Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଧୀର ପାତ୍ର ହତ୍ୟା ମାମଲାରେ ବଢୁଛି ଅଭିଯୁକ୍ତଙ୍କ ଅଡୁଆ

Crime

Sudhir Patra Murder Case / ସୁଧୀର ପାତ୍ର ହତ୍ୟା ମାମଲାରେ ବଢୁଛି ଅଭିଯୁକ୍ତଙ୍କ ଅଡୁଆ

Rashmita Mishra
Browse all articles by Rashmita Mishra
·2 hours ago·2 min read
ସୁଧୀର ପାତ୍ର ହତ୍ୟା ମାମଲାରେ ବଢୁଛି ଅଭିଯୁକ୍ତଙ୍କ ଅଡୁଆ
Sudhir Patra Murder Case

Key Points

ସୁଧୀର ହତ୍ୟାକାଣ୍ଡରୁ ହଟିଲା ପରଦା
ଗୁଳିମାଡ଼ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
ଗୁଳିମାଡ଼ ନୁହେଁ, ପିଟି ପିଟି ହୋଇଛି ହତ୍ୟା
ଏଫ୍ଏମ୍‌ଟି ରିପୋର୍ଟରୁ ହେଲା ବଡ଼ ଖୁଲାସା
ସୁଧୀର ପାତ୍ର ହତ୍ୟା ମାମଲାରେ ବଢୁଛି ଅଭିଯୁକ୍ତଙ୍କ ଅଡୁଆ

ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପ୍ରତିଦିନ ଆସୁଛି ନୂଆ ତଥ୍ୟ । ଗୋପାଳପୁର ପୋଲିସ ପୁଣି ୪ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ଆଣି ଜେରା କରିବା ପରେ ପୁଣି ଜେଲକୁ ପଠାଇଛି । ମୃତ ସୁଧୀରଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ର, ନିବେଦିତାଙ୍କ ପ୍ରେମିକ କାଳୁ ଚରଣ ପ୍ରଧାନ ଓ ସୁପାରିକିଲର୍‌ ସୂର୍ଯ୍ୟପ୍ରତାପ ସିଂକୁ ରିମାଣ୍ଡରେ ଆଣି ବିଭିନ୍ନ ଦିଗରେ ତଦନ୍ତ କରିଛି ପୋଲିସ । ଏପଟେ ଶବ ବ୍ୟବଛେଦ ରିପୋର୍ଟରୁ ଆସିଛି ସାଂଘାତିକ ତଥ୍ୟ; ଗୁଳିମାଡ଼ ନୁହେଁ ବରଂ ଅପହରଣ ପରେ ପିଟିପିଟି କରାଯାଇଛି ହତ୍ୟା ।

କେମିତି ହୋଇଥିଲା ସୁଧୀରଙ୍କ ମୃତ୍ୟୁ । ଏଫ୍ଏମ୍‌ଟି ରିପୋର୍ଟରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୂର୍ବରୁ ଗୁଳିମାଡ଼ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ଡାକ୍ତରୀ ରିପୋର୍ଟ କହୁଛି ସୁଧୀରଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଛି । ମୃତଦେହ ମିଳିବାର ପ୍ରାୟ ୫ ଦିନ ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଥିଲା । ମୁଣ୍ଡ ଓ ପିଞ୍ଜରା ହାଡ଼ରେ ଗଭୀର ଆଘାତ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଛି । ଶରୀରର କୌଣସି ସ୍ଥାନରେ ଗୁଳି ବାଜିଥିବା ପ୍ରମାଣ ମିଳିନାହିଁ ।

ଦିନ ଯେତେ ଗଡୁଛି, ଖିଅ ସେତେ ବାହାରୁଛି । ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପ୍ରମାଣ ଯୋଗାଡ଼ କରିବାକୁ ଗୋପାଳପୁର ପୋଲିସ ପୁରା ଦମ୍ ଲଗାଇ ଦେଇଛି । ଗତକାଲି ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଖୋଲୁଛି ରହସ୍ୟର ଗୋଟିଏ ପରେ ଗୋଟିଏ ପରସ୍ତ 

ପ୍ରଥମେ ନିବେଦିତା ଓ କାଳୁକୁ, ପରେ ସୂର୍ଯ୍ୟ ଓ ତୁଷାରଙ୍କ ସମେତ ସମସ୍ତଙ୍କୁ ଏକାଠି ବସାଇ ଘଟଣା ସମ୍ପର୍କରେ ତଥ୍ୟ ହାସଲ କରିଛି ପୋଲିସ । ମୋବାଇଲ କଲ୍‌ ହିଷ୍ଟ୍ରି, ହ୍ବାଟ୍ସଆପ୍ ଚାଟ୍ ଓ ମେସେଜ ଯାଞ୍ଚ କରିବା ସହ ଘଟଣାସ୍ଥଳରୁ ଜବତ କାଠବାଡ଼ି, ମଦ ବୋତଲ ଓ ପୋଷାକକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । ସବୁଠୁ ବଡ଼ କଥା ହେଉଛି, ସୁପାରୀକିଲର ସୂର୍ଯ୍ୟ ପ୍ରତାପ ସିଂର DNA ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି ।

ପ୍ରଥମେ ୫ ଜଣଙ୍କୁ ଦିନିକିଆ ରିମାଣ୍ଡ ଏବଂ ଏବେ ପୁଣି ୪ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ରହିଛି କି ନାହିଁ ଏବଂ ପୋଲିସର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଉପରେ ସମସ୍ତଙ୍କ ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sudhir Patra Murder Case | Sudhir Patra Murder Case: Trouble Mounts for Accused | Argus News