Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କିଏ ଏହି ଶିବମ୍‌ ମିଶ୍ରା ? ଯିଏ ସାଧାରଣ ଲୋକଙ୍କୁ ପୋକ ମାଛି ପରି ମାରିଦେଲା...

Crime

Shivam Mishra / କିଏ ଏହି ଶିବମ୍‌ ମିଶ୍ରା ? ଯିଏ ସାଧାରଣ ଲୋକଙ୍କୁ ପୋକ ମାଛି ପରି ମାରିଦେଲା...

Banajyotshna Ray
Browse all articles by Banajyotshna Ray
·2 months ago·2 min read
କିଏ ଏହି ଶିବମ୍‌ ମିଶ୍ରା ? ଯିଏ ସାଧାରଣ ଲୋକଙ୍କୁ ପୋକ ମାଛି ପରି ମାରିଦେଲା...
Shivam Mishra

Key Points

ଧନୀ ବାପାର ପୁଅ ଛଅ ଜଣଙ୍କୁ ମାରିଦେଲା
ଚର୍ଚ୍ଚାରେ କିଏ ଏହି ଶିବମ୍ ମିଶ୍ରା
ଜାଣିଶୁଣି ୬ ଜଣଙ୍କ ଉପରେ ଗାଡ଼ି ଚଢ଼େଇ ମାରିଦେଲେ। ରାସ୍ତାରେ ଯିଏ ଆସିଲା ତାକୁ ମାରିଲେ। ଏମିତି ବଡ଼ ଅପରାଧ କରିଛନ୍ତି ଶିବମ୍‌ ମିଶ୍ରା। ଯିଏକି ଜଣେ ଧନୀ ବାପାର ଉତୁପାତିଆ ପୁଅ। ଯେଉଁ ଖବର ପରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, କିଏ ଏହି ଶିବମ୍‌ ମିଶ୍ରା ? କଣ କରନ୍ତି ତାଙ୍କ ବାପା ? ନଜର ପକାନ୍ତୁ ପୁରା ଘଟଣା ଉପରେ।ଉତ୍ତର ପ୍ରଦେଶର କାନପୁରରେ ଧନୀ ବାପାର ଉତୁପାତିଆ ପୁଅର ଆତଙ୍କରାଜ । ଟଙ୍କା ଗାଦିରେ ବସୁଥିବା ଅହଂକାରୀ ପୁଅ ନିଜ ଗାଡ଼ି ଛଅ ଜଣଙ୍କ ଉପରେ ଚଢ଼ାଇଦେଲା । ଆଉ ଘଟଣାସ୍ଥଳରେ ହିଁ ସେମାନଙ୍କର ଜୀବନ ଚାଲିଯାଇଛି। ସାଧାରଣ ଲୋକ ବୋଲି କଣ ପୋକ ମାଛି ପରି ତାଙ୍କୁ ମାରିଦେବେ। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବି ହେଉଛି।

ଏହି ଧନୀ ବ୍ୟକ୍ତି ଆଉ କେହି ନୁହନ୍ତି ବରଂ ତମାଖୁ ବ୍ୟବସାୟୀ କେକେ ମିଶ୍ରାଙ୍କ ପୁଅ। ତମାଖୁ ବ୍ୟବସାୟୀ କେ.କେ. ମିଶ୍ରାଙ୍କ ଦିଲ୍ଲୀର ବସନ୍ତ ବିହାରରେ ଏକ ଘର ମଧ୍ୟ ଅଛି । ପୋଲିସ ଅନେକ ବିଳାସପୂର୍ଣ୍ଣ ଗାଡ଼ି ଜବତ କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶିବମଙ୍କ ସମସ୍ତ ବିଳାସପୂର୍ଣ୍ଣ ଗାଡ଼ିର ନମ୍ବର ପ୍ଲେଟରେ "୪୦୧୮" ଲେଖାଯାଇଛି । ଜବତ ଗାଡ଼ିଗୁଡ଼ିକର ମୂଲ୍ୟ ୫୦ କୋଟି ବୋଲି ଆକଳନ କରାଯାଇଛି, ଯେଉଁଥିରେ ଏକ ରୋଲ୍ସ-ରଏସ୍ ଫ୍ୟାଣ୍ଟମ୍, ଏକ ମ୍ୟାକଲାରେନ୍, ଏକ ପୋର୍ସେ ଏବଂ ଏକ ଲାମ୍ବୋର୍ଗିନି ରେଭ୍ୟୁଏଲ୍ଟୋ ରହିଛି ।

ରବିବାର ବ୍ୟବସାୟୀଙ୍କ ପୁଅ ଶିବମ୍ ମିଶ୍ରା ତାଙ୍କର ହାଇ-ସ୍ପିଡ୍ ଲାମ୍ବୋର୍ଗିନି ସହିତ ଭିଆଇପି ରୋଡରେ ଆତଙ୍କ ଖେଳାଇଥିଲା । ସହରର ଜଣାଶୁଣା ତମାଖୁ ବ୍ୟବସାୟୀ କେକେ ମିଶ୍ରାଙ୍କ ପୁଅ ଶିବମ ମିଶ୍ରା ନିଜ ଅହଂକାରରେ ତାଙ୍କ ରାସ୍ତାରେ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ । ବର୍ତ୍ତମାନ ଅଭିଯୁକ୍ତ ଶିବମ ମିଶ୍ରା ପୋଲିସ ହେପାଜତରେ ଅଛନ୍ତି । ତାଙ୍କ ଲାମ୍ବୋର୍ଗିନିକୁ ମଧ୍ୟ ସିଜ୍ କରାଯାଇଛି । ଶିବମ ମିଶ୍ରା ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚନ୍ତି । ତାଙ୍କର ୫୦ କୋଟି ଟଙ୍କାର କାର ଅଛି ଏବଂ ସେ ହାତରେ ଏକ ହୀରା ଘଣ୍ଟା ପିନ୍ଧନ୍ତି ।

ରିପୋର୍ଟରେ ଦାବି କରାଯାଇଛି ଯେ, କମ୍ପାନି ବାର୍ଷିକ ୨୦-୨୫ କୋଟି ରାଜସ୍ୱ ଉଲ୍ଲେଖ କରିଥିଲା । କିନ୍ତୁ ଏହାର ପ୍ରକୃତ କାରବାର ୧୦୦-୧୫୦ କୋଟି ମଧ୍ୟରେ ଆକଳନ କରାଯାଇଥିଲା । ଅଧିକାରୀମାନେ କମ୍ପାନୀର ଘୋଷିତ ଆୟ ଏବଂ ପ୍ରକୃତ କାରବାର ଭିନ୍ନ ଥିବା ଅଭିଯୋଗ କରିଥିଲେ । ଦୁଇ ବର୍ଷ ପୂର୍ବେ ୨୦୨୪ ମସିହାରେ, କେକେ ମିଶ୍ରଙ୍କ କମ୍ପାନି ବଂଶୀଧର ଟବାକୋ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା । ଏହି ଚଢାଉ ଅନେକ ରାଜ୍ୟରେ ବ୍ୟାପିଥିଲା, ଯେଉଁଥିରେ ଶିବମଙ୍କ ବାପାଙ୍କ କମ୍ପାନି ଜଡିତ ଥିଲା । ଆୟକର ବିଭାଗ କାନପୁର, ଦିଲ୍ଲୀ, ମୁମ୍ବାଇ ଏବଂ ଗୁଜରାଟର ୨୦ଟି ସ୍ଥାନରେ ତଲାସ କରିଥିଲା ।

ଅଧିକ ପଢ଼ନ୍ତୁ ଅପରାଧ ଖବର: ପିଲାଙ୍କୁ ଧରି ଶୋଇଥିଲେ ପରିବାର; ବ୍ରିଜ୍‌ ଉପରୁ କାର୍ ଖସି ବସ୍ତି ଉପରେ ପଡ଼ିଲା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shivam Mishra | Who Is Shivam Mishra? The Man Who Killed Innocent People | Argus News | Argus News