Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ହେବ ଦ୍ଵିତୀୟ ଶବ ବ୍ୟବଚ୍ଛେଦ, ହାଇକୋର୍ଟ ଦେଲେ ମଞ୍ଜୁରୀ

Crime

Twisha Death Case / ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ହେବ ଦ୍ଵିତୀୟ ଶବ ବ୍ୟବଚ୍ଛେଦ, ହାଇକୋର୍ଟ ଦେଲେ ମଞ୍ଜୁରୀ

Debashree Debasmita Sahoo
Browse all articles by Debashree Debasmita Sahoo
·7 hours ago·2 min read
ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ହେବ ଦ୍ଵିତୀୟ ଶବ ବ୍ୟବଚ୍ଛେଦ, ହାଇକୋର୍ଟ ଦେଲେ ମଞ୍ଜୁରୀ
Twisha Death Case

Key Points

ବହୁଚର୍ଚ୍ଚିତ ତ୍ଵିଶା ଶର୍ମା ମୃତ୍ୟୁ ଘଟଣା
ଶେଷରେ ଦ୍ଵିତୀୟ ବ୍ୟବଚ୍ଛେଦ ପାଇଁ ମିଳିଲା ଅନୁମତି
ଏବେ ଖୋଲିବ ସବୁ ରହସ୍ୟ, ସ୍ଵାମୀ ସମର୍ଥ ସିଂ ବି ସରେଣ୍ଡର୍
ଅଭିନେତ୍ରୀ ତ୍ଵିଶା ଶର୍ମା ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ଦ୍ଵିତୀୟ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ପ୍ରଦାନ କଲେ ମଧ୍ୟପ୍ରଦେଶ ହାଇକୋର୍ଟ । ପ୍ରଥମେ ଦ୍ଵିତୀୟ ବ୍ୟବଚ୍ଛେଦ ପାଇଁ ଦୁଇ ପକ୍ଷ ଭିତରେ ଅନେକ ସମୟ ଧରି ଯୁକ୍ତିତର୍କ ହୋଇଥିଲା । ଶେଷରେ ହାଇକୋର୍ଟ ପୁଣି ଥରେ ପୋଷ୍ଟମର୍ଟମ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେପଟେ ତ୍ଵିଶାଙ୍କ ସ୍ଵାମୀ ସମର୍ଥ ସିଂହ ଆଗୁଆ ଜାମିନ ଫେରାଇ ନେବା ସହ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି ।

ତ୍ଵିଶାଙ୍କ ସ୍ଵାମୀଙ୍କ ପକ୍ଷରୁ କେସ୍ ଲଢୁଥିବା ଆଇନଜୀବୀ ମୃଗେନ୍ଦ୍ର ସିଂହ ଦ୍ଵିତୀୟ ଶବ ବ୍ୟବଚ୍ଛେଦକୁ କଡ଼ା ବିରୋଧ କରିଥିଲେ । ସେ କହିଥିଲେ ଯେ AIIMS ଦ୍ଵାରା ପ୍ରଥମ ବ୍ୟବଚ୍ଛେଦର ରିପୋର୍ଟ ପର୍ଯ୍ୟାପ୍ତ । ଦ୍ଵିତୀୟ ଥର ବ୍ୟବଚ୍ଛେଦ ଦାବି କରିବା ଡାକ୍ତରୀ ଚିକିତ୍ସାର ଅପମାନ । ଏହି ଦାବି ଯାଞ୍ଚ ପ୍ରକ୍ରିୟା ଓ ଡାକ୍ତରଙ୍କ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସବୁକିଛି ଶୁଣିବା ପରେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଦ୍ଵିତୀୟ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ତ୍ଵିଶାଙ୍କ ଶବକୁ ଏମ୍ସ ଭୋପାଳରେ ସୁରକ୍ଷିତ ଭାବେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ -୮୦ ଡିଗ୍ରୀରେ ଶବକୁ ରଖାଯିବ । ଦ୍ଵିତୀୟ ଶବ ବ୍ୟବଚ୍ଛେଦ ଦିଲ୍ଲୀ କିମ୍ବା ଜମ୍ମୁ ଏମ୍ସରେ କରାଯିବ ।

  • ଅଭିଯୋଗକୁ କାଳ୍ପନିକ କହିଲେ ତ୍ଵିଶାଙ୍କ ସ୍ଵାମୀ
ମଧ୍ୟପ୍ରଦେଶ ପୋଲିସ ଦ୍ଵାରା ମାମଲା ରୁଜୁ ପରେ ଫେରାର ଥିବା ତ୍ଵିଶା ଶର୍ମାଙ୍କ ଅଭିଯୁକ୍ତ ସ୍ଵାମୀ ସମର୍ଥ ସିଂହ ୬୯ ପୃଷ୍ଠାର ଏକ ଆବେଦନରେ ଦାବି କରିଛନ୍ତି ଯେ ତ୍ଵିଶାଙ୍କ ପରିବାର ପକ୍ଷରୁ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଏହା କେବଳ ସନ୍ଦେହ । ଅନ୍ୟପଟେ ତ୍ଵିଶାଙ୍କ ଶାଶୁ ତଥା ଅବସରପ୍ରାପ୍ତ ବିଚାରପତି ଗିରିବାଲା ସିଂହ ତଦନ୍ତରେ ସହଯୋଗ କରିନଥିବା ପୋଲିସ କମିଶନର କହିଛନ୍ତି ।

ପଢନ୍ତୁ ଏହି ଖବର: ତ୍ୱିଶା ଶର୍ମାଙ୍କ ମୃତ୍ୟ ରହସ୍ୟ: ପୋଷ୍ଟ ମର୍ଟମ ରିପୋର୍ଟରେ ନଥିଲା ଏହି ପ୍ରମାଣ...

  • କେମିତି ହେଲା ତ୍ଵିଶାଙ୍କ ମୃତ୍ୟୁ ?
ମଡେଲ ତଥା ଅଭିନେତ୍ରୀ ତ୍ୱିଶା ଶର୍ମା, ୨୦୨୪ ମସିହାରେ ଏକ ଡେଟିଂ ଆପ୍ ମାଧ୍ୟମରେ ସମର୍ଥ ସିଂହଙ୍କୁ ଭେଟିଥିଲେ ଏବଂ ଡିସେମ୍ବର ୨୦୨୫ରେ ତାଙ୍କୁ ବିବାହ କରିଥିଲେ । ଗତ ମେ ୧୨ ତାରିଖରେ ଭୋପାଳର କଟାରା ହିଲ୍ସ ଅଞ୍ଚଳରେ ତ୍ଵିଶାଙ୍କ ଶାଶୁଘରେ ତାଙ୍କର ଝୁଲନ୍ତା ଅବସ୍ଥାରେ ମିଳିଥିଲେ । ତ୍ଵିଶାଙ୍କ ପରିବାର ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ଉପରେ ଅନେକ ଦିନ ଧରି ମାନସିକ ଏବଂ ଶାରୀରିକ ନିର୍ଯାତନା, ଯୌତୁକ ନିର୍ଯାତନା ଏବଂ ତଦନ୍ତକୁ କୋହଳ କରିବା ପାଇଁ ପ୍ରଭାବ ପ୍ରୟୋଗ କରିବାର ଅଭିଯୋଗ ଆଣିଛନ୍ତି । ସେପଟେ ତ୍ଵିଶାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା ବୋଲି ଶାଶୁ ଅଭିଯୋଗ କରିଛନ୍ତି । ମାତ୍ର ତ୍ଵିଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲେ ସୁଦ୍ଧା ଶାଶୁଘର ଲୋକେ ପୋଲିସକୁ ନ ଡାକି ହସ୍ପିଟାଲକୁ ନେଇଯିବା ସନ୍ଦେହ ସୃଷ୍ଟି କରୁଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Twisha Death Case: Husband Samarth Singh Surrenders Before Police Amid Investigation | Argus News