Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତରଙ୍କ ଅଜବ କାରନାମା; ଲାଞ୍ଚ ନ ମିଳିବାରୁ ଯୋଡ଼ିଥିବା ଗୋଡ଼କୁ ଭାଙ୍ଗିଦେଲେ

Crime

Hospital Controversy / ଡାକ୍ତରଙ୍କ ଅଜବ କାରନାମା; ଲାଞ୍ଚ ନ ମିଳିବାରୁ ଯୋଡ଼ିଥିବା ଗୋଡ଼କୁ ଭାଙ୍ଗିଦେଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଡାକ୍ତରଙ୍କ ଅଜବ କାରନାମା; ଲାଞ୍ଚ ନ ମିଳିବାରୁ ଯୋଡ଼ିଥିବା ଗୋଡ଼କୁ ଭାଙ୍ଗିଦେଲେ
Hospital Controversy

Key Points

ନିଜେ କଷ୍ଟ କରି ଭଙ୍ଗା ଗୋଡ଼କୁ ଯୋଡ଼ିଥିଲେ
ହେଲେ ଲାଞ୍ଚ ନ ମିଳିବାରୁ ମାନବିକତା ଭୁଲିଲେ
କୁନିପିଲାର ଗୋଡ଼କୁ ପୁଣି ଭାଙ୍ଗିଦେଲେ ଡାକ୍ତର
ମାଗଣା ଚିକିତ୍ସା ନିର୍ଦ୍ଦେଶ ଦେଲେ CMO
ମାନବିକତାର ସୀମା ପାର । ଡାକ୍ତର ଦେବତାଙ୍କ ସ୍ଵରୂପ ହୋଇଥାନ୍ତି । ଲୋକଙ୍କ ରୋଗ ଭଲ କରୁଥିବାରୁ ଲୋକେ ଡାକ୍ତରଙ୍କୁ ଦେବତା ଭାବନ୍ତି । ହେଲେ ଏଠି ଜଣେ ଲାଞ୍ଚୁଆ ଡାକ୍ତର ପୂରା ଡାକ୍ତର ଜାତିକୁ ବଦନାମ କରିଛନ୍ତି । ସେ ନିଜ ରୋଗୀଙ୍କ ସହିତ ଏପରି କାମ କରିଛନ୍ତି ଯେ ଯାହା ସମସ୍ତଙ୍କୁ ବିସ୍ମିତ କରିଛି । ଲାଞ୍ଚ ଟଙ୍କା ନ ମିଳିବାରୁ ଡାକ୍ତର ଜଣକ ନିଜ ଯୋଡ଼ିଥିବା ଗୋଡ଼କୁ ପୁଣି ଭାଙ୍ଗିଦେଇଛନ୍ତି । ଫଳରେ କୁନିପିଲାଟି ଛଟପଟ ବାଜିଛି ।

ଉତ୍ତରପ୍ରଦେଶର ମୁଜ୍ଜଫରପୁରର ଏକ ସରକାରୀ ଡାକ୍ତରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ମୁଖ୍ୟ ଚିକିତ୍ସା ଅଧିକାରୀ (CMO)ଙ୍କ କାନରେ ପଡ଼ିବା ମାତ୍ରେ ସେ କୁନି ଝିଅର ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଜଣକ କୁନି ଝିଅର ଅପରେସନ ଲାଗି ମୋଟ ୨୫,୦୦୦ ଟଙ୍କା ମାଗିଥିଲେ । କୁନିଝିଅର ମାଆ ୮,୦୦୦ ଟଙ୍କା ଦେଇଥିଲେ । ବାକି ପଇଶା ଦେବାକୁ ସେ ମନା କରିଦେଇଥିଲେ । ଏହାପରେ ଡାକ୍ତର ଜଣକ କୁନିଝିଅକୁ ଚେକଅପ୍ କରିବେ ବୋଲି ଡାକିଥିଲେ ଓ ତାର ପୁଣି ଗୋଡ଼ ଭାଙ୍ଗି ଦେଇଥିଲେ।

  • ଯନ୍ତ୍ରଣାରେ ଛଟପଟ କୁନିଝିଅ
୧୪ ବର୍ଷୀୟ ଝିଅଟି ମାନସିକ ସ୍ତରରେ ମଧ୍ୟ ବିକାରଗ୍ରସ୍ତ । କୁହାଯାଉଛି ଯେ ଜିଲ୍ଲା ପ୍ରଶାସନ ପୂର୍ବରୁ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯେହେତୁ ଏକାକୀ ଘର ଚଳାଉଥିବା ମହିଳା ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ । ଏହାପରେ ମଧ୍ୟ ଡାକ୍ତର ଜଣକ ୨୫,୦୦୦ ଟଙ୍କା ଦାବି କରିଥିଲେ ।

  • ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ମହିଳା
ଡାକ୍ତର ଜଣକ ଏପରି କାଣ୍ଡ ଭିଆଇବା ପରେ ଝିଅର ମାଆ ରେଶ୍ମା ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ । ରେଶ୍ମାଙ୍କ କହିବାନୁସାରେ, ଗତ ଦେଢ ମାସ ପୂର୍ବରୁ ତାଙ୍କ ଝିଅର ଡାହାଣ ଗୋଡ଼ରେ ସର୍ଜରୀ ହୋଇଥିଲା । ସର୍ଜରୀ ସମୟରେ ଯେତେବେଳେ ହସ୍ପିଟାଲ ପକ୍ଷରୁ ୨୫,୦୦୦ ଟଙ୍କା ଦାବି କରାଯାଇଥିଲା, ସେ ଦେବାକୁ ଅସମର୍ଥ ଥିବା କହିଥିଲେ । ଏହାପରେ ଡାକ୍ତରଖାନା ପକ୍ଷରୁ ସର୍ଜରୀ କରିବେ ନାହିଁ ବୋଲି ସିଧାସିଧା ମନା କରିଥିଲେ । ଏହାପରେ ସେ ଜିଲ୍ଲାପାଳଙ୍କୁ ମାଗଣା ଚିକିତ୍ସା ପାଇଁ ଗୁହାରି କରିଥିଲେ ।

ପଢନ୍ତୁ ଏହି ଖବର: ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ଘରୋଇ କ୍ଲିନିକ୍‌ରେ ଚିକିତ୍ସା କରିପାରିବେନି ସରକାରୀ ଡାକ୍ତର

ଜିଲ୍ଲାପାଳ ମାଗଣା ଚିକିତ୍ସା ନିର୍ଦ୍ଦେଶ ଦେବା ପରେ ମଧ୍ୟ ସରକାରୀ ଡାକ୍ତରଖାନା ତାଙ୍କଠୁ ପ୍ରଥମ ପର୍ଯ୍ୟାୟରେ ୮,୦୦୦ ଟଙ୍କା ନେଇଥିଲେ ଓ ବାକି ଟଙ୍କା ପରେ ଦେବାକୁ କହିଥିଲେ । ଯେତେବେଳେ ଦେଢ ମାସ ପରେ ଗୋଡ଼ର ଅବସ୍ଥା ଯାଞ୍ଚ କରିବା ଲାଗି ରେଶ୍ମା ଝିଅକୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ, ସେତେବଳେ ଡାକ୍ତର ଜଣକ ଜାଣିଶୁଣି ଗୋଡ଼ ଭାଙ୍ଗିଥିବା ରେଶ୍ମା ଅଭିଯୋଗ କରିଛନ୍ତି । ଏହାପରେ ସେ ପୁଣିଥରେ ଜିଲ୍ଲାପାଳଙ୍କ ନିକଟକୁ ଯାଇ ଅଭିଯୋଗ କରିଥିଲେ ।

  • ମାଗଣା ଚିକିତ୍ସା ପାଇଁ CMOଙ୍କ ନିର୍ଦ୍ଦେଶ
ଏହି ପୂରା ଘଟଣା ମୁଖ୍ୟ ଚିକିତ୍ସା ଅଧିକାରୀ ସୁନୀଲ ତିୱାରୀ ଜାଣିବା ପରେ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ପୂରା ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Doctor Accused of Re-Breaking Child’s Leg After Mother Failed to Pay Bribe | Argus News