Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ୍

Crime

Sudhir Murder Case / ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ୍

Rashmita Mishra
Browse all articles by Rashmita Mishra
·4 days ago·2 min read
ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ୍
Sudhir Murder Case

Key Points

ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ।
୫ ଅଭିଯୁକ୍ତଙ୍କୁ ନେଇ ପୋଲିସ କରିବ କ୍ରାଇମ ସିନ୍ ରିକ୍ରିଏସନ୍ । 
ଗୋପାଳପୁର ଥାନାରେ ଅଭିଯୁକ୍ତଙ୍କୁ ପୃଥକ ପୃଥକ ଜେରା । 
କିଏ ସୁଧୀରଙ୍କୁ ମାଡ଼ ମାରିଥିଲେ, କିଏ ଫାୟାରିଂ କରିଥିଲେ କହିବେ ଅଭିଯୁକ୍ତ । 

ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା । ଆଜି ୫ ଅଭିଯୁକ୍ତଙ୍କୁ ନେଇ ପୋଲିସ କରିବ କ୍ରାଇମ ସିନ୍ ରିକ୍ରିଏସନ । ଆଉ କିଛି ସମୟ ପରେ ଗୋପାଳପୁର ଥାନାରୁ ୫ ଅଭିଯୁକ୍ତଙ୍କୁ ଧରି କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ରାଇମ ସିନ୍ କୁ ଯିବ ପୋଲିସ ।

ପ୍ରଥମେ ବଣଗାଁ ସ୍ଥିତ ଅପହରଣ ସ୍ଥାନରେ ଅଭିଯୁକ୍ତଙ୍କୁ ନେଇ ପହଞ୍ଚିବ । କିଭଳି ସୁଧୀରଙ୍କୁ ବୋଲେରୋ ଗାଡ଼ିରେ ଅପହରଣ କରିଥିଲେ ତାହାର ବି କ୍ରାଇମ ସିନ୍ ରିକ୍ରିଏସନ କରାଯିବ । କିଏ କିଏ ଓ କିଭଳି ସୁଧୀରଙ୍କୁ ଅପହରଣ କରିଥିଲେ ତାହାର ସମସ୍ତ ତଥ୍ୟ ପୋଲିସକୁ ଦେବେ ଅଭିଯୁକ୍ତ ।

ଅପହରଣ ସ୍ଥାନରେ କ୍ରାଇମ ସିନ୍ ରିକ୍ରିଏସନ ପରେ ବୁଗୁଡ଼ା ରାମପାଦ ଜଙ୍ଗଲକୁ ୫ ଅଭିଯୁକ୍ତଙ୍କୁ ନିଆଯିବ । ରାମପାଦ ଜଙ୍ଗଲରେ କିଭଳି ସୁଧୀରଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା ସେ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିବେ ୫ ଅଭିଯୁକ୍ତ ।

କିଏ ସୁଧୀରଙ୍କୁ ତଳେ ପକାଇ ମାଡ଼ ମାରିଥିଲେ, କିଏ ସୁଧୀରଙ୍କ ହାତ ନିକଟରେ ବ୍ଲାଙ୍କ ଫାୟାର କରିଥିଲେ ତାହା ଦେଖାଇବେ ଅଭିଯୁକ୍ତ । ପରିଶେଷରେ ସୁଧିର ମୃତଦେହକୁ ଫିଙ୍ଗାଯାଇଥିବା ସ୍ଥାନ ତଥା ସୋରଡ଼ାର ଜଙ୍ଗଲରେ ହେବ କ୍ରାଇମ ସିନ୍ ରିକ୍ରିଏସନ ।

ଏଥିସହ ପଢ଼ନ୍ତୁ: ସୁଧୀର ହତ୍ୟାକାଣ୍ଡ: କେବଳ ସମ୍ପତ୍ତି କିମ୍ବା ଟଙ୍କା ନୁହେଁ ପ୍ରେମ ପାଇଁ ଫୁଟିଲା ଗୁଳି

କ୍ରାଇମ ସିନ୍ ରିକ୍ରିଏସନର ସମସ୍ତ ଘଟଣାକୁ ପୋଲିସ ପକ୍ଷରୁ ଭିଡିଓଗ୍ରାଫି ମଧ୍ୟ ହେବ । ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ୫ ଅଭିଯୁକ୍ତ ହେଲେ କାଳୁ ଚରଣ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ଜିତୁନ ପଲେଇ ।

ଅନ୍ୟପଟେ ରିମାଣ୍ଡ ଅବଧି ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ପୃଥକ ପୃଥକ ଜେରା କରିଛି ପୋଲିସ । ଏହାସହ ନିବେଦିତା ଓ ପ୍ରେମିକ କାଳୁ ପ୍ରଧାନକୁ ମୁହାଁମୁହିଁ ଜେରା କରାଯାଇଥିବା ସୂଚନା ମିଳିଛି । ସେହିପରି ଜିତୁନ ପଲ୍ଲେଇ ଓ କାଳୁ ପ୍ରଧାନକୁ ମଧ୍ୟ ମାରାଥନ ଜେରା କରାଯାଇଛି । ଅପହରଣ ପାଇଁ କାହିଁକି ଜିତୁନଙ୍କୁ ବାଛିଥିଲା ସେନେଇ ଜିତୁନ ପଲ୍ଲେଇ ଓ ସୂର୍ଯ୍ୟ ପ୍ରତାପ ସିଂ ସହ ମୁହାଁମୁଁହି ଜେରା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sudhir Murder Case | Scene Recreation Today in Sudhir Patra Murder Case | Argus News