Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Twisha Sharma Death Case / ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ପାଇଁ ଭୋପାଳରେ ଦିଲ୍ଲୀ ଏମ୍ସ ଟିମ୍

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ପାଇଁ ଭୋପାଳରେ ଦିଲ୍ଲୀ ଏମ୍ସ ଟିମ୍
Twisha Sharma

Key Points

ଟ୍ୱିଶା ଶର୍ମା ମୃତ୍ୟୁ ମାମଲା
ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ପାଇଁ ଭୋପାଳରେ ଦିଲ୍ଲୀ ଏମ୍ସ ଟିମ୍
ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପହଞ୍ଚିଲା ଦିଲ୍ଲୀ ଏମ୍ସ ଟିମ୍
ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରିବା ପାଇଁ ଆଜି ଭୋପାଳରେ ପହଞ୍ଚିଛି ଏମ୍ସ ଦିଲ୍ଲୀ ଟିମ୍ । ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଆଜି ଟ୍ୱିଶା ଶର୍ମାଙ୍କର ଦ୍ୱିତୀୟ ପୋଷ୍ଟମର୍ଟମ କରିବା ପାଇଁ AIIMS ଦିଲ୍ଲୀର ୪ ଜଣ ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏକ ମେଡିକାଲ୍ ଟିମ୍ ଭୋପାଳରେ ପହଞ୍ଚିଛନ୍ତି ।
ମଧ୍ୟପ୍ରଦେଶ ହାଇକୋର୍ଟ ଏମ୍ସର ଡାକ୍ତରୀ ଦଳ ଦ୍ୱାରା ଏକ ନୂତନ ଶବ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେବା ପରେ, ଏହି ଦଳ ଆଜି ସକାଳେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହ ପ୍ରକ୍ରିୟା ସମ୍ପାଦନ ପାଇଁ ଭୋପାଳରେ ପହଞ୍ଚିଛନ୍ତି ।

ଏହାରି ଭିତରେ ଶନିବାର ସୁପ୍ରିମକୋର୍ଟ ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସ୍ୱତଃ ପ୍ରବୃତ୍ତ ଭାବେ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ସୋମବାର ଏହି ମାମଲାର ବିଚାର କରିବାର ସମ୍ଭାବନା ରହିଛି । ସୁପ୍ରିମକୋର୍ଟ ଏହି ମାମଲାକୁ ଶାଶୁଘରେ ଜଣେ ଯୁବତୀଙ୍କ ଅସ୍ୱାଭାବିକ ମୃତ୍ୟୁରେ କଥିତ ଆନୁଷ୍ଠାନିକ ପକ୍ଷପାତିତା ଏବଂ ପ୍ରକ୍ରିୟାଗତ ଅନିୟମିତତା ମାମଲା ଭାବରେ ପଞ୍ଜୀକୃତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ତ୍ୱିଶାଙ୍କ ଶେଷ ଭିଡିଓକୁ ନେଇ ଉଠିଲା ବଡ଼ ପ୍ରଶ୍ନ: ହସୁଥିଲେ ତ୍ୱିଶା ହଠାତ୍ କେମିତି ହେଲା ମୃତ୍ୟୁ ?


ସେପଟେ ଭୋପାଳର ଏକ ସ୍ଥାନୀୟ ଅଦାଲତ ଟ୍ୱିଶାଙ୍କ ସ୍ୱାମୀ ତଥା ମୁଖ୍ୟ ଅଭିଯୁକ୍ତ ସମର୍ଥ ସିଂହଙ୍କୁ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି । ମଧ୍ୟପ୍ରଦେଶ ସରକାର ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିସାରିଛନ୍ତି । ନୋଏଡା ବାସିନ୍ଦା ଟ୍ୱିଶା ଶର୍ମା ଡିସେମ୍ବର ୨୦୨୫ରେ ଭୋପାଳ ବାସିନ୍ଦା ସମର୍ଥ ସିଂହଙ୍କୁ ବିବାହ କରିଥିଲେ । ତେବେ ଗତ ମେ' ୧୨ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସ୍ୱାମୀ ଏବଂ ପରିବାର ସଦସ୍ୟ ତାଙ୍କୁ ମାନସିକ ନିର୍ଯାତନା ଏବଂ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Twisha Sharma Death Case: AIIMS Delhi Team Reaches Bhopal For Second Postmortem | Argus News