Balianta Case / ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣାରେ ବଡ଼ ଆକ୍ସନ; ୪ ପୋଲିସ ସସପେଣ୍ଡ୍
·2 hours ago·2 min read

Key Points
ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣା
୪ ପୋଲିସ ଅଧିକାରୀ ସସପେଣ୍ଡ୍
୪ ପୋଲିସ ଅଧିକାରୀ ସସପେଣ୍ଡ୍
ବାଲିଅନ୍ତା ଭିଡ଼ ହତ୍ୟା ଘଟଣା ପରେ ପୋଲିସ ପ୍ରଶାସନ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବାଲିଅନ୍ତା ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ ଅନୀଲ ପରିଡ଼ାଙ୍କୁ ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହା ସହିତ ଜଣେ ସବ୍- ଇନ୍ସପେକ୍ଟର , ଜଣେ ଅସିଷ୍ଟାଣ୍ଟ ସବ୍- ଇନ୍ସପେକ୍ଟର , ଜଣେ OAPF କର୍ମଚାରୀ ଓ ଜଣେ କନଷ୍ଟେବଲଙ୍କୁ ସସପେଣ୍ଡ୍ କରାଯାଇଛି ।
ଏହାସହିତ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଘଟଣା ସମୟରେ କାର୍ଯ୍ୟରେ ଅବହେଳା ଓ ଶାନ୍ତି-ଶୃଙ୍ଖଳା ରକ୍ଷାରେ ଅସଫଳତାକୁ ନେଇ ଏହି କଠୋର ପଦକ୍ଷେପ ନିଆଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପ୍ରଶାସନ ଅଧିକ ସତର୍କତା ବଢ଼ାଇଛି ।
ସେପଟେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ଜେରା କରିପାରେ କ୍ରାଇମବ୍ରାଞ୍ଚ । ଏହାସହ ପୀଡିତାଙ୍କ ଦାଦାଙ୍କୁ ସ୍କାନରକୁ ଆଣିଛି କ୍ରାଇମବ୍ରାଞ୍ଚ । ତାଙ୍କୁ ଜେରା କରିବା ପରେ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ପାରିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ ଟିମ । ଏହି ଘଟଣାରେ ଏଯାବତ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ ।
ପଢନ୍ତୁ ଏହି ଖବର: ରହସ୍ୟ ଘେରରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା,ସତ ଜାଣିବାକୁ ପୋଲିସର ତନାଘନା
ଏଭଳି ଲୋମ ଟାଙ୍କୁରା ହତ୍ୟାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର । ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ କିଛି ଦିନ ତଳେ ସୌମ୍ୟଙ୍କ ସାଙ୍ଗ କହିଛନ୍ତି ଯେ ସୌମ୍ୟଙ୍କୁ ବାତ ମାରିବାରୁ ସୌମ୍ୟ ତାଙ୍କ ବେକକୁ ଧରିପକାଇଥିଲେ, ଯେଉଁଥି କାରଣରୁ ସେ ସନ୍ତୁଳନ ହରାଇ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ତେବେ କିଏ ସତ କହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

- ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ସେପଟେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ଜେରା କରିପାରେ କ୍ରାଇମବ୍ରାଞ୍ଚ । ଏହାସହ ପୀଡିତାଙ୍କ ଦାଦାଙ୍କୁ ସ୍କାନରକୁ ଆଣିଛି କ୍ରାଇମବ୍ରାଞ୍ଚ । ତାଙ୍କୁ ଜେରା କରିବା ପରେ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ପାରିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ ଟିମ । ଏହି ଘଟଣାରେ ଏଯାବତ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ ।
- କଣ ପୂରା ଘଟଣା ?
ପଢନ୍ତୁ ଏହି ଖବର: ରହସ୍ୟ ଘେରରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା,ସତ ଜାଣିବାକୁ ପୋଲିସର ତନାଘନା
ଏଭଳି ଲୋମ ଟାଙ୍କୁରା ହତ୍ୟାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର । ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ କିଛି ଦିନ ତଳେ ସୌମ୍ୟଙ୍କ ସାଙ୍ଗ କହିଛନ୍ତି ଯେ ସୌମ୍ୟଙ୍କୁ ବାତ ମାରିବାରୁ ସୌମ୍ୟ ତାଙ୍କ ବେକକୁ ଧରିପକାଇଥିଲେ, ଯେଉଁଥି କାରଣରୁ ସେ ସନ୍ତୁଳନ ହରାଇ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ତେବେ କିଏ ସତ କହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories