Leopard Skin Seized / NHରେ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା STF, ୨ ଗିରଫ
·8 months ago·2 min read

Key Points
ଜାତୀୟ ରାଜପଥ-୧୨୬ଏରେ ବାଛ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଛି ଏସଟିଏଫ୍ । ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ STF ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବାରେ ସକ୍ଷମ ହୋଇଛି ।
ସୁବର୍ଣ୍ଣପୁର: ଜାତୀୟ ରାଜପଥ କଡ଼ରେ ବସିଥିଲେ । ବ୍ୟାଗରେ କଲରାପତରିଆ ବାଘ ଛାଲ ଧରି କରୁଥିଲେ ମୂଲଚାଲ୍ । ଜାତୀୟ ରାଜପଥ-୧୨୬ଏରେ ବାଛ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଛି ଏସଟିଏଫ୍ । ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ STF ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବାରେ ସକ୍ଷମ ହୋଇଛି ।
ସୋନପୁର ଥାନା ଅଧିନ ସୋନପୁର-ବରପାଲି ଜାତୀୟ ରାଜପଥ-୧୨୬ଏର ଅର୍ଜୁନପୁର ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏସଟିଏଫ୍ । ଚଢ଼ାଉ ବେଳେ ଏକ ଏୟାର୍ ବ୍ୟାଗରୁ ମିଳିଥିଲା କଲରାପତରିଆ ବାଘ ଛାଲ ।
ତେବେ ବାଘ ଛାଲ ନେଇ STFକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ୨ ଅଭିଯୁକ୍ତ । କଲରାପତରିଆ ଛାଲ ସହ ସେମାନଙ୍କ ନିକଟରୁ STF ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି । ଗିରଫ ଦ୍ଵୟ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ହାଇଦ୍ରାବାଦ ପୋଲିସ୍ କମିଶନରଙ୍କ ବଡ଼ ବୟାନ, ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଆତଙ୍କବାଦୀ
ବୌଦ୍ଧ ମନମୁଣ୍ଡା ଥାନା ଟୁନିଖମାର ଗାଁର ୨୪ ବର୍ଷୀୟ ପ୍ରକାଶ କହଁର ଓ ବୁଡ଼ିଖମାର ଗାଁର ୩୭ ବର୍ଷୀୟ ହକୁର ଭୁକ୍ତାକୁ STF ଗିରଫ କରିଛି । ଉଭୟଙ୍କୁ ଗିରଫ ପରେ ସୋନପୁର SJDM କୋର୍ଟକୁ ଚାଲାଣ କରାଯାଇଛି ।
ଏନେଇ STF ଏକ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତର ଧାରା ୩୦୩ (୨)/୩୧୭ (୨)/ ୬୧ (୨) (ଏ) ସହ ବନ୍ୟଜନ୍ତୁ (ସୁରକ୍ଷା) ଆଇନ୍-୧୯୭୨ର ସେକ୍ସନ୍ ୫୧ ଅନୁସାରେ ମାମଲା ରୁଜୁ କରି STF ତଦନ୍ତ କରୁଛି ।
ଏହା ପୂର୍ବରୁ ମାସକ ତଳେ ରାୟଗଡ଼ାରୁ ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ବାଘ ଛାଲ ରାକେଟ୍କୁ ଧରିଥିଲା । ମହାରାଷ୍ଟ୍ରରୁ ଓଡ଼ିଶାକୁ ବ୍ୟାପିଥିବା ଏକ ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ସଫଳତା ପାଇଥିଲା ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ । ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ମହାରାଷ୍ଟ୍ରରୁ ଆସି ଓଡ଼ିଶାରେ ଚାଲିଥିଲା ବାଘ ଛାଲ ଡିଲ୍, ୪ ଗିରଫ
ସୂଚନା ଅନୁସାରେ, ଜାତୀୟ ରାଜପଥ ଏନ୍ଏଚ୍-୩୨୬ କୋଲନରା ନିକଟରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିଲା । ବେପାରୀଙ୍କୁ ଟ୍ରେସ୍ କରି ମୁମ୍ବାଇରୁ ରାୟଗଡ଼ାରେ ମାଡ଼ି ବସିଥିଲା ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ । ଗିରଫଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ତେବେ କଲରାପତରିଆ ବାଘ ଛାଲ ୩ରୁ ୪ ମାସ ତଳର ହୋଇଥିବା କହିଛି ବନ ବିଭାଗ ।
ତେବେ କିଏ ଓ କେଉଁଠି କଲା କଲରାପତରିଆ ଶିକାର ? ସେ ନେଇ ବନ ବିଭାଗ ପାଖରେ ତଥ୍ୟ ନାହିଁ । ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ଦୁଇ ଜଣ ଓ ଗୁଣପୁରର ୨ ଜଣଙ୍କୁ ମାମଲାରେ ଗିରଫ କରିଛି । ଗିରଫମାନେ ହେଲେ ନାଗପୁର ଅଞ୍ଚଳର ପ୍ରଭାକର ନାୟକ, ରାଜ କୁମାର ଗୁପ୍ତା, ଗୁଣପୁର ମାଛଖୁଣ୍ଟିର ମହେଶ ହୁଇକା ଓ ପୁଟାସିଂର ଜିସାୟା ଗମାଙ୍ଗୋ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories