|
logo
Live
Argus News App
GET APP

Argus News - ଚାଷୀଙ୍କୁ ମିଳିଲା ଆୟକର ନୋଟିସ; ଜିଲ୍ଲାପାଳ ଦେଲେ ଯାଞ୍ଚ ନିର୍ଦ୍ଦେଶ

Crime

Budaun Farmer Tax Fraud / ଚାଷୀଙ୍କୁ ମିଳିଲା ଆୟକର ନୋଟିସ; ଜିଲ୍ଲାପାଳ ଦେଲେ ଯାଞ୍ଚ ନିର୍ଦ୍ଦେଶ

Subhramjit Ray
Browse all articles by Subhramjit Ray
·2 hours ago·3 min read
ଚାଷୀଙ୍କୁ ମିଳିଲା ଆୟକର ନୋଟିସ; ଜିଲ୍ଲାପାଳ ଦେଲେ ଯାଞ୍ଚ ନିର୍ଦ୍ଦେଶ
Budaun Farmer Tax Fraud

Key Points

ଚାଷୀଙ୍କ ପାଖକୁ ୧୫ କୋଟି ଟଙ୍କାର ଆୟକର-ଜିଏସଟି ନୋଟିସ୍ ଆସିବା ପରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 
Farmer Income Tax Notice 15 Crore: ସଦ୍ୟ ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଚାଷୀଙ୍କୁ ମିଳିଛି ପ୍ରାୟ ୧୫ କୋଟି ଟଙ୍କାର ଆୟକର ନୋଟିସ। ଆୟକର ନୋଟିସ୍ ମିଳିବା ପରେ ଚାଷୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଏହି ଘଟଣା ସମ୍ପର୍କରେ ବଦାୟୁଁ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଏହାର ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି। ଚାଷୀଙ୍କ ଠାରୁ ଅଭିଯୋଗ ମିଳିବା ମାତ୍ରେ ଜିଲ୍ଲାପାଳ ଏହି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କେହି ଜଣେ ଚାଷୀଙ୍କ ପ୍ୟାନ୍ କାର୍ଡର ଅପବ୍ୟବହାର କରିଛନ୍ତି।

ଖବର ଅନୁଯାୟୀ ଯେଉଁ ଚାଷୀଙ୍କ ପାଖକୁ ନୋଟିସ ଆସିଛି ତାଙ୍କର ୧୨ ବିଘା (୭.୫ ଏକର) ଜମି ରହିଛି। ଏହି ଜମି ଚାଷ କରି ସେ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଏବେ ତାଙ୍କୁ ଆୟକର ଏବଂ ଜିଏସଟି ବିଭାଗରୁ ମୋଟ ୧୪.୬୬ କୋଟି ଟଙ୍କାରୁ ଅଧିକ ଟଙ୍କାର ଟିକସ ନୋଟିସ ମିଳିଛି। ବଦାୟୁଁ ଜିଲ୍ଲାପାଳ ଅବନିଶ ରାୟ କହିଛନ୍ତି, ପୀଡ଼ିତ ଚାଷୀଙ୍କ ପାଖରୁ ଆନୁଷ୍ଠାନିକ ଆବେଦନ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳ (ଅର୍ଥ) ଏବଂ ଡେପୁଟି କମିଶନର (GST) ସମେତ ଏକ ଦୁଇ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଯିଏ ଏହି ଘଟଣାର ତଦନ୍ତ କରୁଛି।

ଚାଷୀଙ୍କ ନାମରେ ଦିଲ୍ଲୀରେ ଚାଲିଛି ଫାର୍ମ
ଚାଷୀ ଭୋଳା ସିଂହ କହିଛନ୍ତି, ମୁଁ ଏହି ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲା। ସେମାନଙ୍କ ପାଖରୁ ମୋତେ ଖବର ମିଳିଥିଲା ଯେ ଦିଲ୍ଲୀର ନାରାୟଣ ଶିଳ୍ପ କ୍ଷେତ୍ର (ଫେଜ୍-୧) ଠାରେ ତାଙ୍କ ନାମରେ "ରାମ ଷ୍ଟୋର" ନାମକ ଏକ ଫାର୍ମ ଚାଲୁଛି। ଯାହା ଉପରେ ୧.୦୨ କୋଟି ଟଙ୍କାର ଆୟକର ବକେୟା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆୟକର ବିଭାଗ ପରେ ତାଙ୍କୁ ଜିଏସଟି କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ₹୧୩.୬୩ କୋଟି ଟଙ୍କା ଜିଏସଟି କର ଦେବା ପାଇଁ ନୋଟିସ ମିଳିଛି।

"କେବେ ଦିଲ୍ଲୀ ଯାଇନାହାଁନ୍ତି ଚାଷୀ ଭୋଳା ସିଂହ
ବଦାୟୁଁ ଜିଲ୍ଲାର ୱାଜିରଗଞ୍ଜ ଥାନା ଅଞ୍ଚଳର ଖୁରମପୁର ଭାମୌରୀର ବାସିନ୍ଦା ହେଉଛନ୍ତି ଚାଷୀ ଭୋଳା ସିଂହ। ତାଙ୍କ କହିବା କଥା ଯେ ଗତ ୨୯ ତାରିଖରେ ତାଙ୍କୁ ସ୍ଥାନୀୟ ଆୟକର ବିଭାଗ ପକ୍ଷରୁ ₹୧.୦୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଦାବି କରିଛନ୍ତି ଯେ ସେ କେବେ ଦିଲ୍ଲୀ ଯାଇ ନାହାଁନ୍ତି କିମ୍ବା କେବେ କୌଣସି ଫାର୍ମ କିମ୍ବା ବ୍ୟବସାୟ ପ୍ରତିଷ୍ଠା କରି ନାହାଁନ୍ତି।

ଘଚଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବଦାୟୁଁ ଜିଲ୍ଲାପାଳ
ଏହି ମାମଲାକୁ ଗମ୍ଭୀରତାର ସହ ନେଇ ବଦାୟୁଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ହୋଇଥିବା ପ୍ରାଥମିକ ତଦନ୍ତ ସମୟରେ ଜିଏସଟି ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ଯେଉଁ ଫାର୍ମ ବିରୋଧରେ ଟିକସ ଦେୟ ବାକି ଥିଲା, ସେ ଚାଷୀ ଭୋଳା ସିଂହଙ୍କ ଆଧାର ଏବଂ ପ୍ୟାନ୍ ନମ୍ବର ବ୍ୟବହାର କରିଥିଲା। ଅଧିକାରୀ ଏକଥା ମଧ୍ୟ କହିଛନ୍ତି ଯେ ଏହା ସ୍ପଷ୍ଟ ଭାବରେ ଜମାପଡୁଛି ଯେ ଜଣେ କେହି ଅଜଣା ବ୍ୟକ୍ତି ଚାଷୀଙ୍କ ଦସ୍ତାବିଜର ଅପବ୍ୟବହାର କରି ଏକ ନକଲି ଫାର୍ମ ସ୍ଥାପନ କରି କୋଟି କୋଟି ଟଙ୍କାର କାରବାର କରିଥିଲେ।

ଚାଷୀ କହିଛନ୍ତି ଯେ ଅଧିକାରୀ ତାଙ୍କୁ ସାଇବର କ୍ରାଇମ୍ ପୋଲିସ ଷ୍ଟେସନ୍ କିମ୍ବା ନିକଟସ୍ଥ ଥାନାରେ ଏହି ଘଟଣାରେ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ପୀଡିତ ଚାଷୀ ଦାବି କରିଛନ୍ତି ଯେ ଯେତେବେଳେ ସେ ୱାଜିରଗଞ୍ଜ ପୋଲିସ ଷ୍ଟେସନ୍ ଏବଂ ସାଇବର ପୋଲିସ ଷ୍ଟେସନ୍ ସହିତ ଯୋଗାଯୋଗ କରିଥିଲେ, ତାଙ୍କର ଅଭିଯୋଗ ପଞ୍ଜିକୃତ ହୋଇନଥିଲା। ଯାହା ତାଙ୍କ ଅସୁବିଧାକୁ ଆହୁରି ବଢ଼ାଇ ଦେଇଥିଲା।

'ମୁଁ ମୋର ଜମି ବିକ୍ରୟ କଲେ ମଧ୍ୟ ଏତେ ବଡ଼ ପରିମାଣର ଟଙ୍କା ଫେରସ୍ତ କରିପାରିବି ନାହିଁ'
ଚାଷୀ ଏହା ମଧ୍ୟ କହିଛନ୍ତି ଯେ ଯଦିଓ ସେ ତାଙ୍କର ସମସ୍ତ ଜମି ଏବଂ ସମ୍ପତ୍ତି ବିକ୍ରୟ କରିଦେବେ ତାହେଲେ ମଧ୍ୟ ସେ ଏତେ ବଡ଼ ପରିମାଣର ଟଙ୍କା ଫେରସ୍ତ କରିପାରିବେ ନାହିଁ। ସେ ଏହି ମାମଲାର ନିରପେକ୍ଷ ତଦନ୍ତ କରିବା ଏବଂ ଦୋଷୀଙ୍କ ବିରୋଧଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ସେ ତିନିରୁ ଚାରି ଦିନ ମଧ୍ୟରେ ତାଙ୍କୁ ତଦନ୍ତ ରିପୋର୍ଟ ମିଳିବ। ଏହା ପରେ ଠକ ବ୍ୟକ୍ତି କିମ୍ବା ଫାର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କ ଠାରୁ ବକେୟା ଆୟକର ଏବଂ ଜିଏସଟି ଫି ଆଦାୟ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budaun Farmer Tax Fraud: ଚାଷୀଙ୍କୁ ମିଳିଲା ଆୟକର ନୋଟିସ; ଜିଲ୍ଲାପାଳ ଦେଲେ ଯାଞ୍ଚ ନିର୍ଦ୍ଦେଶ | Argus News