Odisha Migration / IIT ସର୍ଭେରେ ସାଂଘାତିକ ସତ; ପଶ୍ଚିମ ପରେ ଉପକୂଳ ଓଡ଼ିଶାକୁ ଦାଦନ ଗଡ଼ରେ ପରିଣତ କରିଥିଲେ ନବୀନ ସରକାର
·9 months ago·2 min read

Key Points
ପୂର୍ବରୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ ଦାଦନ ଯାଉଥିବା ବେଳେ ନବୀନଙ୍କ ଶାସନ କାଳରେ ଉପକୂଳର ଚିତ୍ର ବି ବଦଳିଗଲା । ପଶ୍ଚିମ ଭଳି ଉପକୂଳ ଓଡ଼ିଶାକୁ ବିଜେଡି ସରକାର ଦାଦନ ଗଡ଼ରେ ପରିଣତ କରିଥିଲା ।
ଭୁବନେଶ୍ଵର: ସରକାରରେ ୨୪ ବର୍ଷ ରହିଲେ । ହେଲେ ଲୋକଙ୍କୁ ରୋଜଗାର ଦେଇ ପାରିଲେନି । ଓଲଟା ଲୋକ କିଭଳି ଦାଦନ ଖଟିବାକୁ ଯିବେ ସେ ବାଟ କରିଦେଲେ । ପୂର୍ବରୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ ଦାଦନ ଯାଉଥିବା ବେଳେ ନବୀନଙ୍କ ଶାସନ କାଳରେ ଉପକୂଳର ଚିତ୍ର ବି ବଦଳିଗଲା । ପଶ୍ଚିମ ଭଳି ଉପକୂଳ ଓଡ଼ିଶାକୁ ବିଜେଡି ସରକାର ଦାଦନ ଗଡ଼ରେ ପରିଣତ କରିଥିଲା । ୨୪ ବର୍ଷ ସରକାରରେ ରହି ନବୀନ ଦେଇଥିବା ଉପହାରର ଖୁଲାସା ହୋଇଛି ଆଇଆଇଟି ହାଇଦ୍ରାବାଦର ସର୍ଭେ ରିପୋର୍ଟରେ ।
ପଶ୍ଚିମ ଓଡ଼ିଶା ପରେ ଉପକୂଳ ଓଡ଼ିଶାରେ ଅସହ୍ୟ ହୋଇଛି ଦାଦନ ସମସ୍ୟା । ରୋଜଗାର ଆଶାରେ ବାହାରକୁ ଦାଦନ ଖଟି ଯାଉଛନ୍ତି ଉପକୂଳ ଓଡ଼ିଶାର ଅଧିକାଂଶ ଭେଣ୍ଡିଆ ପୁଅ । ଆଇଆଇଟି ହାଇଦ୍ରାବାଦର ଏହି ସର୍ଭେ ରିପୋର୍ଟରେ ଆସିଛି ଆଖି ତରାଟି ଦେଲା ଭଳି ତଥ୍ୟ । ୨୦୨୩ ମସିହାର ତଥ୍ୟକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ କହୁଛି ଦାଦନ ସମସ୍ୟାରେ ପଶ୍ଚିମ ଓଡ଼ିଶାକୁ ପଛରେ ପକାଇ ଦେଇଛି ଉପକୂଳ ଓଡ଼ିଶା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତାଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଲକ୍ଷ ୨୧ ହଜାର ଲୋକ ରାଜ୍ୟ ତଥା ଦେଶ ବାହାରେ ଦାଦନ ଖଟୁଛନ୍ତି ।
ଏଥିସହ ପଢ଼ନ୍ତୁ: ବାହାହେବାକୁ ଡାକିଲା ପ୍ରେମିକା; ପୁଣି ବ୍ୟାଟ୍ରେ ପିଟି ପିଟି ମାରିଦେଲେ ପରିବାର ଲୋକ
ଦ୍ୱିତୀୟରେ ରହିଛି କଟକ ଯେଉଁଠୁ ୨ ଲକ୍ଷ ୭୧ ହଜାରରୁ ଅଧିକ ଲୋକ ବାହାରକୁ ଯାଇ ଦାଦନ ଖଟୁଛନ୍ତି । ତୃତୀୟରେ ରହିଛି ବାଲେଶ୍ଵର ଜିଲ୍ଲା, ଯେଉଁଠୁ ୨ ଲକ୍ଷ ୫୭ ହଜାରରୁ ଅଧିକ ଲୋକ ବାହାରକୁ ଯାଇ ଦାଦନ ଖଟୁଛନ୍ତି । ସେହିପରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭଦ୍ରକ ଜିଲ୍ଲା ଯେଉଁଠୁ ୨ ଲକ୍ଷ ୧୮ ହଜାର ଲୋକ ବାହାରକୁ ଯାଇଛନ୍ତି । ଦାଦନ ସଂଖ୍ୟାରେ ଯାଜପୁର ଜିଲ୍ଲା ବି ନାହିଁ ପଛରେ । ଜିଲ୍ଲାର ୧ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ବାହାରକୁ ଯାଇଛନ୍ତି ଦାଦନ ଖଟିବାକୁ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, "ଦାଦନ ସମସ୍ୟାକୁ ବଡ଼ ଚ୍ୟାଲେଞ୍ଜ ଭାବେ ନେଇ କାମ କରୁଛନ୍ତି ରାଜ୍ୟ ସରକାର ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ଭଦ୍ରକ ଜିଲ୍ଲାର ୪୦.୬ ପ୍ରତିଶତ ପରିବାରରରେ ଅତି କମରେ ଜଣେ ଲୋକ ରାଜ୍ୟ ବାହାରେ ଯାଇ ଦାଦନ ଖଟୁଛି । ଜିଲ୍ଲା ଅନୁଯାୟୀ ଦେଖିଲେ ନୟାଗଡ଼ରେ ୩୨.୨ ପ୍ରତିଶତ, ଗଞ୍ଜାମ ଏବଂ ଯାଜପୁରରେ ୨୯.୨ ପ୍ରତିଶତ, ବାଲେଶ୍ୱରରେ ୨୮.୨ ପ୍ରତିଶତ ଏବଂ କଟକରେ ୨୬.୪ ପ୍ରତିଶତ ପରିବାରରେ ଅତି କମରେ ଜଣେ ଲୋକ ରାଜ୍ୟ ବାହାରେ ଯାଇ ଦାଦନ ଖଟୁଛନ୍ତି ।
ଏଥିସହ ପଢ଼ନ୍ତୁ: ଜମି ଜବରଦଖଲକାରୀଙ୍କୁ ରାଜସ୍ଵ ମନ୍ତ୍ରୀଙ୍କ ଚେତାବନୀ; 'ଜମି ଫେରାଅ, ନହେଲେ ଦେବେ ଉଚ୍ଛେଦ ଖର୍ଚ୍ଚ'
ଠିକ୍ ଏହି ସମୟରେ ଓଡ଼ିଶାର ଦାଦନ ଗଡ଼ ଭାବେ ପୂର୍ବରୁ ପରିଚିତ ପଶ୍ଚିମ ଓଡ଼ିଶାରେ ବଲାଙ୍ଗୀର ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଦାଦନଙ୍କ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି । ବରଗଡ଼ରେ ବର୍ତ୍ତମାନ ୨୪ ହଜାର ୨ ଜଣ ବାହାରେ ଦାଦନ ଖଟୁ ଥିବା ବେଳେ ସୁନ୍ଦରଗଡ଼ରେ ୪୬ ହଜାର ୯୦ ଜଣ, ସମ୍ବଲପୁରରେ ୨୭ ହଜାର ୪୮୨ ଜଣ, ନୂଆପଡ଼ାରେ ୪୯ ହଜାର ୩୩୧ ଜଣ ଲୋକ ବାହାରେ ଯାଇ ଦାଦନ ଖଟୁଛନ୍ତି ।
Related Topics
Explore more stories