଶସ୍ତା ଅଫର୍‌କୁ କରନ୍ତୁ ନାହିଁ ବିଶ୍ୱାସ
ନଚେତ ସାଇବର ଠକ କରିଦେବେ ସର୍ବନାଶ
୧୭୦୦ ଟଙ୍କାର ରିଫଣ୍ଡ୍ ଲୋଭ, ୧୭ ହଜାର ଟଙ୍କାର ଲାଗିଲା ଚୁନା 

ସୋସିଆଲ ମିଡିଆ ବିଜ୍ଞାପନ ପଛରେ ବସିଛି ଡିଜିଟାଲ୍ ପକେଟମାର୍... ଶସ୍ତା ଡ୍ରାଏ ଫୁଡ୍ସ ଅଫର୍ ଲୋଭରେ ଗଲା ୧୭ ହଜାର ଟଙ୍କା । ଫେସବୁକ୍ ଆଡଭାଟାଇଜ୍ ଦେଖି ଫସିଲେ କଳିଙ୍ଗ ବିହାରର କେଦାରନାଥ । ଗୋଟିଏ କ୍ଲିକ୍‌ରେ ଖାଲି ହୋଇଗଲା ଆକାଉଣ୍ଟ...ନକଲି ପେଜ୍ ଖୋଲି ଲୁଟୁଛନ୍ତି ସାଇବର ଲୁଟେରା ।

ସୋସିଆଲ ମିଡିଆରେ ଚକ୍‌ଚକ୍ ବିଜ୍ଞାପନ ପଛରେ ବସିଛି ଡିଜିଟାଲ୍ ପକେଟମାର୍ । ଶସ୍ତା ଅଫର୍‌କୁ କରନ୍ତୁ ନାହିଁ ବିଶ୍ୱାସ ନଚେତ ସାଇବର ଠକ କରିଦେବେ ସର୍ବନାଶ ।୧୭୦୦ ଟଙ୍କାର ରିଫଣ୍ଡ୍ ଲୋଭ, ୧୭ ହଜାର ଟଙ୍କାର ଲାଗିଲା ଚୁନା ।

ଅଫର ଲୋଭନୀୟ ଥିଲା... ଆଉ କଥାର ଯାଦୁ ବି ଅତି ଚମତ୍କାର ଥିଲା.. ଜମ୍ମୁ-କାଶ୍ମୀରର ସୋନିଆ ଡ୍ରାଏ ଫୁଡ୍ସ ନାମକ ଏକ ସଂସ୍ଥାର ଫେସବୁକ ଆଡଭାଟାଇଜ୍ ଦେଖି ମନ ବଳାଇଥିଲେ ଭୁବନେଶ୍ୱର କଳିଙ୍ଗ ବିହାରର କେଦାରନାଥ ମାନସିଂ । ରଜ ପର୍ବ ପାଇଁ ୨ କେଜି ଡ୍ରାଏ ଫୁଡ୍ସ ମଗାଇଥିଲେ ।

ହେଲେ ସେ ଜାଣିନଥିଲେ, ସେ ଖାଦ୍ୟ ମଗାଉ ନାହାନ୍ତି ବରଂ ସାଇବର ସଇତାନର ଜାଲ ଭିତରକୁ ନିଜେ ଚାଲି ଚାଲି ଯାଉଛନ୍ତି । ଖେଳଟି ଆରମ୍ଭ ହେଲା ସେତେବେଳେ, ଯେତେବେଳେ ଫୋନ୍ ଆରପଟୁ କୁହାଗଲା- "ସାର୍, ଆପଣ ଅର୍ଡର କରିଥିବା ମାଲ୍ ସରିଯାଇଛି, ଆପଣଙ୍କ ୧୭୦୦ ଟଙ୍କା ରିଫଣ୍ଡ କରିଦେଉଛୁ".. ଟଙ୍କା ଫେରିପାଇବା ଆଶାରେ କେଦାରନାଥ ବିଶ୍ୱାସ କରି ବ୍ୟାଙ୍କ ଡିଟେଲ୍ସ ଦେବା ପରେ ଠକ ପଠାଇଲା ଏକ ନକଲି ଲିଙ୍କ୍ । ଆଉ ସେହି ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ କେଦାରନାଥଙ୍କ କଷ୍ଟ ଅର୍ଜିତ ଟଙ୍କା ପାଣି ଭଳି ବୋହିଗଲା । ଆକାଉଣ୍ଟରୁ ଉଡ଼ିଯାଇଥିଲା ୧୭ ହଜାର ଟଙ୍କା !

ଏଥିସହ ପଢ଼ନ୍ତୁ: ରାଜଧାନୀରେ ନକଲି ଏସ୍କର୍ଟ୍ ସର୍ଭିସ,ସୋସିଆଲ ମିଡିଆରୁ ସୁନ୍ଦରୀଙ୍କ ଫଟୋ ଚୋରି କରି ଗ୍ରାହକଙ୍କୁ ଫସାଉଛନ୍ତି ଦଲାଲ

ଦୁଇ ଦିନ ହେଲା ସାଇବର ଥାନାର ଚକ୍କର କାଟୁଛନ୍ତି କେଦାରନାଥ । ଏତଲା ତ ଦିଆଯାଇଛି, ହେଲେ ସେପଟେ ସାଇବର ଲୁଟେରା ଅଦୃଶ୍ୟ ଯେଉଁ ପେଜ୍‌ରୁ ଅର୍ଡର ହୋଇଥିଲା, ସେଠୁ ଆଉ କୌଣସି ଉତ୍ତର ମିଳୁନି ।

ରଜ ପର୍ବର ଖୁସି ଏବେ କେଦାରନାଥଙ୍କ ପାଇଁ ଟେନସନ ପାଲଟିଯାଇଛି । ସୋସିଆଲ ମିଡିଆର ଏହି ଚକ୍‌ଚକ୍ ବିଜ୍ଞାପନ ପଛରେ ଥିବା କଳା ସତ୍ୟକୁ ବୁଝିବାର ସମୟ ଆସିଛି । ଆପଣଙ୍କର ଗୋଟିଏ ଭୁଲ୍ କ୍ଲିକ୍ ଆପଣଙ୍କ ପକେଟ୍ ଖାଲି କରିଦେଇପାରେ । ତେଣୁ ସାଇବର ପୋଲିସର ଧରପଗଡ଼ ଯେତିକି ଜରୁରୀ, ଆପଣଙ୍କ ସାବଧାନତା ସେତିକି ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored