Double Murder / ଅଜବ ମଣିଷ ! ଶାଶୁକୁ କହୁଛି ଶାଳୀକୁ କରିବ ବିବାହ.. ଜାଣନ୍ତୁ ପୁରା କାହାଣୀ

Key Points
ପିଲାଠୁ ବୁଦ୍ଧ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ।
ପତ୍ନୀ ଏବଂ ପିଲାମାନଙ୍କ ସହିତ ସେଠାରେ ରହୁଥିବା ସନ୍ଦୀପ ଘନଶ୍ୟାମ ଗୌଡ଼ (34) ଏହି ହତ୍ୟାକାଣ୍ଡ ଭିଆଇଥିଲା ।
ସୁରଟରୁ ପୁଣି ସାମ୍ନାକୁ ଆସିଲା ଡବଲ ମର୍ଡର ଘଟଣା । ଉଧନା ପୋଲିସ ଷ୍ଟେସନ ଅଞ୍ଚଳରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ତାଙ୍କ ଶାଳୀ, ଶଳା ଏବଂ ଶାଶୁଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଛନ୍ତି । ଆଉ ଏହି ଆକ୍ରମଣରେ ଶାଳି ଏବଂ ଶଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୂ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମୃତ ଭାଇ ଭଉଣୀ ନିଜ ମାଆଙ୍କ ସହିତ ଚାରି ଦିନ ପୂର୍ବରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭାଇର ବିବାହ ପାଇଁ ପୋଷାକ କିଣିବାକୁ ସୁରତ ଆସିଥିଲେ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡବଲ ମର୍ଡର କରିଥିବା ଭିଣେଇ, ନିଜ ଶାଳୀକୁ ବିବାହ କରିବାକୁ ଚାହୁଁଥିଲା । ଯାହା ଫଳରେ ପରିବାରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ବ୍ୟକ୍ତି ଜଣକ ଶାଶୁ, ଶଳା, ଶାଳୀଙ୍କୁ ଆକ୍ରମଣ କରିଥିଲା । ଏଥିରେ ଶଳା ଓ ଶାଳୀଙ୍କ ମୃତ୍ୟୁ ଘଟିଥିଲା। ଉଧନା ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ହତ୍ୟାକାରୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ଏହାସହ ପଢ଼ନ୍ତୁ:- 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'
ଉଧନା ପୋଲିସ ଷ୍ଟେସନ ଅଧୀନରେ ଥିବା ପଟେଲ ନଗର ଅଞ୍ଚଳର ସାଇ ଜଲାରାମ ସୋସାଇଟିର ଏକ ଘରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା । ସମସ୍ତଙ୍କ ମନରେ ନାନା ପ୍ରଶ୍ନ । ପିଲାଠୁ ବୁଦ୍ଧ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ । ପତ୍ନୀ ଏବଂ ପିଲାମାନଙ୍କ ସହିତ ସେଠାରେ ରହୁଥିବା ସନ୍ଦୀପ ଘନଶ୍ୟାମ ଗୌଡ଼ (34) ଏହି ହତ୍ୟାକାଣ୍ଡ ଭିଆଇଥିଲା ।
📱 Get Argus News App
✨
ସନ୍ଦୀପ ସେହି ଘରେ ସ୍ତ୍ରୀ ବର୍ଷା ଗୌର ଏବଂ ତିନି ପିଲାଙ୍କ ସହିତ ରହୁଥିଲା। ସନ୍ଦୀପଙ୍କ ଶଳା ଅଶୋକ କଶ୍ୟପ, ତାଙ୍କ ଭଉଣୀ ମମତା କଶ୍ୟପ ଏବଂ ମାଆ ଶକୁନ୍ତଳା ଦେବୀଙ୍କ ସହିତ, ବିବାହ ପାଇଁ ପୋଷାକ କିଣିବାକୁ ଅକ୍ଟୋବର ୪ ତାରିଖରେ ପ୍ରୟାଗରାଜରୁ ସୁରଟ ଆସିଥିଲେ। କଶ୍ୟପ ପରିବାର ଜାଣି ନଥିଲା ଯେ ସୁରଟରେ ବିବାହ ପାଇଁ ପୋଷାକ କିଣିବା, ସେମାନଙ୍କ ଜୀବନର ଶେଷ ଦିନ ହୋଇଯିବ। ବୁଧବାର ବିଳମ୍ବିତ ରାତିରେ, ଯେତେବେଳେ ସମସ୍ତେ ଘରେ ଉପସ୍ଥିତ ଥିଲେ, ସେହି ସମୟରେ ହିଁ ସନ୍ଦୀପ ନିଜ ଶାଳିକୁ ଦ୍ୱିତୀୟ ବିବାହ କରିବା କଥା ଶାଶୁଙ୍କୁ ଜଣାଇଥିଲା ।
ସନ୍ଦୀପଙ୍କ ଏଭଳି ଇଚ୍ଛା ଶୁଣି, ଘରେ ସମସ୍ତେ ଆଶ୍ଚର୍ଯ୍ୟ । ଏହା ପରେ ପାରିବାର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଧିରେ ଧିରେ ବିବାଦ ତୀବ୍ର ହେବାକୁ ଲାଗିଲା । ଏଥିରେ ଅଧିକ ଉତ୍କ୍ଷିପ୍ତ ହୋଇ ଉଠିଲା ସନ୍ଦୀପ, ଶେଷରେ ସେ ଏକ ଛୁରି ବାହାର କରି ଶଳା ନିଶ୍ଚୟ କଶ୍ୟପ ଓ ଶାଳୀ ମମତା କଶ୍ୟପ ଏବଂ ଶାଶୁ ଶକୁନ୍ତଳା ଦେବୀଙ୍କୁ ଆକ୍ରମଣ କରିଥିଲା । ଲଗାତର ଛୁରି ମାଡ଼ରେ ଶାଳି ଓ ଶଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଉ ଶାଶୁ ଗୁରୁତର ହୋଇଥିଲେ । ଶାଶୁ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଏହାସହ ପଢ଼ନ୍ତୁ:- ମହିଳାଙ୍କୁ ଆତଙ୍କୀ ଟ୍ରେନିଂ ଦେଉଛି ଜୈସ-ଏ-ମହମ୍ମଦ !
ଡବଲ୍ ମର୍ଡର ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭାଇ-ଭଉଣୀଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିଲା । ସୁରଟ ପୋଲିସ ଡିସିପି କାନନ ଦେଶାଇ କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
Related Topics
Explore more stories