Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୌମ୍ୟ ହତ୍ୟାକାଣ୍ଡ: ଭୟରେ ପୁରା ଗାଁ ହୋଇଗଲାଣି ପୁରୁଷ ଶୂନ୍ୟ

Crime

Soumya Murder Case / ସୌମ୍ୟ ହତ୍ୟାକାଣ୍ଡ: ଭୟରେ ପୁରା ଗାଁ ହୋଇଗଲାଣି ପୁରୁଷ ଶୂନ୍ୟ

Rashmita Mishra
Browse all articles by Rashmita Mishra
·8 hours ago·2 min read
ସୌମ୍ୟ ହତ୍ୟାକାଣ୍ଡ: ଭୟରେ ପୁରା ଗାଁ ହୋଇଗଲାଣି ପୁରୁଷ ଶୂନ୍ୟ
Soumya Murder Case

Key Points

ପୁରା ହୋଇଗଲା ପୁରୁଷ ଶୂନ୍ୟ ଭୟରେ ସବୁ ଫେରାର ।
ଭୟରେ ପୁରା ଗାଁ ହୋଇଗଲାଣି ପୁରୁଷ ଶୂନ୍ୟ ।
ଗିରଫ ହେବା ଭୟରେ ସବୁ ଗାଁ ଛାଡ଼ି ଫେରାର ହୋଇଗଲେଣି ।

ପୁରା ହୋଇଗଲା ପୁରୁଷ ଶୂନ୍ୟ ଭୟରେ ସବୁ ଫେରାର । ଭୟରେ ପୁରା ଗାଁ ହୋଇଗଲାଣି ପୁରୁଷ ଶୂନ୍ୟ । ଗିରଫ ହେବା ଭୟରେ ସବୁ ଗାଁ ଛାଡ଼ି ଫେରାର ହୋଇଗଲେଣି । ଭିଡିଓ ଦେଖି ଜଣ ଜଣଙ୍କୁ ଗିରଫ କରୁଛି ପୋଲିସ । ଯିଏ ଯିଏ ସାମିଲ ରହିଥିଲେ ଆଉ କାହାରିକୁ ଛଡ଼ା ଛଡ଼ି ନାହିଁ । ଜଣ ଜଣ କରି ସମସ୍ତଙ୍କୁ ବାନ୍ଧୁଛି ପୋଲିସ । ଭିଡିଓ ଦେଖି ଗିରଫ କରୁଛି । ଆଉ ଏହି ଭୟରେ ଏବେ ଗାଁ ଖାଲି ହୋଇ ଯାଇଛି ।

ପୁରୁଷ ଶୂନ୍ୟ ହୋଇ ଯାଇଛି ଗାଁ । କେବଳ ବୃଦ୍ଧ ଲୋକଙ୍କୁ ଛାଡ଼ି ଦେଲେ ଭେଣ୍ଡିଆ ଟୋକା ସବୁ ଗାଁ ଛାଡ଼ି ପଳାଇଛନ୍ତି । ଜଣେ ସାଧାରଣ ମଣିଷ କାହାକୁ ଦଣ୍ଡ ଦେଇ ପାରିବ ନାହିଁ । ଦଣ୍ଡ ଦେବା ପାଇଁ ଭାରତ ଆଇନ ରହିଛି । ଯଦି କେହି କିଛି ଭୁଲ କରୁଛି ତାକୁ ପୋଲିସ ହାତରେ ଦେବା କଥା । କିନ୍ତୁ ସୌମ୍ୟରଞ୍ଜନକୁ ପୋଲିସ ହାତରେ ଦେଲେ ନାହିଁ । ଅନି ନିର୍ମମ ଭାବରେ ପିଟି ପିଟି ମାରିଦେଲେ ଗାଁ ଲୋକେ । ଛଟପଟ ହୋଇ ମରିଗଲେ ସୌମ୍ୟରଞ୍ଜନ । ଯାହା ପରେ ପୋଲିସ ଏବେ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ।

ଏଥିସହ ପଢ଼ନ୍ତୁ: ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣାରେ ବଡ଼ ଆକ୍ସନ; ୪ ପୋଲିସ ସସପେଣ୍ଡ୍ 

ଗିରଫ ପ୍ରକ୍ରିୟା ପୁରା ଜୋରରେ ଜାଲିଛି। ଭିଡିଓ ରେ ଚିହ୍ନି ଗିରଫ କରୁଛି ପୋଲିସ। ରାତି ଅଧିଆ ଲୋକଙ୍କୁ ଉଠାଇ ନେଇ ପଳାଉଛି। ହଁ ଆଜ୍ଞା, ଏହି ଘଟଣା କେବଳ ରାଜ୍ୟ ନୁହେଁ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସୌମ୍ୟଙ୍କୁ ମାଡ଼ମରା ବେଳର ଭିଡିଓ ପୋଲିସ ପାଖରେ ରହିଛି। ଯେଉଁ ମାନେ ସୌମ୍ୟଙ୍କୁ ମାରିଥିଲେ, ଯେଉଁ ମାନେ ସେହି ଦୃଶ୍ୟକୁ ଉପଭୋଗ କରୁଥିଲେ ଆଉ ଯେଉଁ ମାନେ ଏହାକୁ ରେକର୍ଡିଂ କରିଥିଲେ। ସମସ୍ତଙ୍କୁ ଖୋଜି ଖୋଜି ବାନ୍ଧୁଛି ପୋଲିସ । ପୋଲିସ ଆରମ୍ଭ ରକିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଯଦି ଦେଖିବା ବେଣୁପୁର, ବାଲିକାନ୍ଥିଆ, ରାମଚନ୍ଦ୍ରପୁର, ଖରାଖିଆ, ବାଲିଅନ୍ତା ଗାଁରୁ ଯୁବକ ମାନେ ଏବେ ଫେରାର ହୋଇଯାଇଛନ୍ତି। ଗାଁରେ କେବଳ ବୟଷ୍କ ଲୋକ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ରାତି ୮ଟା ପରେ ଗାଁ ଛକ ହୋଇଯାଉଛି ପୁରା ଖାଲି ।

ଯଦି ଦେଖିବା ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ। ଗଠିତ ହୋଇଥିବା ଟିମ୍‌ ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ସମସ୍ତ ୧୧ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସବୁଠାରୁ ବଡ଼ କଥା ହେଉଛି ସୌମ୍ୟରଞ୍ଜନ ପ୍ରକୃତରେ ଅସଦାଚରଣ କରିଥିଲେ ନା ତାଙ୍କୁ ବାତ ମାରିଥିଲା ତାହା ପୋଷ୍ଟର୍ଟମ ରିପୋର୍ଟ ଆସିଲା ପରେ ଜଣାପଡ଼ିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Soumya Murder Case | Soumya Murder Case: Fear Empties Village of Men | Argus News