Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

America Shooting / ଆମେରିକାର ଏକ ବାରରେ ଆଖିବୁଜା ଗୁଳିମାଡ଼; ୪ ମୃତ, ୨୦ ଗୁରୁତର

Sushanta Sahoo
Browse all articles by Sushanta Sahoo
·9 months ago·1 min read
ଆମେରିକାର ଏକ ବାରରେ ଆଖିବୁଜା ଗୁଳିମାଡ଼; ୪ ମୃତ, ୨୦ ଗୁରୁତର

Key Points

ଆମେରିକାର ଦକ୍ଷିଣ କାରୋଲିନାର ଏକ ବାରରେ ଗୁଳିକାଣ୍ଡ ହୋଇଛି । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡି଼ଛି । ଏହି ଗୁଳିକାଣ୍ଡରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ଦେଇଛି ପୋଲିସ ।

ୱାଶିଂଟନ୍: ଫ୍ୟାମିଲି ଫ୍ରେଣ୍ଡଲି ରେଷ୍ଟୁରାଣ୍ଟ ଓ ବାର୍‌ରେ ଗୁଳିମାଡ଼ । ଆମେରିକାର ଦକ୍ଷିଣ କାରୋଲିନାର ଏକ ବାରରେ ଗୁଳିକାଣ୍ଡ ହୋଇଛି । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡି଼ଛି । ଏହି ଗୁଳିକାଣ୍ଡରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ଦେଇଛି ପୋଲିସ ।


ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ଗୋଟାଏରେ ସେଣ୍ଟ ହେଲେନା ଦ୍ଵୀପର ୱିଲେସ୍ ବାର ଆଣ୍ଡ ଗ୍ରିଲ୍‌ରେ ଏହି ଗୁଳିକାଣ୍ଡ ହୋଇଛି । ଗୁଳିମାଡ଼ ସମୟରେ ବାରରେ ଶତାଧିକ ଲୋକ ଥିଲେ । ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରି ଖସି ପଳାଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଫୁଲ ପାଇଁ ଯାଇ ଆଉ ଫେରିଲେନି..., ନଦୀରୁ ମିଳିଲା ଡେଣା ନଥିବା ମୃତଦେହ


ଗୁଳିମାଡ଼ ପରେ ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲ୍ ନିଆ ଯାଇଥିବା ବେଳେ ୪ ଗୁରୁତର ଆଖି ବୁଜିଛନ୍ତି । ଏବେ ୨୦ରୁ ଅଧିକ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ତେବେ କିଏ ଓ କାହିଁକି ଗୁଳିମାଡ଼ କଲା ତାହା ସ୍ପଷ୍ଟ ହୋଇ ନାହିଁ । ଆମେରିକା ପୋଲିସ ଗୁଳିମାଡ଼ ଘଟଣାର ତଦନ୍ତ କରୁଛି ।


ସପ୍ତାହକ ତଳେ ଉତ୍ତର କାରୋଲିନାର ସାଉଥପୋର୍ଟରେ ଥିବା ଡକସାଇଡ୍ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ହୋଇଥିଲା । ସେପ୍ଟେମ୍ବର ୨୭ରେ ମଧ୍ୟ ଆମେରିକାନ୍ ଫିସ୍ କମ୍ପାନୀ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ହୋଇଥିଲା । ତେବେ ଏହି ଗୋଟିଏ ଘଟଣା ନୁହେଁ । ଆମେରିକାର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଦିନକୁ ଦିନ ଏଭଳି ମାସ୍ ଫାୟାରିଂ ମାମଲା ବଢ଼ିବାରେ ଲାଗିଛି ।

Related Topics

Explore more stories

Sponsored
America Shooting | South Carolina Bar Shooting: 4 Dead, 20 Injured in US Attack | Argus News | Argus News