Videos
|
Crime

Shocking Incident / ସୀମା ଟପିଲା ଅସହ୍ୟ ନିର୍ଯାତନା: ଶୋଇଥିବା ଅବସ୍ଥାରେ ସ୍ୱାମୀର ତଣ୍ଟି ଚିପି ମାରିଦେଲା ସ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·50 mins ago·2 min read
ସୀମା ଟପିଲା ଅସହ୍ୟ ନିର୍ଯାତନା: ଶୋଇଥିବା ଅବସ୍ଥାରେ ସ୍ୱାମୀର ତଣ୍ଟି ଚିପି ମାରିଦେଲା ସ୍ତ୍ରୀ
Shocking Incident

Key Points

ସୀମା ଟପିଲା ଅସହ୍ୟ ନିର୍ଯାତନା
ରକ୍ତ ଚାଉଳ ଚୋବାଉ ଚୋବାଉ ଶେଷରେ ରକ୍ତମୁଖା ପାଲଟିଗଲା ସ୍ତ୍ରୀ
ଶୋଇଥିବା ଅବସ୍ଥାରେ ମଦ୍ୟପ ସ୍ୱାମୀର ତଣ୍ଟି ଉପରେ ଚଢ଼ିଗଲା ସ୍ତ୍ରୀ
ପୁଅ-ଝିଅଙ୍କ ସହ ମିଶି ନୃଶଂସ ଭାବେ ରଚିଲା ହତ୍ୟାକାଣ୍ଡ
ଅସହ୍ୟ ନିର୍ଯାତନାର ପରିଣାମ ହେଲା ଭୟାନକ। ଶୋଇଥିବା ଅବସ୍ଥାରେ ସ୍ୱାମୀର ତଣ୍ଟି ଚିପି ଶେଷ କରିଦେଲା ସ୍ତ୍ରୀ। ଏହି ପାଶବିକ କାଣ୍ଡରେ ମା’କୁ ପୂର୍ଣ୍ଣ ସହଯୋଗ କଲେ ନିଜର ଦୁଇ ସନ୍ତାନ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗ୍ରାମରୁ ଆସିଛି ଏହି କଲିଜା ଥରାଇ ଦେଲା ଭଳି ଖବର।''ସତେ ଯେମିତି ନିର୍ଯାତନାର ଶେଷ ସୀମାରେ ପହଞ୍ଚିଯାଇଥିଲା ପୁରା ପରିବାର! କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣାର ନିରଞ୍ଜନ ସାହୁ। ପେଶାରେ ଡ୍ରାଇଭର। ନିରଞ୍ଜନଙ୍କ ପାଇଁ ମଦ ହିଁ ସାଜିଥିଲା କାଳ। ଚାକିରି ହରାଇବା ପରେ ପ୍ରତିଦିନ ନିଶାରେ ଚୁର୍ ହୋଇ ଘରକୁ ଫେରିବା ଏବଂ ସ୍ତ୍ରୀ ଓ ପିଲାଙ୍କ ଉପରେ ପାଶବିକ ଅତ୍ୟାଚାର ଚଲାଇବା ତାଙ୍କର ପ୍ରତିଦିନର କାମ ଥିଲା।

ସ୍ତ୍ରୀ ମନୋରମା ହୋଟେଲରେ ବାସନ ମାଜି ସାନ ଝିଅକୁ କଲେଜରେ ପଢ଼ାଉଥିଲେ ଏବଂ ପୁଅ ପାଠ ଛାଡ଼ି କାମ ଧନ୍ଦା କରୁଥିଲା। ପୂର୍ବରୁ ସ୍ତ୍ରୀଙ୍କୁ ପିଟି ୩ ମାସ ଜେଲ୍ ଭୋଗିବା ପରେ ବି ସୁଧୁରିନଥିଲେ ନିରଞ୍ଜନ। ଜେଲରୁ ଫେରି ଆହୁରି ହିଂସ୍ର ହୋଇ ନିଜ କୋମଳମତି ଝିଅକୁ ବି ଦୁର୍ବ୍ୟବହାର କରିବାକୁ ପଛାଇନଥିଲେ। ନିର୍ଯାତନା ସହିନପାରି ବଡ଼ ଝିଅ ଘର ଛାଡ଼ି ପଳାଇବା ପରେ ଶେଷରେ ଘର ଭିତରେ ରଚାଯାଇଥିଲା ଏକ ଭୟାନକ ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍! ଗତକାଲି ରାତିରେ ମଧ୍ୟ ମଦ ପିଇ ଆସି ପରିବାର ଲୋକଙ୍କୁ ମାଡ଼ ମାରି ଶୋଇପଡ଼ିଥିଲେ ନିରଞ୍ଜନ। ଵାସ୍ ସେତିକିରେ ଶେଷ ହୋଇଥିଲା ସବୁ ଧୈର୍ଯ୍ୟ। ନିରଞ୍ଜନ ଗଭୀର ନିଦରେ ଶୋଇବା କ୍ଷଣି, ସ୍ୱାମୀଙ୍କ ତଣ୍ଟି ଉପରେ ଚଢ଼ିଯାଇଥିଲା ସ୍ତ୍ରୀ ମନୋରମା।''

ଏଥିସହ ପଢ଼ନ୍ତୁ: ଏଟିଏମ ମେସିନ୍ ତାଡି ଲୁଟିନେଲେ ଟଙ୍କା; ଚୋରଙ୍କୁ ରହିଲାନି ସିସିଟିଭି ଭୟ

ପୁଅ ଓ ସାନ ଝିଅଙ୍କ ସହଯୋଗରେ ଛଟପଟ କରି ତଣ୍ଟି ଚିପି ଶେଷ କରିଦେଇଥିଲେ ସ୍ୱାମୀଙ୍କ ଶ୍ୱାସକ୍ରିୟା। ଏହାପରେ ମୃତଦେହକୁ ଘର ଆଗରେ ଫୋପାଡ଼ି ଦେଇ ନିରବ ହୋଇଯାଇଥିଲା। ସକାଳୁ ଘଟଣା ପ୍ରଘଟ ହେବା ପରେ ଆଳି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସାମ୍ନାକୁ ଆଣିଥିଲା ଏହି କଲିଜା ଥରାଇଦେଲା ଭଳି ସତ। ଅପରପକ୍ଷରେ, ଅତ୍ୟାଚାର ଯାହା ବି ଥାଉ, ଏଭଳି ଜଘନ୍ୟ ହତ୍ୟାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ମୃତ ନିରଞ୍ଜନଙ୍କ ବାପା ଓ ବଡ଼ ଭାଇ।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହତ୍ୟାକାଣ୍ଡ ପଛର ସମସ୍ତ ଗୁମର ଖୋଲିବା ପରେ ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀ ମନୋରମା, ପୁଅ ଓ ସାନ ଝିଅଙ୍କୁ ଅଟକ ରଖିଛି ପୋଲିସ୍ ।ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ରଚାଯାଇଥିବା ଏହି ରକ୍ତାକ୍ତ ଷଡ଼ଯନ୍ତ୍ର ଆଜି ସମଗ୍ର ଅଞ୍ଚଳରେ ଶିହରଣ ସୃଷ୍ଟି କରିଛି। କାରଣ ଅତ୍ୟାଚାରୀର ସଂହାର ନାମରେ ନିଜେ ଆଇନକୁ ହାତକୁ ନେଇ ଆଜି ହତ୍ୟାକାରୀ ପାଲଟି ଯାଇଛନ୍ତି ପୁରା ପରିବାର।''

ଅଧିକ ପଢ଼ନ୍ତୁ ଅପରାଧ ଖବର:

Related Topics

Explore more stories