Videos
|
Crime

Swae Lee Beer Bottle Incident / ସ୍ୱେ ଲି ଙ୍କ ଉପରକୁ ଫିଙ୍ଗିଲେ ବିୟର ବୋତଲ! ଅଧାରୁ ଲାଇଭ୍ ଶୋ’ ବନ୍ଦ କଲେ ଆମେରିକୀୟ ରାପର୍

Subhramjit Ray
Browse all articles by Subhramjit Ray
·34 mins ago·3 min read
ସ୍ୱେ ଲି ଙ୍କ ଉପରକୁ ଫିଙ୍ଗିଲେ ବିୟର ବୋତଲ! ଅଧାରୁ ଲାଇଭ୍ ଶୋ’ ବନ୍ଦ କଲେ ଆମେରିକୀୟ ରାପର୍
Photo Source: Social Media/AI

Key Points

ମେଘାଳୟର ଚେରି ବ୍ଲୋସମ୍ ଫେଷ୍ଟିଭାଲରେ ଆମେରିକୀୟ ରାପର୍ ସ୍ୱେ ଲିଙ୍କ ଉପରକୁ ଜଣେ ଦର୍ଶକ ବିୟର ବୋତଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏଥିରେ ରାଗିଯାଇ ସ୍ୱେ ଲି ତାଙ୍କ ଲାଇଭ୍ ପ୍ରଦର୍ଶନ ଅଧାରୁ ବନ୍ଦ କରିଦେଇଥିଲେ। ପରେ ସୁରକ୍ଷାକର୍ମୀଙ୍କୁ ଅଭିଯୁକ୍ତ ଦର୍ଶକଙ୍କୁ କାର୍ଯ୍ୟକ୍ରମସ୍ଥଳରୁ ବାହାର କରିବାକୁ କହିଥିଲେ। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ କଳାକାରଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ବଢ଼ିଛି।

ମେଘାଳୟର ପ୍ରସିଦ୍ଧ ଚେରି ବ୍ଲୋସମ୍ ଫେଷ୍ଟିଭାଲ୍ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ। ରାଜଧାନୀ ଶିଲଂ ଠାରେ ଆୟୋଜିତ ହୋଇଥିବା ଏହି ଫେଷ୍ଟିଭାଲ୍ ଚାଲିଥିବା ସମୟରେ ଜଣେ ଦର୍ଶକ ଆମେରିକୀୟ ରାପର୍ ସ୍ୱେ ଲି ଙ୍କ ଉପରେ ବିୟର ବୋତଲ ଫିଙ୍ଗିଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରାପର ସ୍ୱେ ଲି ତାତି ଉଠିଥିବା ବେଳେ, ସେ ଅଧାରୁ ତାଙ୍କର ଲାଇଭ୍ ପ୍ରଦର୍ଶନ ବନ୍ଦ କରି ଦେଇଥିଲେ। ଆମେରିକୀୟ ରାପର ଜଣଙ୍କ ପରିସ୍ଥିତିକୁ ଶାନ୍ତ କରିବା ପାଇଁ, ଏହି କାର୍ଯ୍ୟକ୍ରମରେ ବିୟର ଫିଙ୍ଗିଥିବା ବ୍ୟକ୍ତିଙ୍କୁ ବାହାର କରିବାକୁ ସୁରକ୍ଷା କର୍ମୀଙ୍କୁ କହିଥିଲେ।
  
ବିୟର ବୋତଲ ଫିଙ୍ଗିବାକୁ ନେଇ ତାତି ଉଠିଲେ ଆମେରିକୀୟ ରାପର୍‌
ରାଜଧାନୀ ଶିଲଂ ଠାରେ ଆୟୋଜିତ ହୋଇଥିବା ହୋଇଥିବା ଏହି କାର୍ଯ୍ୟକ୍ରମରେ ବିୟର ବୋତଲ ଫିଙ୍ଗାଯିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ରାପର ସ୍ୱେ ଲି ଙ୍କ ଉପରେ ବିୟର ବୋତଲ ଫିଙ୍ଗୁଥିବାର ଦେଖିବାକୁ ମିଳୁଛି। ଖବର ଅନୁଯାୟୀ ଗତ ଶନିବାର (୨୧ ନଭେମ୍ବର) ରାତିରେ ମେଘାଳୟର ବୋଇରିମ୍ବୋଙ୍ଗ ସ୍ଥିତ ମଦନ କୁରକଲାଙ୍ଗ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ଚେରି ବ୍ଲୋସମ୍ ଫେଷ୍ଟିଭାଲ ସମୟରେ ୩୩ ବର୍ଷୀୟ ଆମେରିକୀୟ ରାପର୍ ଜଣଙ୍କ ପ୍ରଦର୍ଶନ କରୁଥିଲେ। ତାଙ୍କ ପ୍ରଦର୍ଶନ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ହେଲେ ପ୍ରଦର୍ଶନ ଚାଲିଥିବା ସମୟରେ ଜଣେ ଦର୍ଶକ ତାଙ୍କ ଉପରେ ବିୟର ବୋତଲ ଫିଙ୍ଗିଥିବାର ଅଭିଯୋଗ ହୋଇଛି। ବିୟର ବୋତଲ ସିଧାସଳଖ ତାଙ୍କ ମୁହଁ ଆଡ଼କୁ ଆସିଥିଲା। ଯାହା ତାଙ୍କୁ ପ୍ରଦର୍ଶନ କରିବା ସମୟରେ କ୍ରୋଧିତ କରିଥିଲା।

ଏହା ସହ ପଢନ୍ତୁ: ଡିଜେ ପାର୍ଟିରେ ନାଚିବା ନିଶା ସେବନ ନୁହେଁ, କେରଳ ପୋଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା

ଅଧାରୁ ବନ୍ଦ ହେଲା ସଙ୍ଗୀତ ପ୍ରଦର୍ଶନ; ଦର୍ଶକଙ୍କ ଉପରେ ତାତି ଉଠିଲେ ସ୍ୱେ ଲି
କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଏହି ଘଟଣା ସେତେବେଳେ ଘଟିଥିଲା ​​ଯେତେବେଳେ ସ୍ୱେ ଲି ତାଙ୍କର ପରବର୍ତ୍ତୀ ଗୀତ ଗାଇବା ଆରମ୍ଭ କରିବାକୁ ଯାଉଥିଲେ। ହେଲେ ସେ ହଠାତ୍ ତାଙ୍କର ସଙ୍ଗୀତ ବନ୍ଦ କରିଦେଲେ ଏବଂ ରାଗି ଯାଇ ଦର୍ଶକଙ୍କୁ ପଚାରିଲେ ଯେ ତାଙ୍କ ଉପରେ କିଏ ଏହି ବିୟର ବୋତଲ ଫିଙ୍ଗିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ରାପର ଜଣଙ୍କ ଲୋକଙ୍କ ଉପରେ ତାତି ଉଠୁଥିବାର ଦେଖିବାକୁ ମିଳୁଛି। ସେ ମଞ୍ଚ ଉପରୁ ଲୋକଙ୍କ ପାଖକୁ ଆସି ତାଙ୍କ ଉପରେ କିଏ ବିୟର ବୋତଲ ଫିଙ୍ଗିଛି ସେକଥା ବାରମ୍ବାର ପଚାରୁଥିଲେ। ଖବର ଅନୁସାରେ ଯେତେବେଳେ ବିୟର ବୋତଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା, ସେତେବେଳେ ସ୍ୱେ ଲି ତୁରନ୍ତ ତାଙ୍କ ସୁରକ୍ଷା କର୍ମୀଙ୍କୁ ସେହି ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମରୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆୟୋଜକ ଏବଂ ସୁରକ୍ଷା କର୍ମୀ ସେହି ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମସ୍ଥଳରୁ ହଟାଇ ଦେଇଥିବା ଜଣାପଡ଼ିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ରାପରଙ୍କ କ୍ରୋଧ
ଏହି ଘଟଣାର ଅନେକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁତିରେ ସ୍ୱେ ଲି ତାଙ୍କ ପ୍ରଦର୍ଶନକୁ ଅଧାରୁ ବନ୍ଦ କରି ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଉଥିବାର ଦେଖାଯାଉଛି। କାର୍ଯ୍ୟକ୍ରମ ଚାଲିଥିବା ଜଣେ ଅନ୍ତର୍ଜାତୀୟ କଳାକାରଙ୍କ ପ୍ରତି ଏଭଳି ଆଚରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଚେରି ବ୍ଲୋସମ୍ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ସ୍ୱେ ଲି ଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସକ ଉତ୍ସାହିତ ହୋଇ ଉଠିଥିଲେ। ଲୋକମାନେ ତାଙ୍କ ଗୀତରେ ଝୁମି ଉଠିଥିଲେ। ହେଲେ ବିୟର ବୋତଲ ଫିଙ୍ଗାଯିବା ଘଟଣା ମାହୋଲକୁ ବଦଳାଇ ଦେଇଥିଲା। ଏହି ଘଟଣା ପରେ, ସୋସିଆଲ ମିଡିଆରେ ଦର୍ଶକଙ୍କ ଆଚରଣ ଏବଂ ଲାଇଭ୍ ଇଭେଣ୍ଟ ସମୟରେ କଳାକାରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଅନେକ ରାପରଙ୍କ ସମର୍ଥନରେ ବାହାରି କହିଛନ୍ତି ଯେ ଏପରି ଆଚରଣ କୌଣସି କଳାକାରକ ଦ୍ୱାରା ସହ୍ୟ କରାଯିବା ଉଚିତ୍ ନୁହେଁ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: