|
logo
Live

Argus News - ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !

Crime

Revenge Killing / ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !

Sushanta Sahoo
Browse all articles by Sushanta Sahoo
·3 months ago·2 min read
ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !
Revenge Killing: Tiger Dies After Eating Poisoned Carcass

Key Points

ବଳଦକୁ ମାରିବାରୁ ବାଘକୁ ମାରିଦଦେଲେ । କଲରାପତରିଆ ବାଘକୁ ମାରି ନେଲେ ପ୍ରତିଶୋଧ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତମଦା ରେଞ୍ଜ ଅଞ୍ଚଳରେ ।
ବଣାଇ (ସୁନ୍ଦରଗଡ଼): ବିଷ ଦେଇ ବାଘକୁ ହତ୍ୟା । ବଳଦକୁ ମାରିବାରୁ ବାଘକୁ ମାରିଦଦେଲେ । କଲରାପତରିଆ ବାଘକୁ ମାରି ନେଲେ ପ୍ରତିଶୋଧ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତମଦା ରେଞ୍ଜ ଅଞ୍ଚଳରେ । ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସୂଚନା ଅନୁସାରେ, ସ୍ଥାନୀୟ କୁସୁମୁଣ୍ଡି ଗାଁର ଜଣେ ବ୍ୟକ୍ତିଙ୍କ ବଳଦକୁ ଗୁରୁବାର ଜଙ୍ଗଲରେ ବାଘଟି ମାରି ଦେଇଥିଲା । ଯାହାକୁ ନେଇ ବ୍ୟକ୍ତି ଜଣଙ୍କ ପ୍ରତିଶୋଧ ପରାୟଣ ହୋଇଥିଲେ । ବଳଦକୁ ମାରିବା ପରେ ବାଘକୁ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ।

ବାଘ ପଳାଇବା ପରେ ମୃତ ବଳଦ ଦେହ ଉପରେ ବିଷ ସିଞ୍ଚନ କରିଥିଲେ ବ୍ୟକ୍ତି ଜଣଙ୍କ । ଆଉ ବିଳମ୍ବିତ ରାତିରେ କଲରାପତରିଆ ବାଘଟି ବଳଦ ମାଂସ ଖାଇବାକୁ ଆସିବାରୁ ତା ଦେହରେ ବିଷକ୍ରିୟା ହୋଇଥିଲା । ବଳଦର ମୃତଦେହ ଠାରୁ କିଛି ଦୂରରେ ଟଳି ପଡ଼ିଥିଲା ବାଘଟି ।

ଏଥିସହ ପଢ଼ନ୍ତୁ: IIT ସର୍ଭେରେ ସାଂଘାତିକ ସତ; ପଶ୍ଚିମ ପରେ ଉପକୂଳ ଓଡ଼ିଶାକୁ ଦାଦନ ଗଡ଼ରେ ପରିଣତ କରିଥିଲେ ନବୀନ ସରକାର

ତମଦା ରେଞ୍ଜ ଖେସାରା ଜଙ୍ଗଲରୁ ବାଘଟିର ମୃତଦେହ ଉଦ୍ଧାର କରାଯାଇଛି । ମୃତ କଲରାପତରିଆର ବୟସ ୧୨ ବର୍ଷ ହେବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସରକାରୀ ତଥ୍ୟ ଅନୁସାରେ, ୨୦୧୪ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାରେ ୫୭ଟି କଲରାପତରିଆ ବାଘକୁ ହତ୍ୟା କରାଯାଇଛି । ସେହି ସମୟରେ ୮ଟି ମହାବଳ ବାଘକୁ ହତ୍ୟା କରାଯାଇଛି । ବନ ବିଭାଗ ତଥ୍ୟ ଅନୁସାରେ, ୨ଟି ମହାବଳ ଓ ୨୧ଟି କଲରାପତରିଆ ବାଘଙ୍କୁ ଶିକାର କରାଯାଇଛି । ଅନ୍ୟମାନେ ବିଦ୍ୟୁତ୍ ଆଘାତ, ଫାସ ଏବଂ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

ରାଜ୍ୟରେ ଶିକାରୀଙ୍କ ଶିକାର ହୋଇଥିବା ବାଘ ସଂଖ୍ୟା ଠାରୁ ଅଧିକ ଛାଲ ଜବତ ହେଉଛି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ବିଧାନସଭାରେ ଗତ ମାର୍ଚ୍ଚ ମାସରେ ଏ ଉତ୍ତର ରଖିଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ: ମୃତ ବାଘ ସଂଖ୍ୟାଠୁ ଜବତ ହେଉଛି ଅଧିକ ଛାଲ

ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ବିଗତ ୩ ବର୍ଷରେ ରାଜ୍ୟରେ ୨ଟି ମହାବଳ ବାଘ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛି । ସମାନ ସମୟରେ ୬ଟି ମହାବଳ ବାଘ ଛାଲ ଏବଂ ୬୩ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଶମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ସର୍ବାଧିକ ବାଘ ଅଛନ୍ତି ।

ମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟର ୨୮ଟି ବନଖଣ୍ଡ ଅଞ୍ଚଳରେ ୨୧୦୩ ହାତୀ ଥିବା ୨୦୨୪ ମସିହା ହାତୀ ଗଣନାରୁ ଜଣାପଡ଼ିଛି । ସେଥି ମଧ୍ୟରୁ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ ହାତୀ ରହିଥିବା ବେଳେ ଗତ ୩ ବର୍ଷରେ ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୪୧ଗୋଟି ହାତୀଙ୍କ ମୃତ୍ୟୁ ହୋଇଛି ।

ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସରକାର ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ଦ୍ଵାରା ବନ୍ୟପ୍ରାଣୀ ଓ ଶିକାରୀ ନିରୀକ୍ଷଣ କରୁଛନ୍ତି । ଗଜସାଥିଙ୍କୁ ମୁତୟନ କରାଯାଇଥିବା ବେଳେ ଶିକାର ନେଇ ସୂଚନା ଦେଲେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି । ଏହା ଛଡ଼ା ସରକାର ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରୁଛନ୍ତି । ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆ ଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Revenge Killing: ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ ! | Argus News