|
logo
Live
Argus News App
GET APP

Argus News - ସ୍ତ୍ରୀ ପାଇଁ... ବାପାମାଆଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା, ପୁଣି ନଦୀରେ ଫିଙ୍ଗିଦେଲା

Crime

Crime / ସ୍ତ୍ରୀ ପାଇଁ... ବାପାମାଆଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା, ପୁଣି ନଦୀରେ ଫିଙ୍ଗିଦେଲା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ସ୍ତ୍ରୀ ପାଇଁ... ବାପାମାଆଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା, ପୁଣି ନଦୀରେ ଫିଙ୍ଗିଦେଲା
Engineer Son Arrested for Killing Parents

Key Points

ପ୍ରଥମେ ଶିଳପୁଆରେ ଛେଚିଲା, କରତରେ ଖଣ୍ଡଖଣ୍ଡ କଲା
ଜଘନ୍ୟ ଭାବେ ବାପା ମାଆଙ୍କୁ ହତ୍ୟାକଲା ପୁଅ
ପୋଲିସ ବି ପାଉନି ଖଣ୍ଡ ବିଖଣ୍ଡିତ ଶରୀର

ଲକ୍ଷ୍ନୌ: ବାପାମାଆ ନିଖୋଜ, ବନ୍ଧାହେଲା ଇଞ୍ଜିନିୟର ପୁଅ । ୬୨ ବର୍ଷର ଶ୍ୟାମ ବାହାଦୂର ଓ ୬୦ ବର୍ଷୀୟ ବବିତାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଇଞ୍ଜିନିୟର ପୁଅ ଆମ୍ବେଶଙ୍କୁ ଗିରଫ କରିଛି । ଆମ୍ବେଶ ନିଜ ହାତରେ ବାପାମାଆକୁ ଶିଳପୁଆରେ ପ୍ରଥମେ ଛେଚି ହତ୍ୟା କରିଛି । ହତ୍ୟା ପରେ ପୁଣି ପ୍ରମାଣ ନଷ୍ଟ କରିବାକୁ କରତରେ କାଟି ବାପାମାଆଙ୍କୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗି ଦେଇଛି ।

ନିଖୋଜରୁ ଡବଲ୍ ମର୍ଡର ମାମଲା ପୋଲିସକୁ ସ୍ତବ୍ଧ କରି ଦେଇଛି । ଏଭଳି ଘଟିଛି ଉତ୍ତରପ୍ରଦେଶର ଜାଉପୁର ଜଫରାବାଦ ଥାନା ଅଞ୍ଚଳରେ । ଯେଉଁଠି ବାପାର ଜିଦ୍ ଆଉ ପୁଅର କ୍ରୋଧ ପାଇଁ ୨ ଜଣଙ୍କୁ ଜୀବନ ହରାଇବାକୁ ପଡ଼ିଛି । ଜନ୍ମଦାତା, ଦାତ୍ରୀଙ୍କ ଜୀବନ ନେଇ ଯାଇଛି ପୁଅ । ତାହା ବି ଅତି ବୀଭତ୍ସ ଭାବେ ।

ଏଥିସହ ପଢ଼ନ୍ତୁ: ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

ଦୀର୍ଘ ୬ ଦିନ ଧରି ନିଖୋଜ ଥିଲେ ବାପା ମାଆ ପୁଅ । ଆଉ ପୋଲିସର ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଲା । ମୃତ ବ୍ୟକ୍ତି ଜଣକ ୬୨ ବର୍ଷୀୟ ଶ୍ୟାମ ବାହାଦୂର ଏବଂ ପତ୍ନୀ ୬୦ ବର୍ଷୀୟ ବବିତା । ତାଙ୍କ ପୁଅ ଆମ୍ବେଶ ୫ ବର୍ଷ ତଳେ ଜଣେ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ । ଏବଂ ତାଙ୍କର ୨ ଜଣ ଛୁଆ ମଧ୍ୟ ଅଛନ୍ତି ।

କିନ୍ତୁ ବାପା ଶ୍ୟାମ ବାହାଦୂର ଆମ୍ବେଶଙ୍କୁ ଘରକୁ ଆସିବାକୁ ଦେଉନଥିଲେ କି ବୋହୂଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଆଉ ବାରମ୍ବାର ଛାଡ଼ପତ୍ର ଦେବା ପାଇଁ ପୁଅକୁ ବାଧ୍ୟ କରି ଆସୁଥିଲେ । ଆଉ ଶେଷରେ ଛାଡ଼ପତ୍ର ଦେଇଥିଲେ । ଛାଡ଼ପତ୍ର ପରେ ଭରଣପୋଷଣ ପାଇଁ ପତ୍ନୀ ମାଗିଥିଲେ ୫ ଲକ୍ଷ ଟଙ୍କା ।

ଆଉ ଏତେ ଟଙ୍କା ଆମ୍ବେଶଙ୍କ ପାଖରେ ନଥିବାରୁ ସେ ନିଜ ବାପାଙ୍କୁ ମାଗିଥିଲେ । ହେଲେ ବାପା ଟଙ୍କା ଦେବାକୁ ମନା କରି ଦେଇଥିଲେ । ଡିସେମ୍ବର ୮ରେ ଏହି ଟଙ୍କାକୁ ନେଇ ଉଭୟ ବାପପୁଅ ମଧ୍ୟରେ ଅନେକ ସମୟ ଧରି ଯୁକ୍ତିତର୍କ ହୋଇଥିଲା । ମାଆ ଅଟକାଇବାକୁ ଚେଷ୍ଟା କରିବାରୁ ମାଆକୁ ଶିଳପୁଆରେ ଛେଚି ଥିଲା ପୁଅ ।

ଏଥିସହ ପଢ଼ନ୍ତୁ: ତୁଟାଇବାକୁ ଯାଇଥିଲେ ଶାଶୁବୋହୂ କଳି; ମାଡ଼ ଖାଇ ଚେତା ହରାଇଲେ ପିଉସୀ, ଚାଲିଗଲା ଜୀବନ

ବାପାଙ୍କୁ ମଧ୍ୟ ପୁଅ ଶିଳପୁଆରେ ଛେଚି ଦେଇଥିଲା । ଉଭୟ ବାପା ମାଆଙ୍କୁ ଛେଚି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ କରତରେ କାଟି ଖଣ୍ଡ ଖଣ୍ଡ କରି ଦେଇଥିଲା । ଏତିକିରେ ଆମ୍ବେଶର ମନ ଭରି ନଥିଲା । ମୃତଦେହକୁ ନେଇ ନଦୀରେ ଫିଙ୍ଗି ଦେଇଥିଲା ।


ନିଜ ଭଉଣୀକୁ ଡାକି ବାପାମାଆ ରାଗରେ କେଉଁଆଡେ ଚାଲି ଯାଇଥିବା କହିଥିଲା । ଆଉ ନିଜେ ଖୋଜିବାକୁ ଚାଲି ଯାଇଥିଲା ବାପାମାଆକୁ । ହେଲେ ଘଟଣାର ୬ ଦିନ ପରେ ସେ ଯେତେବେଳେ ଫେରିଥିଲା, ସେତେବେଳେ ପରିବାର ଲୋକେ ପୋଲିସ ଡକାଇଥିଲେ । ଆଉ ପୋଲିସ ଆଗରେ ସବୁ ସତ ମାନିଥିଲା ଅଭିଯୁକ୍ତ ଆମ୍ବେଶ । ପରେ ପୋଲିସ ଖଣ୍ଡ ଖଣ୍ଡ ମୃତଦେହକୁ ଉଦ୍ଧାର କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime: ସ୍ତ୍ରୀ ପାଇଁ... ବାପାମାଆଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା, ପୁଣି ନଦୀରେ ଫିଙ୍ଗିଦେଲା | Argus News