Accident News / ପିଲାଙ୍କୁ ଧରି ଶୋଇଥିଲେ ପରିବାର; ବ୍ରିଜ୍ ଉପରୁ କାର୍ ଖସି ବସ୍ତି ଉପରେ ପଡ଼ିଲା
·1 month ago·2 min read

Key Points
ଓଭର ବ୍ରିଜ୍ର ବ୍ୟାରିକେଡ୍ ଭାଙ୍ଗି ବସ୍ତି ଉପରକୁ ଖସି ପଡ଼ିଲା କାର୍ । ରାଜଧାନୀ ଭୁବନେଶ୍ଵରର ଶିଶୁ ଭବନ ଛକରେ ସୋମବାର ସକାଳେ ବଡ଼ ଧରଣର ଦୁର୍ଘଟଣା ଘଟିଛି ।
ଭୁବନେଶ୍ଵର: ସୋମବାର ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଓଭର ବ୍ରିଜ୍ର ବ୍ୟାରିକେଡ୍ ଭାଙ୍ଗି ବସ୍ତି ଉପରକୁ ଖସି ପଡ଼ିଲା କାର୍ । ରାଜଧାନୀ ଭୁବନେଶ୍ଵରର ଶିଶୁ ଭବନ ଛକରେ ସୋମବାର ସକାଳେ ବଡ଼ ଧରଣର ଦୁର୍ଘଟଣା ଘଟିଛି ।
ଶିଶୁଭବନ ଛକ ପଟୁ ଏକ ଧଳାରଙ୍ଗର କାର୍ ମାଉସୀମା ଛକ ଆଡ଼କୁ ଯାଉଥିବା ବେଳେ ଓଭର୍ ବ୍ରିଜ୍ ବ୍ୟାରିକେଡ୍ ଭାଙ୍ଗ କେଦାରପଲ୍ଲୀ ବସ୍ତି ଉପରେ ଖସି ପଡ଼ିଛି । କାର୍ ଖସିବା ସମୟରେ ପରିବାର ପିଲାଙ୍କ ସହ ଶୋଇଥିଲେ । ନିକଟରେ ଥିବା ମନ୍ଦିରର ପୂଜାରୀ ମଧ୍ୟ ସେଠାରେ ଶୋଇଥିଲେ ।
ଏଥିସହ ପଢ଼ନ୍ତୁ: ଦିନକରେ ଦୁର୍ଘଟଣାରେ ଗଲା ୮ ଜଣଙ୍କ ଜୀବନ; ବଲାଙ୍ଗିରରେ ଦମ୍ପତିଙ୍କ ସହ ୪ ମୃତ
ଶବ୍ଦ ଶୁଣି ସମସ୍ତେ ହଠାତ ଜୀବନ ବିକଳରେ ଦୌଡ଼ିଥିଲେ । ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି । କାର୍ଟି ବ୍ରିଜ୍ ଉପରୁ ପ୍ରାୟ ୧ ଫୁଟ୍ ତଳକୁ ଖସି ପଡ଼ିଛି ।
ବ୍ରିଜ୍ର ବ୍ୟାରିକେଡ୍ ଭାଙ୍ଗି କାର୍ ଖସି ଗଛରେ ପିଟି ହୋଇ ମନ୍ଦିର ଓ ଘର ଉପରକୁ ଖସି ପଡ଼ିଛି । ନିଶାସକ୍ତ ଡ୍ରାଇଭରକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ବସ୍ତିବାସିନ୍ଦା । ମନ୍ଦିର ଯୋଗୁ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମନ୍ଦିର ସହ ଘର କ୍ଷତିଗ୍ରସ୍ତ ହୋଇଛି ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ଗାଇଡ୍ଲାଇନ୍ର ଖୋଲା ଉଲ୍ଲଂଘନ; ବାଲି ପାଇଁ ଭୁଶୁଡ଼ିଯିବ ବ୍ରିଜ୍ !
ଶିଶୁଭବନରୁ ମାଉସୀମାକୁ ସଂଯୋଗ କରୁଥିବା ଓଭର ବ୍ରିଜ୍ଟି ଅଣଓସରିଆ ଅଟେ । ଦୁଇ ଲେନ୍ର ଓଭର ବ୍ରିଜ୍ ମଝିରେ ସିମେଣ୍ଟ କଂକ୍ରିଟ୍ ରଖି ଉକ୍ତ ରାସ୍ତାକୁ ଆହୁରି ସଂକୀର୍ଣ୍ଣ କରାଯାଇଛି । ଅଣଓସାରିଆ ସଂକୀର୍ଣ୍ଣ ରାସ୍ତାରେ ନିଶାସକ୍ତ କାର୍ ଡ୍ରାଇଭର୍ ବ୍ୟାରିକେଡ୍ ଭାଙ୍ଗି ତଳକୁ ଖସିଛି ।
ତେବେ ଶିଶୁଭବନ ଓଭରବ୍ରିଜ୍ ଉପରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ପୂର୍ବରୁ ବ୍ରିଜ୍ ଉପରେ ଏଭଳି ଏକାଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଶିଶୁଭବନ ବ୍ରିଜ୍ ଉପରେ ପ୍ରାୟ ଟ୍ରାଫିକ୍ ଜାମ୍ ରହୁଥିବା ବେଳେ ଏବେ ଦୁର୍ଘଟଣା ଘଟି କାର୍ ତଳକୁ ଖସିବା କେଦାରପଲ୍ଲୀ ବସ୍ତିବାସିନ୍ଦାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories