Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟା ଘଟଣା; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ଆକ୍ରମଣର ଭୟଙ୍କର ଦୃଶ୍ୟ

Crime

Suvendu Adhikari PA shot / ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟା ଘଟଣା; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ଆକ୍ରମଣର ଭୟଙ୍କର ଦୃଶ୍ୟ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟା ଘଟଣା; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ଆକ୍ରମଣର ଭୟଙ୍କର ଦୃଶ୍ୟ
Suvendu Adhikari PA shot

Key Points

ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣା
ପ୍ରତ୍ୟକ୍ଷଦର୍ଶୀ ବଖାଣିଛନ୍ତି ଭୟଙ୍କର ରାତିର ଲୋମଟାଙ୍କୁରା ଦୃଶ୍ୟ
ହଠାତ୍ ମଝି ରାସ୍ତାରେ ଅଟକି ଯାଇଥିଲା ଚନ୍ଦ୍ରନାଥଙ୍କ ଗାଡି
ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ବୁଧବାର ବିଳମ୍ଵିତ ରାତିରେ ଗୁଳି କରି ହତ୍ୟା କରାଯାଇଥିବା ଘଟଣା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ବଖାଣିଛନ୍ତି ସେହି ଭୟଙ୍କର ରାତିର ଲୋମଟାଙ୍କୁରା ଦୃଶ୍ୟ । ଏହା ଏକ ଅତ୍ୟନ୍ତ ସୁଚିନ୍ତିତ ଏବଂ ପେସାଦାର ଢଙ୍ଗରେ କରାଯାଇଥିବା ହତ୍ୟାକାଣ୍ଡ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

  • ଭୟଙ୍କର ରାତିର ଲୋମଟାଙ୍କୁରା ଦୃଶ୍ୟ
ପ୍ରତ୍ୟକ୍ଷଦର୍ଶୀ ଜଣକ କହିଛନ୍ତି, "ଚନ୍ଦ୍ରନାଥଙ୍କ ଗାଡ଼ି ଯାଉଥିବା ସମୟରେ ହଠାତ୍ ମଝି ରାସ୍ତାରେ ଅଟକି ଯାଇଥିଲା । ସେହି ସମୟରେ ଜଣେ ମୋଟରସାଇକେଲ ଆରୋହୀ ଆସି ଗାଡ଼ିର ବାମ ପାର୍ଶ୍ୱରୁ ଅତର୍କିତ ଗୁଳି ଚାଳନା କରିଥିଲେ । ଆକ୍ରମଣକାରୀ 'ଏକ୍ସପର୍ଟ' ଭଳି ମନେ ହେଉଥିଲେ । ପଏଣ୍ଟ ବ୍ଳାଙ୍କରୁ ଗୁଳି ଚଳାଇବା ପରେ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ । ରାତି ପ୍ରାୟ ୧୦:୩୦ଟାରୁ ୧୧ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ହସ୍ପିଟାଲଠାରୁ ମାତ୍ର ୨୦୦ରୁ ୩୦୦ ମିଟର ଦୂରରେ ଏହି ରକ୍ତାକ୍ତ କାଣ୍ଡ ଘଟିଥିଲା ।" ଗୁଳିକାଣ୍ଡରେ କେବଳ ଚନ୍ଦ୍ରନାଥ ନୁହେଁ, ବରଂ ଗାଡ଼ିର ଡ୍ରାଇଭର ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଉପସ୍ଥିତ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ।

  • ମୁଣ୍ଡରେ ବାଜିଛି ୩ଟି ଗୁଳି
ଶୁଭେନ୍ଦୁଙ୍କ ପିଏ ଚନ୍ଦ୍ରନାଥଙ୍କ ମୁଣ୍ଡରେ ତିନିଟି ଗୁଳି ବାଜିଛି । ବୁଧବାର ବିଳମ୍ବିତ ରାତିରେ ମଧ୍ୟମଗ୍ରାମରେ ଏହି ଘଟଣା ଘଟିଛି । ଗାଡ଼ିରେ ବସିଥିବା ବେଳେ ମୋଟରସାଇକେଲରେ ଆସିଥିବା ଦୁର୍ବୃତ୍ତମାନେ ମୋଟ ୧୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ବେଳେ ସେଥିମଧ୍ୟରୁ ୩ଟି ଗୁଳି ଚନ୍ଦ୍ରନାଥଙ୍କ ମୁଣ୍ଡରେ ବାଜିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ମାରି ଫେରାର ହୋଇଯାଇଥିଲେ । ଚନ୍ଦ୍ରନାଥ ଶୁଭେନ୍ଦୁ ଅଧିକାରୀଙ୍କ ଖୁବ୍ ଘନିଷ୍ଠ ମଧ୍ୟ ଥିଲେ । ସେ ପ୍ରାୟ ପାଞ୍ଚ ବର୍ଷ ଧରି ତାଙ୍କ ସହ ରହିଥିଲେ । ଚନ୍ଦ୍ରନାଥ ରଥ ମଧ୍ୟମଗ୍ରାମରେ କିଛି ଲୋକଙ୍କ ସହିତ ଏକ ସାର୍ବଜନୀନ ସ୍ଥାନରେ ଥିବା ସମୟରେ ତାଙ୍କୁ ଟାର୍ଗେଟ କରାଯାଇଛି ।

ପଢନ୍ତୁ ଏହି ଖବର: ସରକାର ଗଠନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ PA କୁ ଗୁଳି ମାରି ହତ୍ୟା

  • ଚନ୍ଦ୍ରନାଥଙ୍କ ଗାଡ଼ିକୁ କରିଥିଲେ ପିଛା
ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ଦତ୍ତଙ୍କ ଗାଡ଼ିକୁ ହତ୍ୟାକାରୀମାନେ ପିଛା କରିଥିଲେ । ଯେତେବେଳେ ଦତ୍ତଙ୍କ ଗାଡ଼ି ଧିର ହୋଇଯାଇଥିଲା, ସେତେବେଳେ ଆକ୍ରମଣକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । କେବଳ ଚନ୍ଦ୍ରନାଥ ଦତ୍ତ ନୁହଁନ୍ତି ତାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଗୁଳି ବାଜିଥିବାବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଗୁଳିମାଡ଼ ଘଟଣା ପରେ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suvendu Adhikari’s PA Shot: Eyewitness Claims Shooter Appeared to Be a Professional | Argus News