Lawyer Suicide / ପୁଅକୁ ବାପା ଦେଉଥିଲେ ଅତ୍ୟାଚାର: ଚିଠି ଲେଖି ୫ ମହଲା କୋଠାରୁ ଡେଇଁ କଲା ଆତ୍ମହତ୍ୟା
·4 months ago·2 min read

Key Points
ବାପାଙ୍କୁ ପୁଅର ଶେଷ ଚିଠି
କହିଲେ, ତୁମେ ଜିତିଗଲ ବାପା ମୁଁ ହାରିଗଲି
ବାପା ଦେଉଥିଲେ ଅତ୍ୟାଚାର
କହିଲେ, ତୁମେ ଜିତିଗଲ ବାପା ମୁଁ ହାରିଗଲି
ବାପା ଦେଉଥିଲେ ଅତ୍ୟାଚାର
ଜୀବନର ଶେଷ ଚିଠି ବାପାଙ୍କୁ ଲେଖିଲେ ପୁଅ। କହିଲେ ବାପା ମୁଁ ହାରିଗଲି। ଆଉ ତୁମେ ଜିତିଗଲ। ହେଲେ ଏମିତି କାହିଁକି ଲେଖିଲେ ଏବଂ କଣ ହୋଇଛି ପୁରା ଘଟଣା ଆସନ୍ତ ନଜର ପକାଇବା। ପ୍ରିୟାଂଶୁ ଶ୍ରୀବାସ୍ତଙ୍କ ବୟସ ୨୪ ବର୍ଷ। ତାଙ୍କ ବାପା ହେଉଛନ୍ତି ଜଣେ ଓକିଲ। ସେ କାନପୁର କୋର୍ଟରେ ଓକିଲାତି କରୁଛନ୍ତି।ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ପ୍ରିୟାଂଶୁ । କାହିଁକି ଏମିତି କଲେ ବୋଲି ତଦନ୍ତ ପରେ ଜଣାପଡ଼ିଲା ପୁରା ଘଟଣାକ୍ରମ। ପ୍ରିୟାଂଶୁ ସୁଇସାଇଡ ନୋଟ୍ରେ ଲେଖିଛନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି କଣ ଲେଖାଯାଇଛି ସେହି ସୁଇସାଇଡ୍ ନୋଟ୍ରେ?
.କଣ ହୋଇଥିଲା ପୁରା ଘଟଣା:
ପିଲା ଦିନରୁ ବାପା ଦେଉଥିବା ଅକଥନୀୟ ନିର୍ଯାତନା ଓ କଠୋର ଅନୁଶାସନ ଯୋଗୁଁ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ସେ ଆହୁରି ଲେଖିଛନ୍ତି; ଯେତେବେଳେ ୬ ବର୍ଷରେ ହୋଇଥିଲେ, ସେତେବେଳେ ଫ୍ରିଜ୍ରେ ଥିବା ଏକ ମ୍ୟାଙ୍ଗୋ ଶେକୁ ପିଇ ଦେଇଥିଲେ। ଯେଉଁଥିପାଇଁ ବାପା ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ। ତାଙ୍କୁ(ପ୍ରିୟାଂଶୁ) ଉଲଗ୍ନ କରି ଘରୁ ବାହାର କରିଦେଇଥିଲେ। ଆଉ ଏକ ଘଟଣା ସମ୍ପର୍କରେ ସେ ଉଲ୍ଲେଖ କରି ଲେଖିଛନ୍ତି, ବାପା ତାଙ୍କୁ ଛୋଟ ଛୋଟ କଥାରେ ପ୍ରବଳ ଗାଳି ଓ ମାଡ଼ ମାରୁ ଥିଲେ। କଥା କଥାରେ ନାମର୍ଦ୍ଦ, ପଙ୍ଗୁ, ନମ୍ପୁଶକ ଆଦି କହୁଥିଲେ। ଏପରିକି ଘରୁ ବେଦଖଲ ଓ ଚାକିରିରୁ ବାହାର କରିଦେବା ପାଇଁ ଧମକ ଦେଉଥିଲେ। ସାହି ପଡ଼ିଶା ଓ ସାଙ୍ଗ ସାଥୀଙ୍କ ଆଗରେ ସବୁ ବେଳେ ଅପଦସ୍ତ କରୁଥିଲେ।
ପିଲା ଦିନରୁ ଆଜି ପର୍ଯ୍ୟନ୍ତ ପାଉଥିବା ମାନସିକ ନିର୍ଯାତନା ତାଙ୍କୁ ବ୍ୟଥିତ କରିଥିଲା। ଯେଉଁଥିପାଇଁ ଆଜି ଶେଷ ନିଷ୍ପତ୍ତି ନେଉଛି ବୋଲି ପ୍ରିୟାଂଶୁ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି। ବାପା ମୁଁ ହାରିଗଲି। ତୁମେ ଜିତିଗଲ…। ଜଣେ ୨୪ ବର୍ଷୀୟ ପୁଅ ଆଜି ଲେଖିଛି ଜୀବନର ଶେଷ ଚିଠି। ଏ ଚିଠି ଗର୍ଭ ଯନ୍ତ୍ରଣା ସହି ଜନ୍ମ କରିଥିବା ମାଆ ପାଇଁ ନୁହେଁ କି ସୁଖ ଓ ଦୁଃଖରେ ସାଥୀ ହୋଇଥିବା ବଡ଼ ଭଉଣୀ ପାଇଁ ନୁହେଁ। ଏ ଚିଠି ଜଣେ ହିଟ୍ଲର ବାପାଙ୍କ ପାଖକୁ ଲେଖିଛି ପୁଅ। କେମିତି ବାପାଙ୍କ କଠୋର ଅନୁଶାସନ ତାଙ୍କୁ ମାରିଦେଲା, ସେ ବିଷୟରେ ସୁଇସଇଡ୍ ନୋଟ୍ରେ ଲେଖି କାନପୁର କୋର୍ଟର କୋଠାରୁ ଡେଇଁ ପଡ଼ିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ହାତରେ ବନ୍ଧୁକ, ଛୁରୀ ଧରି ପ୍ରେମିକର ଘରେ ପଶିଲେ ମହିଳା: ପ୍ରେମିକାର ସ୍ତ୍ରୀକୁ ଛୁରୀ ଭୁସି ମାରିଦେଲା
ଅଭିଯୋଗରୁ ପ୍ରକାଶ; ପ୍ରିୟାଂଶୁ ଲ’ ପଢ଼ିଥିବାରୁ ସେ ମଧ୍ୟ ସେହି କୋର୍ଟରେ ପ୍ରାକ୍ଟିସ କରୁଥିଲେ। ହେଲେ ବାପାଙ୍କ କଠୋର ଅନୁଶାସନ ଓ ଦୁର୍ବ୍ୟବହାର ତାଙ୍କୁ ବ୍ୟଥିତ କରୁଥିଲା। ସହିବାର ସୀମା ଅତିକ୍ରମ କରିବା ପରେ ସେ ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସେ ଲୋକଙ୍କ ସମ୍ମୁଖରେ କୋର୍ଟର ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ଲୋକେ ଭାବୁଥିଲେ ଚାକିରି ଚାପରେ ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି। ହେଲେ ପୋଲିସ ପ୍ରିୟାଂଶୁଙ୍କ ହାତରୁ ପାଇଥିବା ସୁଇସାଇଡ୍ରୁ ଖୋଲିଛି ଆତ୍ମହତ୍ୟାର ରହସ୍ୟ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଅଧିକ ପଢ଼ନ୍ତୁ ଅପରାଧ ଖବର:

Related Topics
Explore more stories