Mobile Shop Robbery / ମାସ୍କ ପିନ୍ଧି ଆସିଲେ, ୫୦ ଲକ୍ଷର ମୋବାଇଲ୍ ନେଇ ପଳାଇଲେ ! CCTVରେ ଧରାପଡ଼ିଲା ସବୁ
·1 month ago·2 min read

Key Points
ପୋଲିସକୁ ଖୋଲା ଚ୍ୟାଲେଞ୍ଜ
୭୭ଟି ଦାମୀ ସ୍ମାର୍ଟଫୋନ୍ ନେଇ ଫେରାର ଚୋର
CCTVରେ କଏଦ ହେଲା ୫୦ ଲକ୍ଷର ଲୁଟ୍
୭୭ଟି ଦାମୀ ସ୍ମାର୍ଟଫୋନ୍ ନେଇ ଫେରାର ଚୋର
CCTVରେ କଏଦ ହେଲା ୫୦ ଲକ୍ଷର ଲୁଟ୍
ଗୁଜରାଟର ଭଦୋଦରାରେ ଏମିତି ଏକ ଚୋରୀ ମାମଲା ସାମ୍ନାକୁ ଆସିଛି, ଯାହା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି । ମାତ୍ର ୧୦ରୁ ୧୫ ମିନିଟ୍ ମଧ୍ୟରେ ଏକ ବଡ଼ ମୋବାଇଲ୍ ଶୋ' ରୁମ୍ରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୭୭ଟି ଦାମୀ ସ୍ମାର୍ଟଫୋନ୍ ଲୁଟି ଫେରାର ହୋଇଯାଇଛନ୍ତି ଦୁଇ ମୁଖାପିନ୍ଧା ଚୋର । ସବୁଠାରୁ ବଡ଼ କଥା ହେଉଛି, ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏବେ ପ୍ରଶ୍ନ ଉଠୁଛି—ଏତେ କଡ଼ା ସୁରକ୍ଷା ସତ୍ତ୍ୱେ ଚୋରମାନେ କିପରି
ଏତେ ବଡ଼ ଲୁଟ୍କୁ ଏତେ କମ୍ ସମୟରେ ସଫଳ କରିପାରିଲେ ?
ଗୁଜରାଟର ଭଦୋଦରା ସହରରେ ଚୋରମାନେ ପୋଲିସ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ବଡ଼ ଲୁଟ୍ କରିଛନ୍ତି । ଆଜୱା ରୋଡ୍ରେ ଥିବା ଏକ ନାମୀ ମୋବାଇଲ୍ ଶୋ ରୁମ୍କୁ ଟାର୍ଗେଟ୍ କରି ଦୁଇ ଜଣ ଦୁର୍ବୃତ୍ତ ମାତ୍ର ୧୦ରୁ ୧୫ ମିନିଟ୍ ମଧ୍ୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଦାମୀ ସ୍ମାର୍ଟଫୋନ୍ ଚୋରି କରି ଫେରାର ହୋଇଯାଇଛନ୍ତି । ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବାବେଳେ, ପୋଲିସ ଏହାକୁ ଆଧାର କରି ତଦନ୍ତ ଜୋରଦାର କରିଛି ।
ଏହି ଚୋରି ଘଟଣା ଆଜୱା ରୋଡ୍ସ୍ଥିତ ଶ୍ରୀ ହରି ଟାଉନସିପ୍ର ‘ଫୋନ୍ ବୁକ୍’ ମୋବାଇଲ୍ ଶୋରୁମ୍ରେ ଘଟିଛି । ବିଳମ୍ବିତ ରାତିରେ ଦୁଇ ଜଣ ମୁଖାପିନ୍ଧା ଚୋର ଏକ ବାଇକ୍ରେ ଆସିଥିଲେ । ପରିଚୟ ଲୁଚାଇବା ପାଇଁ ସେମାନେ କଳା ପୋଷାକ ଓ ମାସ୍କ ପିନ୍ଧିଥିଲେ । ଚତୁରତାର ସହ ସେମାନେ ଶୋରୁମ୍ର ସଟରକୁ ଅଧା ଉଠାଇ ଭିତରକୁ ପ୍ରବେଶ କରିଥିଲେ ।
ଭିତରକୁ ପଶିବା ପରେ ମାତ୍ର ୧୦ରୁ ୧୫ ମିନିଟ୍ ମଧ୍ୟରେ ସେମାନେ ସମ୍ପୂର୍ଣ୍ଣ ଶୋରୁମ୍କୁ ଛାନ୍ଭିନ୍ କରିଥିଲେ। ଡିସପ୍ଲେ ଓ ଷ୍ଟକ୍ ରୁମ୍ରୁ ଆଇଫୋନ୍, ସାମସଙ୍ଗ ଓ ଭିଭୋ ଭଳି ନାମୀ କମ୍ପାନିର ପ୍ରାୟ ୭୭ଟି ଦାମୀ ମୋବାଇଲ୍ ଫୋନ୍ ନେଇ ଚମ୍ପଟ ମାରିଥିଲେ । ଏଥିସହ କାଉଣ୍ଟରରେ ଥିବା ୧୫ ହଜାର ଟଙ୍କା ନଗଦ ମଧ୍ୟ ନେଇଯାଇଥିଲେ । ଚୋରି ହୋଇଥିବା ମୋବାଇଲ୍ଗୁଡ଼ିକର ମୋଟ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶନିବାର ସକାଳେ ଶୋରୁମ୍ ମାଲିକ ଧର୍ମେନ୍ଦ୍ର ତ୍ରିଲୋକାଣୀ ପ୍ରତିଦିନ ପରି ଦୋକାନ ଖୋଲିବାକୁ ଆସିଥିଲେ । ସଟର ଉଠାଇବା ପରେ ଭିତରର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଦୋକାନ ଭିତରେ ସାମଗ୍ରୀ ଏଣେତେଣେ ପଡ଼ିଥିବା ବେଳେ ସମସ୍ତ ଦାମୀ ମୋବାଇଲ୍ ଗାଏବ ଥିଲା । ଏହାପରେ ସେ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।
ଖବର ପାଇ ବାପୋଦ ପୋଲିସ ଥାନାର ଟିମ୍ ଏବଂ ଫରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ଫିଙ୍ଗରପ୍ରିଣ୍ଟ ସହ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ସଂଗ୍ରହ କରାଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ, ଟେକ୍ନିକାଲ୍ ସର୍ଭିଲାନ୍ସ ଏବଂ ହ୍ୟୁମାନ୍ ଇଣ୍ଟେଲିଜେନ୍ସର ସହାୟତାରେ ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।
ଖବର ପାଇ ବାପୋଦ ପୋଲିସ ଥାନାର ଟିମ୍ ଏବଂ ଫରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ଫିଙ୍ଗରପ୍ରିଣ୍ଟ ସହ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ସଂଗ୍ରହ କରାଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ, ଟେକ୍ନିକାଲ୍ ସର୍ଭିଲାନ୍ସ ଏବଂ ହ୍ୟୁମାନ୍ ଇଣ୍ଟେଲିଜେନ୍ସର ସହାୟତାରେ ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।
Related Topics
Explore more stories