Women Terrorist / ମହିଳାଙ୍କୁ ଆତଙ୍କୀ ଟ୍ରେନିଂ ଦେଉଛି ଜୈସ-ଏ-ମହମ୍ମଦ !

Key Points
ପୂର୍ବରୁ ଏହି ଆତଙ୍କବାଦୀ ସଂଗଠନ ମହିଳାଙ୍କୁ ଯୁଦ୍ଧ କରିବା କିମ୍ବା ସୀମାରେ ସଂଘର୍ଷ କରିବା, ଘରୁ ବାହାରି ଅସ୍ତ୍ରଶସ୍ତ୍ର ଧରି ଲଢ଼େଇ କରିବାକୁ ବିରୋଧ କରି ଆସୁଥିଲା । କିନ୍ତୁ ଏବେ ସେହି ଆତଙ୍କୀ ସଂଗଠନ ମହିଳାଙ୍କୁ ଆତଙ୍କବାଦୀ ଭାବେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ।
ପୁରୁଷ ପାରିଲେନି । ଏବେ ଆତଙ୍କ ସୃଷ୍ଟି କରିବେ ମହିଳା । ଆଜ୍ଞା ହଁ.. ଏମିତି କିଛି ଖବର ଏବେ ଖୁବ୍ ଭାଇରାଲ ହେଉଛି । ପାକିସ୍ତାନର ଆତଙ୍କୀ ନେତା ମସୁଦ ଆଝାରଙ୍କୁ ଏଭଳି କିଛି ଚିଠି ଲେଖିଛି ଜୈସ-ଏ-ମହମ୍ମଦ । ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବେ ତା’ର ମହିଳା ଓ୍ୱିଙ୍ଗ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହି ମହିଳା ଶାଖାର ନାମ ଜମାତ-ଅଲ-ମୋମିନତ ରହିବ। ବାହାୱଲପୁରର ମର୍କଜ ଉସମାନ-ଓ-ଅଲିରେ ଜୈସ୍ ଏବେ ମହିଳାମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । ଜୈସ୍ ଏହାର ପ୍ରଚାର ଶାଖା ଅଲ-କଲାମ ମିଡିଆ ଦ୍ୱାରା ଜାରି ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛି ।
ଚିଠିରେ ଲୋଖାଯାଇଛି, ମହିଳା ଶାଖା ଜମାତ-ଉଲ-ମୋମିନତର ଭାର ସମ୍ଭାଳିବ ମସୁଦ ଆଝାରର ଭଉଣୀ ସାଦିଆ ଆଝାର । ଯାହାର ସ୍ୱାମୀ ୟୁସୁଫ ଆଝାର ଅପରେସନ ସିନ୍ଦୂରରେ ନିହତ ହୋଇଛି । ଜୈସ୍ ବର୍ତ୍ତମାନ ବାହାୱଲପୁର, କରାଚୀ, ମୁଜଫରାବାଦ, କୋଟଲି, ହରିପୁର, ମନସେହରାସ୍ଥିତ ମର୍କଜରେ ପଢ଼ୁଥିବା ଗରିବ ମହିଳାଙ୍କୁ ଆତଙ୍କବାଦୀ ସଂଗଠନର ମହିଳା ଶାଖାରେ ନିଯୁକ୍ତି ଦେଇଛି। ଏଥିରେ ଜୈସ୍ର ଆତଙ୍କବାଦୀ କମାଣ୍ଡରଙ୍କ ସ୍ତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି। ପୂର୍ବରୁ ଏହି ଆତଙ୍କବାଦୀ ସଂଗଠନ ମହିଳାଙ୍କୁ ଯୁଦ୍ଧ କରିବା କିମ୍ବା ସୀମାରେ ସଂଘର୍ଷ କରିବା, ଘରୁ ବାହାରି ଅସ୍ତ୍ରଶସ୍ତ୍ର ଧରି ଲଢ଼େଇ କରିବାକୁ ବିରୋଧ କରି ଆସୁଥିଲା । କିନ୍ତୁ ଏବେ ସେହି ଆତଙ୍କୀ ସଂଗଠନ ମହିଳାଙ୍କୁ ଆତଙ୍କବାଦୀ ଭାବେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ।
ଏହାସହ ପଢ଼ନ୍ତୁ:- ଅଜବ ମଣିଷ ! ଶାଶୁକୁ କହୁଛି ଶାଳୀକୁ କରିବ ବିବାହ.. ଜାଣନ୍ତୁ ପୁରା କାହାଣୀ
ଅନ୍ୟପଟେ ଦଶହରାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଦେଇଥିବା କଡ଼ା ବାର୍ତ୍ତାକୁ ନେଇ ମଧ୍ୟ ତାଙ୍କ ଦେଶରେ ହଇଚଇ ସୃଷ୍ଟି କରିଛି । ସମଗ୍ର ପାକିସ୍ତାନରେ ଭୟର ବାତାବରଣ ରହିଛି। ଏମିତିକି ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସୀମ ମୁନିର ଏକ କର୍ପସ କମାଣ୍ଡର ସମ୍ମିଳନୀ କରିଛନ୍ତି । ଯେଉଁଥିରେ ସେ ତାଙ୍କ ସେନାକୁ ପ୍ରସ୍ତୁତ ରହିବା ଏବଂ ଫିଟନେସ୍ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଆସୀମ ମୁନିର ରାୱଲପିଣ୍ଡିର ସେନା ମୁଖ୍ୟାଳୟରେ ସଶସ୍ତ୍ର ବାହିନୀ ସହିତ ୨୭୨ତମ କର୍ପସ କମାଣ୍ଡର ସମ୍ମିଳନୀ କରିଥିଲେ।
📱 Get Argus News App
✨ଏହାସହ ପଢ଼ନ୍ତୁ:- 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଚେତାବନୀ ପାକିସ୍ତାନୀ ସେନା ଭିତରେ ଭୟର ବାତାବରଣ ସୃଷ୍ଟି କରିଛି ଏବଂ ବୈଠକରେ ଆସୀମ ମୁନିର ଚିନ୍ତା ପ୍ରକାଶ କରିଛନ୍ତି । ଏହା ସହ ଆସୀମ ମୁନିର ପୁଣି ଥରେ ଧମକ ଦେଇ କହିଛନ୍ତି ଯେ, ପାକିସ୍ତାନ ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ। ସେ କହିଛନ୍ତି, "ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ପ୍ରତ୍ୟେକ ଆକ୍ରମଣର ଜବାବ ଶୀଘ୍ର ଏବଂ ଆକ୍ରମଣାତ୍ମକ ଭାବରେ ଦିଆଯିବ । ଯଦି କୌଣସି ଆକ୍ରମଣ ହୁଏ, ତେବେ ଆମର ସେନା ଶକ୍ତି ଏବଂ ଅଧିକ ଦୃଢ଼ତାର ସହିତ ଜବାବ ଦେବ ।"
Related Topics
Explore more stories