Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀରେ ନକଲି ଏସ୍କର୍ଟ୍ ସର୍ଭିସ,ସୋସିଆଲ ମିଡିଆରୁ ସୁନ୍ଦରୀଙ୍କ ଫଟୋ ଚୋରି କରି ଗ୍ରାହକଙ୍କୁ ଫସାଉଛନ୍ତି ଦଲାଲ

Odisha

Fake Escort Service / ରାଜଧାନୀରେ ନକଲି ଏସ୍କର୍ଟ୍ ସର୍ଭିସ,ସୋସିଆଲ ମିଡିଆରୁ ସୁନ୍ଦରୀଙ୍କ ଫଟୋ ଚୋରି କରି ଗ୍ରାହକଙ୍କୁ ଫସାଉଛନ୍ତି ଦଲାଲ

Bikash Mohanty
Browse all articles by Bikash Mohanty
·2 hours ago·3 min read
ରାଜଧାନୀରେ ନକଲି ଏସ୍କର୍ଟ୍ ସର୍ଭିସ,ସୋସିଆଲ ମିଡିଆରୁ ସୁନ୍ଦରୀଙ୍କ ଫଟୋ ଚୋରି କରି ଗ୍ରାହକଙ୍କୁ ଫସାଉଛନ୍ତି ଦଲାଲ
Escort Service

Key Points

ରାଜଧାନୀ ଭୁବନେଶ୍ବରରେ ନକଲି ଏସ୍କର୍ଟ୍ ସର୍ଭିସ
ଇନଷ୍ଟାଗ୍ରାମ୍,ଫେସବୁକରୁ ସୁନ୍ଦରୀଙ୍କ ଫଟୋ ଚୋରି ଗ୍ରାହକଙ୍କୁ ଫସାଉଛନ୍ତି
ଫଟୋକୁ ସୋସିଆଲ ମିଡିଆରେ ଏସ୍କର୍ଟ ସର୍ଭିସ୍ କରି ପୋଷ୍ଟ କରୁଛନ୍ତି ଦଲାଲ

ଭୁବନେଶ୍ବର,୧୫/୦୬: ରାଜଧାନୀରେ ଚାଲୁଛି ନକଲି ଏସ୍କର୍ଟ୍ ସର୍ଭିସ। ସୋସିଆଲ ମିଡିଆରୁ ଡାଉନଲୋଡ କରାଯାଉଛି ସୁନ୍ଦରୀଙ୍କ ଫଟୋ। ଏବଂ ସେହି ଫଟୋକୁ ସୋସିଆଲ ମିଡିଆରେ ଏସ୍କର୍ଟ ସର୍ଭିସ୍ କରି ପୋଷ୍ଟ କରୁଛନ୍ତି ଦଲାଲ। ସୋସିଆଲ୍ ମିଡିଆ କିମ୍ବା ମେସେଜିଂ ପ୍ଲାଟଫର୍ମରେ ପ୍ରଚାରିତ ସନ୍ଦେହଜନକ ଏସ୍କର୍ଟ୍ ସର୍ଭିସ୍ ବିଜ୍ଞାପନଗୁଡ଼ିକୁ ବିଶ୍ୱାସ କରି ଉତ୍ତର ଦିଅନ୍ତୁ ନାହିଁ । ଏପରି କୌଣସି ସାଇବର୍ ପ୍ରତାରଣା, ଫଟୋର ଅପବ୍ୟବହାର କିମ୍ବା ଅନଲାଇନ୍ ଠକେଇ ଘଟଣା ଘଟିଲେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ସାଇବର୍ କ୍ରାଇମ୍ ଅଧିକାରୀଙ୍କୁ ରିପୋର୍ଟ କରନ୍ତୁ ବୋଲି ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଗତକାଲି ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଭୟଙ୍କର 'ଏସ୍କର୍ଟ ସର୍ଭିସ୍' ବା ସାଇବର ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ତମାଣ୍ଡୋ ଥାନା ପୋଲିସ। ଦଲାଲଙ୍କ ଟାର୍ଗେଟରେ ଥିଲେ ପ୍ରାୟ ଦେଢ଼ ହଜାର ନିରୀହ ଯୁବତୀ।

ଏସ୍କର୍ଟ ସର୍ଭିସ୍ ରାକେଟ୍ ତଦନ୍ତରେ ବଡ଼ ଖୁଲାସା। ପ୍ରାୟ ୧୫୦୦ ଯୁବତୀଙ୍କ ସୋସିଆଲ ମିଡିଆ ଫଟୋ ବ୍ୟବହାର କରି ଗ୍ରାହକଙ୍କୁ ଆକୃଷ୍ଟ କରାଯାଉଥିଲା। ଟାର୍ଗେଟରେ ଥିଲା। ଇନଷ୍ଟାଗ୍ରାମ୍। ଇନଷ୍ଟାଗ୍ରାମ ଓ  ଫେସବୁକ୍ ଆଇଡିରୁ ମାଳମାଳ ଫଟୋ ଡାଉନଲୋଡ କରିଥିଲେ । କେହି ଉତ୍ତେଜକ ଫଟୋଚିତ୍ର ପୋଷ୍ଟ କଲେ, ଏସ୍କର୍ଟ ସର୍ଭିସ୍ ୱେବସାଇଟରେ ଡିମାଣ୍ଡ ବେଶୀ ରହୁଥିଲା । ଗତକାଲି ୪ ଅଭିଯୁକ୍ତ ଗିରଫ ପରେ ଏହି ଚାଞ୍ଚଲ୍ୟକର ଖୁଲାସା ହୋଇଛି।

ପଢନ୍ତୁ ଏହି ଖବର: ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ବିଡ଼ିଓ ଏବଂ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା

ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ ବେଳେ ସତର୍କ ରହିବାକୁ ପୁଲିସ ଯୁବତୀମାନଙ୍କୁ ଚେତାଇଛି । ସବୁବେଳେ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ଗୋପନୀୟତା ବଜାୟକୁ ରଖିବାକୁ ପରାମର୍ଶ ଦେଇଛି । ତମାଣ୍ଡୋ ଥାନା ପୁଲିସ ମାମଲାରେ ୪ ଅଭିଯୁକ୍ତ ଉମାକାନ୍ତ ଦଳେଇ, ଚିତ୍ତରଞ୍ଜନ ମହାନ୍ତି ତୋଫାନ ପ୍ରଧାନ ଓ କୁମାରୀ ମିଞ୍ଜି ଭୋଇଙ୍କୁ କୋର୍ଟଚାଲାଣ କରିଛି । ପୋଲିସ ଏମାନଙ୍କ କବଳରୁ ଦୁଇ ଜଣ ପୀଡ଼ିତାଙ୍କୁ ଉଦ୍ଧାର କରି ସର୍ଟ ଷ୍ଟେ ହୋମକୁ ପଠାଇଛି। ଅଭିଯୁକ୍ତଙ୍କ ନାଁରେ ସାଙ୍ଘାତିକ ବିଏନଏସ୍ (BNS) ଦଫା ଏବଂ ଆଇଟି ଆକ୍ଟ ଲଗାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଦଲାଲ ମାନେ ଜଣେ ଗରାଖ ପିଛା ୫ ହଜାରରୁ ୨୦ ହଜାର ଟଙ୍କା ଡିମାଣ୍ଡ କରୁଥିଲେ । ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟର ୫ ବର୍ଷିଆ ବିବରଣୀର ଖୋଳତାଡ଼ ଚାଲିଛି । ୟୁପିଆଇ ଆକାଉଣ୍ଟ, ମୋବାଇଲ୍, ହ୍ୱାଟସ୍ଆପ୍କୁ ଯାଞ୍ଚ କରାଯାଇଛି । ସେମାନଙ୍କଠାରୁ ଗୋଟିଏ କାର ସହ ୯ଟି ଫୋନ୍ ଓ ୧୨ଟି ସିମକାର୍ଡ ଜବତ କରାଯାଇଛି । କଳିଙ୍ଗବିହାରର ଅଭିଯୋଗକାରୀଙ୍କ ଭଳି ଅନ୍ୟ ଯୁବତୀମାନେ ଏସ୍କର୍ଟ ସର୍ଭିସରେ ଆଦୌ ସମ୍ପୃକ୍ତ ନୁହନ୍ତି । ଏମାନଙ୍କ ଫଟୋଚିତ୍ରକୁ ବ୍ୟବହାର କରି ଦଲାଲମାନେ ଗ୍ରାହକଙ୍କୁ ଆକୃଷ୍ଟ କରନ୍ତି ବୋଲି ସେ ସୂଚାଇଛନ୍ତି ।

 ୧୭ଟି ସିମ୍‌ରୁ ହେଉଥିଲା ଅପରେସନ୍

ଏହି ଗ୍ୟାକେଟ୍ ପୁଲିସକୁ ଚକ୍‌ମା ଦେବା ପାଇଁ ବିଭିନ୍ନ ଲୋକଙ୍କ ନାଁରେ ୧୭ଟି ସିମ୍ ବ୍ୟବହାର କରି ଏକାଧିକ ହ୍ବାଟ୍‌ଆପ୍ ଗ୍ରୁପ୍, ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍ ଭଳି ସୋସିଆଲ୍ ମିଡିଆରେ ସକ୍ରିୟ ଥିଲା ସୋସିଆଲ୍ ମିଡିଆରେ ରାଜଧାନୀର ହୋଟେଲ୍‌ରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଇ ଏହି ନମ୍ବରକୁ ବ୍ୟବହାର କରୁଥିଲା। ଗ୍ରାହକମାନେ ଏହି ସବୁ ନମ୍ବରକୁ ଯୋଗାଯୋଗ କରୁଥିଲେ | କେବଳ ଗ୍ରାହକ ନୁହେଁ, ସୋସିଆଲ୍ ମିଡିଆରେ ଖୋଜି ଖୋଜି ଯୁବତୀଙ୍କୁ ଟାର୍ଗେଟ୍ କରି ସେମାନଙ୍କ ସହ ବନ୍ଧୁତା କରି ଫସାଉଥିଲେ । ପରେ ସେମାନଙ୍କ ଫଟୋକୁ ନିଜ ସୋସିଆଲ୍ ହ୍ୟାଣ୍ଡେଲ୍‌ରେ ବ୍ୟବହାର କରୁଥିଲେ | ଯେଉଁମାନେ ଫସୁଥିଲେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ରୋଜଗାର ପାଇଁ ପ୍ରଲୋଭନ ଦେଖାଯାଉଥିଲା । ବିଶେଷ କରି କଟକ, ଭୁବନେଶ୍ଵର ଓ ପୁରୀ ଅଞ୍ଚଳ ଯୁବତୀଙ୍କୁ ଟାର୍ଗେଟ୍ କରି ଫସାଇଥିବା ନମ୍ବରଗୁଡ଼ିକୁ ଯାଞ୍ଚ ବେଳେ ଜଣାପଡ଼ିଛି। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ପୁଲିସ ସହ ଯୋଗାଯୋଗ କରି ଅଭିଯୋଗ କରିବାକୁ ପୁଲିସ ଅନୁରୋଧ କରିଛି

 ବଡ଼ କଥା ହେଲା, ନାମୀ ଦାମୀ ଗ୍ରାହକଙ୍କ ନାମ ଓ ଠିକଣା ପୁଲିସ ହାତରେ ଲାଗିଛି । ସମ୍ବିତର ମୋବାଇଲ୍ ହ୍ୱାଟସ୍ଆପରେ ଏକ ଲମ୍ବା ତାଲିକା ଅଛି । ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ବିଲ୍ଡର ଓ ରାଜନେତା । ସେପଟେ ଘର ମାଲିକଙ୍କୁ ପଚରାଉଚରାରୁ ଜଣାପଡି଼ଛି ଯେ ସମ୍ବିତ୍ ନିଜକୁ ସଫ୍ଟୱେର ଇଞ୍ଜିନିୟର ପରିଚୟ ଦେଇ ଘର ଭଡ଼ା ନେଇଥିଲେ । ଚିତ୍ତରଞ୍ଜନଙ୍କୁ ନିଜର ଡ୍ରାଇଭର ବୋଲି ଦର୍ଶାଉଥିଲେ । କୁମାରି ମିଞ୍ଜି ଭୋଇକୁ ଘରୋଇ ସହାୟିକା ଭାବେ ରଖିଥିଲେ ବୋଲି ଘର ମାଲିକ ପୁଲିସକୁ ସୂଚନା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored