Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Pitabas Panda Murder / ପୀତବାସ ପଣ୍ଡା ହତ୍ୟା ମାମଲା; ମର୍ଡର ପ୍ଲଟ ରଚିଥିବା ଉମା ଗିରଫ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ପୀତବାସ ପଣ୍ଡା ହତ୍ୟା ମାମଲା; ମର୍ଡର ପ୍ଲଟ ରଚିଥିବା ଉମା ଗିରଫ

Key Points

ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଗିରଫ । ମର୍ଡର ପ୍ଲଟ ରଚିଥିବା ଉମା ବିଷୋୟୀଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଉମା ପ୍ରଥମେ ସେପ୍ଟେମ୍ବର ୧୦ରେ ବିହାର ସାର୍ପ ସୁଟରଙ୍କୁ ବ୍ରହ୍ମପୁର ଡାକି ଆଣିଥିଲା ।
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଗିରଫ । ମର୍ଡର ପ୍ଲଟ ରଚିଥିବା ଉମା ବିଷୋୟୀଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଉମା ପ୍ରଥମେ ସେପ୍ଟେମ୍ବର ୧୦ରେ ବିହାର ସାର୍ପ ସୁଟରଙ୍କୁ ବ୍ରହ୍ମପୁର ଡାକି ଆଣିଥିଲା ।

ବିହାର ସାର୍ପ ସୁଟର ଫେରିଯିବା ପରେ ସ୍ଥାନୀୟ ବନ୍ଥପଲ୍ଲୀ ଅଞ୍ଚଳର ଚିଣ୍ଟୁ ଓ କୁରୁପତିଙ୍କୁ ସାର୍ପ ସୁଟର ଭାବେ ନିୟୋଜିତ କରିଥିଲା ଉମା । ମଳୟଙ୍କ ସହ ଯୋଗାଯୋଗରେ ରହି ଉମା ସମସ୍ତ ଷଡ଼ଯନ୍ତ୍ର ରଚିଥିଲା ।

ଏଥିସହ ପଢ଼ନ୍ତୁ: ୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ

ଘଟଣା ପରଠାରୁ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁ ଫେରାର୍ ରହିଥିଲେ । ଏବେ ବ୍ରହ୍ମପୁର ପୋଲିସ ଉମାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ପୋଲିସ କେଉଁଠାରୁ ଉମା ବିଷୋୟୀଙ୍କୁ ଗିରଫ କରିଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଏବେବି ସାର୍ପ ସୁଟର କୁରୁପତି ଭୂୟାଁ ଫେରାର୍ ରହିଛି ।

ପୋଲିସ ଅନୁସାରେ, ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ମିଶି ସବୁଦିନ ପାଇଁ ପୀତବାସଙ୍କୁ ହତ୍ୟା କରିବାକୁ ଯୋଜନା କରଥିଲେ ଶିବଶଙ୍କର ଦାଶ । ଆଉ ଏଥିରେ ସହଯୋଗ କରିଥିଲେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କ ସହ ମିଶି ବିକ୍ରମଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳେଇ ହତ୍ୟାର ସବୁ ଯୋଜନା କରିଥିଲେ ।

ଯୋଜନା ଅନୁସାରେ, ସେପ୍ଟେମ୍ବର ୧୦ରେ ବିହାରରୁ ଦୁଇ ସାର୍ପ ସୁଟର ବ୍ରହ୍ମପୁର ଆସି ରେକି କରଥିଲେ । ସେପ୍ଟେମ୍ବର ୧୪ ତାରିଖରେ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲେ । ହେଲେ ବିହାରରୁ ଆସିଥିବା ଅପରାଧୀ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଫେରି ପଳାଇଥିଲେ । ଏହା ପରେ ଉମା ବିଷୋୟୀ ସ୍ଥାନୀୟ ଅପରାଧୀଙ୍କୁ ଏଥିରେ ନିୟୋଜିତ କରିଥିଲେ ।

ଏଥିସହ ପଢ଼ନ୍ତୁ: ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍‌ପି

ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ ଉମା ବିଷୋୟୀ । ସେମାନଙ୍କୁ ୮ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଗୁଳି କରିବାକୁ ୫ ଲକ୍ଷ ଓ ବାଇକ୍ ଚାଳକଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ରଖିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କ ନମସ୍କାର କରି ସେ ବୋଲି ସ୍ପଷ୍ଟ ହେବା ପରେ ଗୁଳି କରିଥିଲେ କୁରୁପତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Uma Bisoyi Arrested in Pitabas Panda Murder Case | Argus News