Son Killed Father / ତୃତୀୟ ବିବାହ ପାଇଁ ବାପାକୁ ଛାତରୁ ପେଲି ମାରିଦେଲା ପୁଅ

Key Points
ଉତ୍ତରପ୍ରଦେଶ କୁଶୀନଗରର ଚିରଗୋଡା ଗାଁର ନିବାସୀ ଅଟନ୍ତି ଇଶ୍ଵର ଯାଦବ । ତାଙ୍କର ପ୍ରଥମ ସ୍ତ୍ରୀର ୨ ପୁଅ ବିବେକ ଏବଂ ସତୈନ୍ଦ୍ର ।ପୋଲିସର ତଦନ୍ତ ମୁତାବକ, ଇଶ୍ଵରଙ୍କର ପ୍ରଥମ ସ୍ତ୍ରୀଙ୍କର ଗତ ୮ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁର ୪ ବର୍ଷ ପରେ ସେ ଦ୍ଵିତୀୟ ବିବାହ କରିଥିଲେ ।
ବାପା ତୃତୀୟ ବିବାହ କରିବାରୁ ଛାତରୁ ପେଲି ମାରିଦେଲା ପୁଅ । ପ୍ରଥମେ ଛୁରୀରେ ଭୁସିଥିଲା, ପୁଣି ଲୁହା ରଡରେ ପିଟିଲା । ଆଉ ଶେଷରେ ଛାତରୁ ଧକ୍କା ଦେଇ ତଳେ ପକାଇ ଦେଇଥିଲା । ଘଟଣା ସ୍ଥଳରେ ହିଁ ବାପାର ମୃତ୍ୟୁ ହୋଇଥିଲା । ଆଉ ବାପ ପୁଅର ମାରପିଟ ବେଳେ ପୁଅକୁ ପ୍ରତିରୋଧ କରୁଥିବା ବାପାର ତୃତୀୟ ସ୍ତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଉତ୍ତରପ୍ରଦେଶ କୁଶୀନଗରର ଚିରଗୋଡା ଗାଁର ନିବାସୀ ଅଟନ୍ତି ଇଶ୍ଵର ଯାଦବ । ତାଙ୍କର ପ୍ରଥମ ସ୍ତ୍ରୀର ୨ ପୁଅ ବିବେକ ଏବଂ ସତୈନ୍ଦ୍ର ।ପୋଲିସର ତଦନ୍ତ ମୁତାବକ, ଇଶ୍ଵରଙ୍କର ପ୍ରଥମ ସ୍ତ୍ରୀଙ୍କର ଗତ ୮ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁର ୪ ବର୍ଷ ପରେ ସେ ଦ୍ଵିତୀୟ ବିବାହ କରିଥିଲେ । ହେଲେ ପୁଅମାନେ ବାରମ୍ବାର ବିରୋଧ କରିବାରୁ ମାସେ ତଳେ ତାଙ୍କର ଦ୍ଵିତୀୟ ପତ୍ନୀ ତାଙ୍କୁ ଛାଡି ଚାଲି ଯାଇଥିଲେ । ଆଉ ଏହା ପରେ ନିଜ ବଡ ପୁଅ ବିବେକକୁ ବିବାହ କରାଇ ଦେଇଥିଲେ ଇଶ୍ଵର । ପରେ ପୁଅ ବୋହୁ ଉଭୟ ବାହାରକୁ ଚାଲି ଯାଇଥିଲେ । ଆଉ ସାନପୁଅ ସତୈନ୍ଦ୍ର ମଧ୍ୟ ବାହାରକୁ ଚାକିରି ପାଇଁ ଚାଲିଗଲେ । ଘରେ ଏକା ହୋଇଯିବାରୁ ତୃତୀୟ ପତ୍ନୀ ଅଞ୍ଜଳୀଙ୍କୁ ଘରକୁ ନେଇ ଆସିଥିଲେ । ପୁଅମାନେ ବାରଣ କରିବା ସତ୍ତ୍ବେ ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ ।
ସତୈନ୍ଦ୍ର ୫ ମାସ ପରେ ଘରକୁ ଆସିବା ପରେ ଏହି ତୃତୀୟ ବିବାହକୁ ନେଇ ବାପ-ପୁଅଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ରାତ୍ରି ଭୋଜନ କରିସାରିବା ପରେ ପୁଅ ବାପା ଉପରେ ଆକ୍ରମଣ କରିବାକୁ ଲାଗିଥିଲା । ପ୍ରଥମେ ଛୁରୀରେ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲା । ପରେ ପୁଣି ଲୁହା ରଡରେ ଆକ୍ରମଣ କରିଥିଲେ। ତୃତୀୟ ସ୍ତ୍ରୀ ଅଞ୍ଜଳୀ ଆସି ବିରୋଧ କରିବାରୁ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ଆଉ ଶେଷରେ ବାପାକୁ ଛାତ ଉପରୁ ପେଲି ଦେଇଥିଲା । ଆଉ ଘଟଣା ସ୍ଥଳରେ ହିଁ ବାପାର ମୃତ୍ୟୁ ହୋଇଥିଲା ।
ଅଧିକ ପଢନ୍ତୁ : ୩ ମାସ ହେଲା ବିବାହ ହୋଇଥିଲା, ୧୨ ବର୍ଷର ଝିଅ ପାଇଁ ବିଚ୍ ରାସ୍ତାର ମାରିଦେଲା ସ୍ୱାମୀ !
ପୋଲିସ ପାଖରେ ପଡୋଶୀ ଅଭିଯୋଗ କରିବା ପରେ ପୁଅକୁ ଗିରଫ କରିବା ସହ ବାପାର ମୃତଶରୀରର ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସେପଟେ ଗୁରୁତର ଥିବା ଅଞ୍ଜଳୀଙ୍କୁ ଚିକିତ୍ସା ପାଇଁ ସିଏଚସି(CHC)ରେ ଭର୍ତ୍ତି କରାଯାଇଛି ।
📱 Get Argus News App
✨ଆହୁରି ପଢନ୍ତୁ : ରିମୋଟ ପାଇଁ ମାଆକୁ ହତ୍ୟା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
ପଡୋଶୀ ସୂଚନା ମୁତାବକ , ପୂର୍ବରୁ ବାପାପୁଅ ଅନେକ ସମୟରେ ମଦପିଇ ନିଶାଗ୍ରସ୍ତ ଅବସ୍ଥାରେ ଥାଆନ୍ତି । ସେଦିନ ମଧ୍ୟ ଉଭୟ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ । ଆଉ ରାତ୍ରୀଭୋଜନ ପରେ ହିଁ ଏପରି ମାରପିଟ ଆରମ୍ଭ ହୋଇଥିଲା ।
Related Topics
Explore more stories