Videos
|
Crime

10K Salary Dispute / ଦରମା ବାବଦକୁ ବକେୟା ଥିଲା ୧୦ ହଜାର ଟଙ୍କା, ୨୪ କୋଟିର ବସ୍ତ୍ର ବଜାରରେ ଲଗାଇଦେଲା ନିଆଁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦରମା ବାବଦକୁ ବକେୟା ଥିଲା ୧୦ ହଜାର ଟଙ୍କା, ୨୪ କୋଟିର ବସ୍ତ୍ର ବଜାରରେ ଲଗାଇଦେଲା ନିଆଁ
Surat Textile Market Fire Causes ₹24 Crore Loss

Key Points

ମାତ୍ର ୧୦ ହଜାର ଟଙ୍କାର ବକେୟା ଦରମା ପାଇଁ ଜଣେ ବ୍ୟକ୍ତି ୨୪ କୋଟିର ପ୍ରତିଶୋଧ ନେଇଛନ୍ତି । ଏଭଳି ଅକ ମାମଲା ଉପରୁ ପରଦା ଉଠାଇଛି ଗୁଜରାଟର ସୁରଟ ପୋଲିସ ।
ସୁରଟ: ଦିଆସିଲିର ଦୁଇଟି କାଠି ଆଉ ୧୫୦ ଟଙ୍କାର ପେଟ୍ରୋଲ୍ । ଏତିକିରେ ଜାଳିଦେଲା ପୂରା ବଜାର । ମାତ୍ର ୧୦ ହଜାର ଟଙ୍କାର ବକେୟା ଦରମା ପାଇଁ ଜଣେ ବ୍ୟକ୍ତି ୨୪ କୋଟିର ପ୍ରତିଶୋଧ ନେଇଛନ୍ତି । ଏଭଳି ଅକ ମାମଲା ଉପରୁ ପରଦା ଉଠାଇଛି ଗୁଜରାଟର ସୁରଟ ପୋଲିସ ।

ପୋଲିସ ଅନୁସାରେ, "ନିଆଁ ଲାଗି ସମଗ୍ର ବସ୍ତ୍ର ଜଳିଯିବା ଘଟଣାରେ ବଡ଼ ସଫଳତା ମିଳିଛି । ନିଆଁ ଲଗାଇଥିବା ମୁଖ୍ୟ ଅଭିଯୁକ୍ତ ବିନୋଦ ପଣ୍ଡିତ ସାଭଲେକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।"

ବଜାରରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖା ଯାଇଥିଲା, ଜଣେ ବ୍ୟକ୍ତି ମୁହଁକୁ ଘୋଡ଼ାଇ ଦୋକାନ ବାହାରେ ଥିବା ପାର୍ସଲରେ ପେଟ୍ରୋଲ୍ ଢାଳି ନିଆଁ ଲଗାଉଛନ୍ତି । ସେପ୍ଟେମ୍ବର ୮-୯ ତାରିଖ ରାତିରେ ଶ୍ୟାମ ସଙ୍ଗିନୀ ଟେକ୍ସଟାଇଲ୍ ମାର୍କେଟରେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ୧୪ଟି ଦୋକାନର ୨୪ କୋଟିର ପୋଷାକ ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା ।

ଏଥିସହ ପଢ଼ନ୍ତୁ: Jaguar, Audi ସହ ୫୦୦ ଗ୍ରାମ୍ ସୁନା… ସରକାରୀ ଡାକ୍ତରଙ୍କ ଘରେ ରେଡ୍‌ରୁ ୧୦୦ କୋଟିର ସମ୍ପତ୍ତିର ଖୁଲାସା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁରଟର ଏସିପି କରନରାଜ ବାଗହେଲା କହିଛନ୍ତି, "ବଜାରରେ ଥିବା ସପ୍ ନମ୍ବର ୬୩୯ରେ ବିନୋଦ କାମ କରୁଥିଲା । ୨୦୨୬ ଏପ୍ରିଲ୍‌ରୁ ୩ ମାସ କାମ କରିବା ପରେ ସେ ଜୁନ୍‌ରେ ଛାଡ଼ି ଦେଇଥିଲା । ଆକାଉଣ୍ଟ୍ସ ସମ୍ବନ୍ଧୀୟ କାମ ସମ୍ଭାଳି ନ ପାରିବାରୁ କାମ ଛାଡ଼ି ଦେଇଥିଲା ବିନୋଦ ।"

କିନ୍ତୁ, ଦୋକାନ ଛାଡ଼ିବା ପରେ ସେ ମାଲିକ ଠାରୁ ୧୦ ହଜାର ଟଙ୍କା ପାଇବ ବୋଲି ଦାବି କରିଥିଲା । କିନ୍ତୁ, ଦୋକାନୀ ନ ଦେବାରୁ ବୁଦ୍ଧ ଶିଖାଇବା ପାଇଁ ଯୋଜନା କରିଥିଲା ।

ପୋଲିସ ଅନୁସାରେ, ବିନୋଦ ପ୍ରାୟ ୧୫୦ ଟଙ୍କାର ପେଟ୍ରୋଲ ଏକ ବୋତଲରେ ନିକଟରେ ଥିବା ଗାଁର ପେଟ୍ରୋଲ୍ ପମ୍ରୁ ଆଣିଥିଲା । ସେପ୍ଟେମ୍ବର ୮ ତାରିଖ ରାତି ପ୍ରାୟ ୯ଟାରେ ମାର୍କେଟରେ ପ୍ରବେଶ କରି ପଞ୍ଚମ ମହଲାର ସିଡ଼ିରେ ଲୁଟି ରହିଥିଲା । ରାତି ସାଢ଼େ ୧୨ଟାରେ ବଜାର ଶୂନଶାନ ହେବା ପରେ ଉକ୍ତ ଦୋକାନକୁ ଟାର୍ଗେଟ୍ କରିଥିଲା ବିନୋଦ ।

କ୍ରାଇମବ୍ରାଞ୍ଚ ଜାରି କରିଥିବା ସିସିଟିଭି ଫୁଟେଜ୍ ଅନୁସାରେ, ବିନୋଦ ତାର ମୁହଁକୁ କପଡ଼ାରେ ବାନ୍ଧିବା ସହ କାନ୍ଧରେ ଏକ ବ୍ୟାଗ ପକାଇଥିଲେ । ଷଷ୍ଠ ମହଲାକୁ ଯାଇ ଚାରିଆଡ଼େ ନଜର ପକାଇଥିଲା । କେହି ନଥିବା ସୁନିଶ୍ଚିତ ହେବା ପରେ ଉକ୍ତ ଦୋକାନ ନିକଟକୁ ଯାଇ ବାହାରେ ରଖା ଯାଇଥିବା ପାର୍ସଲରେ ପେଟ୍ରୋଲ୍ ଢାଳି ଦିଆସିଲି ମାରିଥିଲା । ଆଉ ଦ୍ଵିତୀୟ ପ୍ରୟାସରେ ନିଆଁ ଲାଗି କପଡ଼ା ଥିବାରୁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା ।

ଏଥିସହ ପଢ଼ନ୍ତୁ: ଆତ୍ମହତ୍ୟା ନୁହେଁ ହତ୍ୟା; କୀଟନାଶକ ପିଆଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ମାରିଦେଲେ ଅଧ୍ୟାପକ 

ଏନେଇ ସାରୋଲି ପୋଲିସ ଏକ ମାମଲା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ରୁଜୁ କରିଥିଲା । ପରେ ସୁରଟ ପୋଲିସ ସହରରେ ଲାଗିଥିବା ସିସିଟିଭି ଚେକ୍ କରି ଅଭିଯୁକ୍ତକୁ ଟ୍ରାକ୍ କରିଥିଲା । ଜଣାପଡ଼ିଥିଲା ଅଭିଯୁକ୍ତ ଜଣଙ୍କ ଦିନ୍ଦୋଲିର ବିଲିପାତ୍ର ରେସିଡେନ୍ସର ବିନୋଦ ସାଭଲେ ।

ପୋଲିସ ଅନୁସାରେ, ଅଗ୍ନିକାଣ୍ଡ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏତଲା ନେଇ ଜାଣିପାରିଥିଲା ବିନୋଦ । ତା ପରେ ମୋବାଇଲ୍ ସ୍ଵିଚ୍ ଅଫ୍ କରି ପତ୍ନୀ ଓ ଛୁଆଙ୍କୁ ନେଇ ବିନୋଦ ରାଜସ୍ଥାନର ଖଟୁ ଶ୍ୟାମ ମନ୍ଦିର ସହ ଅଯୋଧ୍ୟା ପଳାଇଥିଲା । ବିନୋଦ ସୁରଟ ଫେରିବା ପରେ ପୋଲିସ ତାକୁ ଗିରଫ କରିଛି ।