Suspicious Death / ଭୁବନେଶ୍ୱର ଭଡା ଘରୁ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

Key Points
ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ
କବାଟ ଭାଙ୍ଗି ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ
ଭୁବନେଶ୍ଵରରେ ମିଳିଲା ଯୁବତୀଙ୍କ ମୃତଦେହ । ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ । କବାଟ ଭାଙ୍ଗି ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଯୁବତୀଙ୍କ ନାଁ ମନୀଷା ବୋଲି ଜଣାପଡିଛି । କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ପରିବାର ଲୋକ ପହଞ୍ଚିବା ପରେ ବ୍ୟବଚ୍ଛେଦ ଆରମ୍ଭ କରାଯିବ । ମୃତ୍ୟର କାରଣ ଏଯାଏ ଅସ୍ପଷ୍ଟ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ତେବେ ମନୀଷା ଏପରି ଚରମ ନିଷ୍ପତ୍ତି କଣ ପାଇଁ ନେଲେ... ? ତାଙ୍କ ଆତ୍ମହତ୍ୟା ପଛରେ କଣ ରହସ୍ୟ ଲୁଚି ରହିଛି... ? ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଭଡ଼ା ଘରକୁ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ମନୀଷା ମୋବାଇଲ ଜବତ କରାଯାଇ କଲ ରେକର୍ଡ ଯାଞ୍ଚ ହୋଇପାରେ ।
ମନୀଷା ଖୁବ୍ ଭଲ ପାଠ ପଢ଼ୁଥିଲେ । ସେ ଏମ୍ବିଏ କରିଛନ୍ତି । ବିଭିନ୍ନ ଘରୋଇ କମ୍ପାନୀରେ ମାନବ ସମ୍ବଳ ବିଭାଗରେ କାମ ମଧ୍ୟ କରୁଥିଲେ । କିଛି ଦିନ ତଳେ ସେ ନିଜ ଚାକିରି ଛାଡ଼ିଥିଲେ । ଏହାପରେ ନିଜର ଏକ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯୋଜନା କରୁଥିଲେ । କିନ୍ତୁ ଏସବୁ ଭିତରେ ଘଟିଥିଲା ଏତେ ବଡ଼ ଅଘଟଣ ।
ଏଥିସହ ପଢ଼ନ୍ତୁ : ସୌମ୍ୟ ହତ୍ୟା ମାମଲା: ଦିନକୁ ଦିନ ବଢ଼ୁଛି ଗିରଫ ସଂଖ୍ୟା
ମଙ୍ଗଳବାର ସକାଳୁ ସକାଳୁ ରାଜଧାନୀରେ ରହୁଥିବା ଭଡ଼ା ଘରୁ ତାଙ୍କର ମୃତଦେହ ମିଳିଥିଲା । ତେବେ ମନୀଷାଙ୍କ ମୃତ୍ୟୁ କେମିତି ହେଲା, ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ । ପୋଲିସ ତଦନ୍ତ ପରେ ପୁରା ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ କମିଶନରେଟ୍ ପୋଲିସ ମଧ୍ୟ ଛାନ୍ଭିନ୍ ଆରମ୍ଭ କରିଛି । ବିଭିନ୍ନ ଦିଗକୁ ନେଇ ଆରମ୍ଭ କରିଛି ତଦନ୍ତ । କେଉଁ ଭଳି ସ୍ଥିତିରେ ମନୀଷାଙ୍କର ମୃତ୍ୟୁ ହେଲା, ମୃତ୍ୟୁ ପଛରେ କିଏ ଦାୟୀ ? ଏପରି ଅନେକ ପ୍ରଶ୍ନ ପୋଲିସ ସାମ୍ନାରେ ରହିଛି । ବାକି ପୋଲିସର ପ୍ରାଥମିକ ତଦନ୍ତ ଏବଂ ପୋଷ୍ଟମର୍ଟମ ରିପୋର୍ଟର ମୃତ୍ୟୁ ସଠିକ କାରଣ ଆସିପାରେ ବୋଲି ଅନୁମାନ କରାଯାଉଛି ।
📱 Get Argus News App
✨Related Topics
Explore more stories