Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Drunk Drivers Are Terrorists / ହାଇଦ୍ରାବାଦ ପୋଲିସ୍ କମିଶନରଙ୍କ ବଡ଼ ବୟାନ, ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଆତଙ୍କବାଦୀ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ହାଇଦ୍ରାବାଦ ପୋଲିସ୍ କମିଶନରଙ୍କ ବଡ଼ ବୟାନ, ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଆତଙ୍କବାଦୀ

Key Points

ହାଇଦ୍ରାବାଦ ପୋଲିସ୍‌ କମିଶନରଙ୍କ ବଡ଼ ବୟାନ । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଆତଙ୍କବାଦୀ । ମଦ ପିଇ ଗାଡ଼ି ଚଳାଇବା ଏବେ ଭୁଲ ନୁହେଁ ବରଂ ଅପରାଧ ।
ଶୁକ୍ରବାର ତେଲେଙ୍ଗାନାର କୁର୍ଣ୍ଣୁଲରେ ହୋଇଥିବା ବସ୍‌ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣ ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ତେବେ ଏହି ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ୍‌ କମିଶନର ଭିସି ସଜ୍ଜନାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ମଦ୍ୟପ ଗାଡ଼ି ଚାଳକମାନେ ଆତଙ୍କବାଦୀ ଏବଂ ସେମାନଙ୍କ କାର୍ଯ୍ୟ ରାସ୍ତାରେ କୌଣସି ଆତଙ୍କଠାରୁ କମ୍ ନୁହେଁ । କମିଶନର କହିଛନ୍ତି ଯେ ଏହା କୌଣସି ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ ବରଂ ମଦ୍ୟପ ବାଇକ୍ ଚାଳକଙ୍କ ଅବହେଳା ଏବଂ ସମ୍ବେଦନହୀନତା ଯୋଗୁଁ ଘଟିଥିବା ଏକ ଦୁଃଖଦ ଘଟଣା । ଯାହାକୁ ଏଡାଯାଇପାରିଥାନ୍ତା ବୋଲି ସେ କହିଛନ୍ତି ।

ସେ କହିଛନ୍ତି, "ଦୁର୍ଘଟଣା ସମୟରେ ଆରୋହୀ ବି. ଶିବ ଶଙ୍କର ମଦ୍ୟପାନ କରିଥିଲେ । ସିସିଟିଭି ଫୁଟେଜରେ ସେ ରାତି ୨:୨୪ରେ ତାଙ୍କ ବାଇକ୍‌ରେ ପେଟ୍ରୋଲ ଭର୍ତ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଏହାର କିଛି ମିନିଟ୍‌ ପରେ ଅର୍ଥାତ ରାତି ପ୍ରାୟ ୨.୩୯ ସମୟରେ ସେ ନିୟନ୍ତ୍ରଣ ହରାଇ ବସ୍‌ ସହ ଗାଡ଼ି ଧକ୍କା କରିଥିଲେ ।

କମିଶନର କହିଛନ୍ତି ଯେ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଆଜି ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସଜ୍ଜନାର ପୁଣି କହିଛନ୍ତି, "ମୁଁ ମୋର ବକ୍ତବ୍ୟରେ ଅଟଳ ଯେ ମଦ୍ୟପ ଚାଳକମାନେ ପ୍ରକୃତରେ ଆତଙ୍କବାଦୀ । ଏହି ଲୋକମାନେ ଜୀବନ, ​​ପରିବାର ଏବଂ ଭବିଷ୍ୟତକୁ ନଷ୍ଟ କରିଦିଅନ୍ତି । ଏପରି କାର୍ଯ୍ୟକୁ କେବେବି ବରଦାସ୍ତ କରାଯିବ ନାହିଁ ।"

ଅଧିକ ପଢ଼ନ୍ତୁ: ଭାରତୀୟ ସୀମାରେ ଛିଡ଼ା ହେଲାଣି ଯୁଦ୍ଧ ଟ୍ୟାଙ୍କ, ଆକାଶରେ ଗର୍ଜନ କଲାଣି ଫାଇଟର ଜେଟ୍ !

ସେହିପରି ସେ ଆହୁରି କହିଛନ୍ତି, ହାଇଦ୍ରାବାଦରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରାଯାଇଛି । ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ସେ ଜନସାଧାରଣଙ୍କୁ ନିବେଦନ କରି କହିଥିଲେ ଯେ ମଦ୍ୟପାନ କରି ଗାଡି ଚାଳନା ଆଉ ଏକ ଭୁଲ ନୁହେଁ ବରଂ ଏକ ଗମ୍ଭୀର ଅପରାଧ ।

ସୂଚନା ଅନୁସାରେ, ଶୁକ୍ରବାର ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ କାବେରୀ ଟ୍ରାଭେଲ୍ସର ଏକ ବସ୍ ଏକ ମୋଟର ସାଇକେଲ ସହିତ ଧକ୍କା ହୋଇଥିଲା । ଆଉ ଏହା ପରେ ହିଁ ବସ୍‌ଟିରେ ନିଆଁ ଲାଗିଯାଇଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ଓ ପୋଲିସ୍ ଉଦ୍ଧାର କାର୍ଯ୍ୟ କରିଥିଲା । ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ପୋଲିସ୍ ରିପୋର୍ଟ ଅନୁସାରେ ଦୁର୍ଘଟଣା ସମୟରେ ବସ୍‌ରେ ଡ୍ରାଇଭର ଓ ହେଲପରଙ୍କ ସମେତ ମୋଟ ୪୨ ଜଣ ଯାତ୍ରୀ ଥିଲେ । ତେବେ ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Drunk Drivers Are Terrorists — Hyderabad Top Cop After Kurnool Bus Crash | Argus News