Videos
|
National

ACB Raid / Jaguar, Audi ସହ ୫୦୦ ଗ୍ରାମ୍ ସୁନା… ସରକାରୀ ଡାକ୍ତରଙ୍କ ଘରେ ରେଡ୍‌ରୁ ୧୦୦ କୋଟିର ସମ୍ପତ୍ତିର ଖୁଲାସା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
Jaguar, Audi ସହ ୫୦୦ ଗ୍ରାମ୍ ସୁନା… ସରକାରୀ ଡାକ୍ତରଙ୍କ ଘରେ ରେଡ୍‌ରୁ ୧୦୦ କୋଟିର ସମ୍ପତ୍ତିର ଖୁଲାସା
ACB Raid Reveals Doctor's ₹100 Crore Assets

Key Points

ଜାଗୁଆର୍ ଓ ଅଡି କାର୍ ସହ ସୁନା ଏବଂ ଏକାଧିକ ଫ୍ଲାଟ୍ ଏବଂ କୋଟି କୋଟି ଟଙ୍କାର ନିବେଶ । ହାଇଦ୍ରାବାଦର ଜଣେ ସରକାରୀ ହସ୍ପିଟାଲ୍‌ର ଜଣେ ବରିଷ୍ଠ ଡାକ୍ତରଙ୍କ ଘରେ ତେଲଙ୍ଗାନା ACBର ରେଡ୍‌ରୁ ମିଳିଛି ୧୦୦ କୋଟିର ସମ୍ପତ୍ତି ।
ହାଇଦ୍ରାବାଦ: ଡାକ୍ତରଙ୍କ ୮ଟି ଠିକଣାରେ ରେଡ୍ । ମିଳିଲା ଜାଗୁଆର୍ ଓ ଅଡି କାର୍ ସହ ସୁନା ଏବଂ ଏକାଧିକ ଫ୍ଲାଟ୍ ଏବଂ କୋଟି କୋଟି ଟଙ୍କାର ନିବେଶ । ହାଇଦ୍ରାବାଦର ଜଣେ ସରକାରୀ ହସ୍ପିଟାଲ୍‌ର ଜଣେ ବରିଷ୍ଠ ଡାକ୍ତରଙ୍କ ଘରେ ତେଲଙ୍ଗାନା ACBର ରେଡ୍‌ରୁ ମିଳିଛି ୧୦୦ କୋଟିର ସମ୍ପତ୍ତି ।

NIMSର ଅତିରିକ୍ତ ଚିକିତ୍ସା ଅଧିକ୍ଷକ ଡକ୍ଟର ନୋରି ଲକ୍ଷ୍ମୀ ଭାସ୍କରଙ୍କ ବିରୋଧରେ ACB ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରି ତଦନ୍ତ କରୁଛି । ହାଇଦ୍ରାବାଦରେ ନୋରିଙ୍କ ୮ଟି ଠିକଣାରେ ରେଡ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆତ୍ମହତ୍ୟା ନୁହେଁ ହତ୍ୟା; କୀଟନାଶକ ପିଆଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ମାରିଦେଲେ ଅଧ୍ୟାପକ 

ଚଢ଼ାଉ ବେଳେ ACB ପାଇଛି ୧୦୦ କୋଟିରୁ ଅଧିକ ସମ୍ପତ୍ତି । କାଗଜ ପତ୍ରରେ ଏସବୁ ସମ୍ପତ୍ତିର ମୂଲ୍ୟ ୬ କୋଟି ୧୩ ଲକ୍ଷ ରହିଛି । ଯେତେବେଳେ କି ଏସବୁ ସମ୍ପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ହେବ ବୋଲି ACB ଆକଳନ କରିଛି । ଯାଞ୍ଚ ବେଳେ ୮ଟି ବହୁମୂଲ୍ୟ ଫ୍ଲାଟ ସହ ୪ଟି ପ୍ଲଟ୍, ବିଶାଖାପାଟ୍ଟଣରେ ୭୧୩୦ ସ୍କୋୟାର୍ ଫୁଟ୍‌ର ପ୍ଲଟ ସହ ବ୍ୟାଙ୍କ, ଡାକଘର ଜମା ଏବଂ ଘରୋଇ ନିବେଶ ସହ ମ୍ୟୁଚୁଆଲ୍ ଫଣ୍ଡ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡକ୍ଟର ନୋରି ଲକ୍ଷ୍ମୀ ଭାସ୍କରଙ୍କ ପାଖରେ ଗୋଟିଏ 4-BHK ଲକଜୁରି ଫ୍ଲାଟ୍ ସହ ୨ଟି 3-BHK ଓ ପାଞ୍ଚଟି 2-BHK ଫ୍ଲାଟ୍ ରହିଛି । ଏଥିସହ ତାଙ୍କ ଠାରୁ ୫୧୭.୮ ଗ୍ରାମ ସୁନା ସହ ଜାଗୁଆର, ଅଡି ସହ ଟାଟା ନେକ୍ସନ୍ କାର ମଧ୍ୟ ଜବତ କରାଯାଇଛି ।

ଏଥିସହ ପଢ଼ନ୍ତୁ: ‘ହନୁମାନ ଅଂଶ’ ଗୀତରେ ଚମକିଲା ସୁନୀଲଙ୍କ ଭାଗ୍ୟ, ଏବେ ଦେଖିବେ ଦୁନିଆ 

ବ୍ୟାଙ୍କ ଆକାଉଣ୍ଟରେ ୪୧ ଲକ୍ଷ ଟଙ୍କା ଜମି ରହିଥିବା ବେଳେ ପୋଷ୍ଟ ଅଫିସ୍‌ରେ ୧୨ ଲକ୍ଷ ରହିଛି । ଘରୋଇ ନିବେଶ ଫାର୍ମରେ ୩୫ ଲକ୍ଷ ଜମା ରହିଥିବା ବେଳେ ମ୍ୟୁଚୁଆଲ୍ ଫଣ୍ଡରେ ୨୮.୫୫ ଲକ୍ଷ ଟଙ୍କା ଜମା ଥିବା ଠାବ କରିଛି ACB ।

ତଦନ୍ତ ବେଳେ ଜଣାପଡ଼ିଛି ଯେ, DRTର ବିବାଦୀୟ ଫ୍ଲାଟରେ ଡାକ୍ତର ବାବୁ ୧ କୋଟି ୩୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ଏଥିସହ ଭିନ୍ନ ଭିନ୍ନ ଲୋକଙ୍କୁ ବିନା କାଗଜପତ୍ରରେ ୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ମଧ୍ୟ ଦେଇଛନ୍ତି । ଏବେ ACB ମାମଲା ରୁଜୁ କରି ସମ୍ପତ୍ତି ନେଇ ଖୋଳତାଡ଼ ଜାରି ରଖିଛି ।