Sudhir Patra Murder Case / ସୁଧୀର ହତ୍ୟାକାଣ୍ଡରେ ନୂଆ ମୋଡ଼; ପୁତୁରା-ଝିଆରୀ ନୁହେଁ, ଭାଉଜ ଓ ମାମୁଁ ହିଁ ଅସଲ ଖଳନାୟକ
·53 mins ago·2 min read

Key Points
ଭାଇ-ଭାଇଙ୍କ ସମ୍ପର୍କରେ ବିଷ ଢାଳିଲେ ଭାଉଜ
ସମ୍ପତ୍ତି ପାଇଁ ସୁନା ସଂସାର ହେଲା ଚୁନା
ଷଡ଼ଯନ୍ତ୍ରକାରୀ ଭାଉଜ ଓ ମାମୁଁଙ୍କୁ ଗିରଫ କରିବାକୁ ପତ୍ନୀଙ୍କ ଦାବି

ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ଘଟଣାରେ ଏବେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସି ସ୍ୱାମୀଙ୍କ ହତ୍ୟା ପଛର ପୂରା କାହାଣୀ କହିଛନ୍ତି ପତ୍ନୀ ରଶ୍ମିତା । ଝିଆରୀ ନିବେଦିତା ଓ ପୁତୁରା ତୁଷାରଙ୍କୁ କ୍ଲିନ୍ ଚିଟ୍ ଦେବା ସହ ନିଜ ଯାଆ ବସୁନ୍ଧରା ଓ ତାଙ୍କ ଭାଇଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । କାହିଁକି ସୁଧୀରଙ୍କୁ କରାଗଲା ହତ୍ୟା ? କ'ଣ ଥିଲା ସେହି ପାରିବାରିକ ଶତ୍ରୁତା ?
ସୁଧୀରଙ୍କ ମା’ଙ୍କ ଆଖିର ଲୁହ ଶୁଖୁନି । ବସୁନ୍ଧରା ଓ ସୁନା ମୋ ଘରକୁ ଚୁନା କରିଦେଲା । ରାମ-ଲକ୍ଷ୍ମଣଙ୍କ ପରି ଭାଇଙ୍କ ମଧ୍ୟରେ ନିଆଁ ଲଗାଇଲା । ସୁଧୀର ପାତ୍ର ହତ୍ୟା ଘଟଣା ଦିନ ଯେତେ ଗଡୁଥିଲେ ବି ପୁରା ଘଟଣା ଉପରୁ ପରା ଉଠୁନି । ଘଟଣାର ୧୫ ଦିନ ପରେ ରହସ୍ୟ ଉପରୁ ପରଦା ହଟାଇଛନ୍ତି ସୁଧୀରଙ୍କ ପତ୍ନୀ ରଶ୍ମିତା । ରଶ୍ମିତାଙ୍କ କହିବା କଥା ସୁଧୀରଙ୍କ ଭାଇ ମନୋଜ ଶେୟାର ମାର୍କେଟରେ ଅଢ଼େଇ କୋଟି ଟଙ୍କା ହରାଇବା ପରେ ହୃଦଘାତରେ ପ୍ରାଣ ହରାଇଥିଲେ । କିନ୍ତୁ ମନୋଜଙ୍କ ପତ୍ନୀ ବସୁନ୍ଧରା ଏଥିପାଇଁ ସୁଧୀରଙ୍କୁ ଦାୟୀ କରିବା ସହ ତାଙ୍କ ସମ୍ପତ୍ତି ଓ ସଫଳତାକୁ ନେଇ ଇର୍ଷା କରୁଥିଲେ । ମନୋଜଙ୍କ ମୃତଦେହ ଘରକୁ ଆସିବା ଦିନ ହିଁ ବସୁନ୍ଧରା ଧମକ ଦେଇଥିଲେ ଯେ ସେ ରଶ୍ମିତାଙ୍କୁ ଶାନ୍ତିରେ ରହିବାକୁ ଦେବେ ନାହିଁ । ବସୁନ୍ଧରାଙ୍କ ଇର୍ଷା ଓ ପ୍ରତିଶୋଧ ପରାୟଣ ମନୋଭାବ ହିଁ ସୁଧୀରଙ୍କୁ କଲବଲ କରି ହତ୍ୟା କରିବାର ମୁଖ୍ୟ କାରଣ ବୋଲି ରଶ୍ମିତା କହିଛନ୍ତି ।
ସୁଧୀର ହତ୍ୟାକାଣ୍ଡରେ ଝିଆରୀ ନିବେଦିତା ଓ ପୁତୁରା ତୁଷାରଙ୍କ ହାତ ଥିଲେ ସୁଦ୍ଧା, ପ୍ରକୃତ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସୁଧୀରଙ୍କ ଭାଉଜ ବସୁନ୍ଧରା ଓ ତାଙ୍କ ମାମୁଁ । ରଶ୍ମିତାଙ୍କ କହିବା ଅନୁଯାୟୀ, ନିବେଦିତା ଓ ତୁଷାରଙ୍କୁ ସୁଧୀର ନିଜ ପିଲା ଭଳି ଭଲ ପାଉଥିଲେ, କିନ୍ତୁ ବସୁନ୍ଧରା ସେମାନଙ୍କ ମନରେ ସୁଧୀରଙ୍କ ପ୍ରତି ବିଷ ଭରି ଦେଇଥିଲେ । ଗୋଟିଏ ସୁନ୍ଦର ହସଖୁସିର ପରିବାରକୁ ବସୁନ୍ଧରା ଓ ତାଙ୍କ ଭାଇ ସୁନା ମିଶି ଚୁନା କରିଦେଇଛନ୍ତି । ଏବେ ନିଜ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ରଶ୍ମିତା, ବସୁନ୍ଧରା ଓ ତାଙ୍କ ଭାଇଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଏହି ଦାବିରେ ସୁଧୀରଙ୍କ ମା’ ମଧ୍ୟ ସ୍ୱର ମିଳାଇଛନ୍ତି ।
ସୁଧୀର ହତ୍ୟାକାଣ୍ଡ ଘଟଣାରେ ପତ୍ନୀଙ୍କ ଏହି ସଙ୍ଗୀନ ଅଭିଯୋଗ ପରେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି ଏବଂ ଅସଲ ଗୋଡ଼ିଆଣି ସାଜିଥିବା ବସୁନ୍ଧରା ଓ ତାଙ୍କ ଭାଇଙ୍କୁ ପୋଲିସ କେବେ ତଦନ୍ତ ପରିସରଭୁକ୍ତ କରୁଛି, ତାହା ଦେଖିବାକୁ ବାକି ରହିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories