Fake Doctor Arrest / କିଏ ଦ୍ଵାଦଶ ପାସ୍ ତ କିଏ କମ୍ପାଉଣ୍ଡର, ସାଜିଥିଲେ ଡାକ୍ତର; ୧୦ବର୍ଷ ହେଲାଣି ଚାଲୁଥିଲା କ୍ଲିନିକ୍
·1 hour ago·2 min read

Key Points
ଧରାପଡ଼ିଲେ ୮ ନକଲି ଡାକ୍ତର
୧୦ବର୍ଷ ହେଲାଣି ଚଲାଉଥିଲେ କ୍ଲିନିକ୍
କେମିତି ପର୍ଦ୍ଦାଫାସ କଲା ପୋଲିସ ?
୧୦ବର୍ଷ ହେଲାଣି ଚଲାଉଥିଲେ କ୍ଲିନିକ୍
କେମିତି ପର୍ଦ୍ଦାଫାସ କଲା ପୋଲିସ ?
ରୋଗୀଙ୍କ ଜୀବନ ସହ ଖେଳ । ଦୀର୍ଘ ୧୦ ବର୍ଷ ଧରି ସାଜିଥିଲେ ନକଲି ଡାକ୍ତର । ରୋଗୀ କ୍ଲିନିକ୍ ଆସୁଥିଲେ, ଡାକ୍ତରଙ୍କୁ ଦେଖାଉଥିଲେ ଓ ଔଷଧ ନେଇ ବି ଘରକୁ ଯାଉଥିଲେ । କିନ୍ତୁ ଏହି ନକଲି ଡାକ୍ତରଙ୍କ ଯୋଗ୍ୟତା ଥିଲା ମାତ୍ର ଦ୍ଵାଦଶ ପାସ୍ । ଆଉ କିଛି ଜଣ କମ୍ପାଉଣ୍ଡର ମଧ୍ୟ ଥିଲେ । ଗୁଜରାଟ ସୁରତ ପାଣ୍ଡେସରା ଅଞ୍ଚଳରୁ ବିନା ମେଡିକାଲ ଡିଗ୍ରୀରେ କ୍ଲିନିକ୍ ଚଲାଉଥିବା ୮ ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ ।
ଏହାପରେ କିଛି ନକଲି ରୋଗୀଙ୍କୁ କ୍ଲିନିକ୍କୁ ପଠାଯାଇଥିଲା । ତଦନ୍ତ ପରେ ପୋଲିସ ଓ ସ୍ଵାସ୍ଥ୍ୟ ବିଭାଗ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପାଣ୍ଡେସରାର ୮ ଅଲଗା ଅଲଗା କ୍ଲିନିକ୍ ଉପରେ ଚଢାଉ ହୋଇଥିଲା ଓ ଏହାପରେ ୮ ଜଣ ଲୋକଙ୍କୁ ଗିରଫ କରାଯାଇଛି । ପୋଲିସର କହିବାନୁସାରେ, ଏମାନଙ୍କ ମଧ୍ୟରୁ କିଛି ଦ୍ଵାଦଶ ଶ୍ରେଣୀ ଯାଏଁ ପଢିଥିଲେ ଏବଂ ଆଉ କିଛି ବିଏସସି କରିଥିଲେ । କିଛି ଜଣ କମ୍ପାଉଣ୍ଡର ଏବଂ ଅପରେସନ ଥିଏଟର ଆସିଷ୍ଟାଣ୍ଟ ଭାବେ କାମ କରିସାରିଥିଲେ ।
ପଢନ୍ତୁ ଏହି ଖବର: ପଞ୍ଚମ ଫେଲ୍ର ବଡ଼ କାରନାମା; ପ୍ରିଣ୍ଟରରେ ଛାପୁଥିଲା ଲକ୍ଷ ଲକ୍ଷର ନକଲି ନୋଟ୍
- କେମିତି ଜଣାପଡ଼ିଲା ଘଟଣା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ଲିନିକ୍କୁ ପଠାଯାଇଥିବା ଡମି ବା ନକଲି ରୋଗୀଙ୍କ ଜରିଆରେ ଚିକିତ୍ସା କିଏ କରୁଛି ଓ ସେମାନଙ୍କ ମେଡିକାଲ ଯୋଗ୍ୟତା ସମ୍ପର୍କରେ ଜଣାପଡ଼ିଥିଲା । ତଦନ୍ତ ବେଳେ ଅଭିଯୁକ୍ତକୁ ଧରାଯାଇଥିଲା । ଏହାପରେ ଏସଓଜି ଏବଂ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପାଣ୍ଡେସରା ଅଞ୍ଚଳରୁ ଏକାବେଳେ ୮ ଜଣ ନକଲି ଡାକ୍ତରଙ୍କୁ ଧରାଯାଇଛି । ଏମାନେ ବିନା ମେଡିକାଲ ଡିଗ୍ରୀରେ ଡାକ୍ତର ସାଜିଥିଲେ ।
ଏବେ ପୋଲିସ ଏହା ଯାଞ୍ଚ କରୁଛି ଯେ, ଏହି ନକଲି ଡାକ୍ତର ଦୀର୍ଘ ସମୟ ଧରି କିପରି କ୍ଲିନିକ୍ ଚଲାଉଥିଲେ ଓ ଏଠାକୁ କେତେ ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ । ପୋଲିସ ଏସବୁର ଖୋଳତାଡ଼ କରୁଛି । ଏବେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।
- ୧୦ବର୍ଷ ପର୍ଯ୍ୟନ୍ତ ସାଜିଥିଲେ ନକଲି ଡାକ୍ତର
ଏବେ ପୋଲିସ ଏହା ଯାଞ୍ଚ କରୁଛି ଯେ, ଏହି ନକଲି ଡାକ୍ତର ଦୀର୍ଘ ସମୟ ଧରି କିପରି କ୍ଲିନିକ୍ ଚଲାଉଥିଲେ ଓ ଏଠାକୁ କେତେ ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ । ପୋଲିସ ଏସବୁର ଖୋଳତାଡ଼ କରୁଛି । ଏବେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।
Related Topics
Explore more stories